୨ ଦଶନ୍ଧୀ ପରେ ଶିବସେନା ଭବନରେ ପାଦ ରଖିଲେ ରାଜ ଠାକରେ, ଏକାଠି ବିଜେପି ଉପରେ ବର୍ଷିଲେ ଦୁଇ ଭାଇ

NEWS7
police-exposed-gurgoan-hatya-case

ମୁମ୍ବାଇ ୪।୧: ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ ପାଖାପାଖି ୨ ଦଶନ୍ଧୀ ପରେ ଠାକରେ ଭାଇଙ୍କ ପୁନର୍ମିଳନ କରାଇଛି। ୨୦ ବର୍ଷ ପରେ ବିଏମସି ନିର୍ବାଚନ ଲାଗି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧାନ ଶିବସେନା (ୟୁବିଟି) ଓ ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବ ନିର୍ମାଣ ସେନା (ମନସେ) ମଧ୍ୟରେ ମେଣ୍ଟ ହୋଇଛି। ଏହି ଅବସରରେ ଦୁଇ ଦଳଙ୍କ ମୁଖ୍ୟ ରବିବାର ମୁମ୍ବାଇ ବିକାଶକୁ ନେଇ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିବା ବେଳେ ମିଳିତ ଘୋଷଣାପତ୍ର ଜାରି କରିଛନ୍ତି।

ଏହି ଘୋଷଣା ପାଇଁ ମନସେ ନେତା ରାଜ ଠାକରେ ପ୍ରାୟ ୨୦ ବର୍ଷ ପରେ ଦାଦରର ଶିବାଜୀ ପାର୍କସ୍ଥିତ ଶିବେସନା (ୟୁବିଟି) ମୁଖ୍ୟାଳୟ ଶିବସେନା ଭବନରେ ପଦାର୍ପଣ କରିଛନ୍ତି ଓ ଦୁଇଭାଇ ମୁମ୍ବଇକରଙ୍କ ଲାଗି ୧ ଲକ୍ଷରୁ ବି ଶସ୍ତାରେ ଘର ଦେବା ପାଇଁ ଘୋଷଣା କରିଛନ୍ତି। ଶିବସେନା ଭବନରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ ଠାକରେ, ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ ଯୋଗ ଦେଇ ଏବେକା ରାଜନୈତିକ ପରିସ୍ଥିତି, ଗଣତନ୍ତ୍ର, ନିର୍ବାଚନ ପ୍ରକ୍ରିୟା ଓ ବିଜେପି ଉପରେ କଟାକ୍ଷ କରିଛନ୍ତି। ରାଜ ଠାକରେ କହିଛନ୍ତି ଯେ ୨୦ ବର୍ଷ ପରେ ଏଠାକୁ ଆସି ଏପରି ଲାଗୁଛି ଯେପରି ଜେଲରୁ ବାହାରିଲି। କାରଣ ମୋତେ ସମସ୍ତେ ପଚାରୁଛନ୍ତି ୨୦ ବର୍ଷ ପରେ ଏଠାକୁ ଆସି କିପରି ଲାଗୁଛି।

ରାଜ ଠାକରେ କହିଛନ୍ତି ଯେ ଶିବ ସେନା ଭବନ ସହିତ ମୋର ସମ୍ପର୍କ ବହୁତ ପୁରୁଣା ଓ ଗଭୀର ସ୍ମୃତି ଜଡିତ ରହିଛି। ସେ କହିଛନ୍ତି ଯେ ୧୯୭୭ ମସିହାରେ ଯେତେବେଳେ ଶିବସେନା ଭବନର ନିର୍ମାଣ ହେଲା ସେତେବେଳରୁ ଜନତା ଦଳ ଏଠାରେ ଶୋଭାଯାତ୍ରା କରି ଟେକାପଥର ମାଡ଼ କରିଥିଲା। ଏହାର ଜବାବରେ ଆମର ଶିବ ସୈନିକମାନେ ଉପରୁ ଟ୍ୟୁବଲାଇଟ୍ ଫିଙ୍ଗି ଥିଲେ।