ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଆକସେସ୍ କରିବ ଆୟକର ବିଭାଗ ! କ'ଣ ରହିଛି ଖବର ପଛର ସତ ?

NEWS7
police-encounter-at-anugul-criminal-belu-khan-serious

ନୂଆଦିଲ୍ଲୀ, ୨୩/୧୨: ବ୍ୟାଙ୍କ୍ ଏବଂ ସୋସିଆଲ ଆକାଉଣ୍ଟ ମିଡିଆ ଆକାଉଣ୍ଟକୁ ଆକସେସ୍ କରିପାରିବେ କି ଆୟକର ଅଧିକାରୀ । ସୋସିଆଲ ସାଇଟରୁ ତଥ୍ୟ ନେଇ ପକାଇବେ କି ଫାଇନ୍ । କିଛି ଏପରି ଚର୍ଚ୍ଚା ଏବେ ଜୋର୍ ଧରିଛି । ଆୟକର ଅଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ବ୍ୟାଙ୍କ୍ ଏବଂ ସୋସିଆଲ ଆଇଡି ଆକସେସ କରିବା ପାଇଁ ଅଧିକାର ମିଳିଥିବା ଖବର ଆସୁଛି । ତେବେ ଏସମସ୍ତ ଖବର ଉପରେ ସ୍ପଷ୍ଟିକରଣ ଦେଇଛି ପିଆଇବି ବା ପ୍ରେସ୍ ଇନଫରମେସନ୍ ବ୍ୟୁରୋ ।

ପିଆଇବି କହିଛି ଯେ, ଏପରି ଖବର ମିଛ । ଆଇଟି ଆକ୍ଟ ୨୦୨୫ ଅନୁସାରେ ଯେଉଁମାନେ ସଠିକ ଭାବେ ଟିକସ ପଇଠ କରୁଛନ୍ତି ସେମାନଙ୍କୁ କୌଣସି ଅସୁବିଧା ହେବ ନାହିଁ । ଯେଉଁମାନେ ଲଗାତର ଭାବେ ଟିକସ ଫାଙ୍କିଥାନ୍ତି ସେମାନଙ୍କ ବିରୋଧରେ ସର୍ଚ୍ଚ ଏବଂ ସର୍ଭେ ଅପରେସନ ଆଧାରରେ ତଦନ୍ତ ହୋଇଥାଏ । ଟିକସ ଫାଙ୍କିବା ନେଇ ପ୍ରମାଣ ମିଳିଲା ପରେ ହିଁ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇପାରିବ । ଅନ୍ୟ ମାମଲାରେ ବିଭାଗ ପାଖରେ ବ୍ୟକ୍ତିଗତ ତଥ୍ୟ ହାସଲ କରିବା ପାଇଁ କ୍ଷମତା ନାହିଁ ।

ପିଆଇବି ଆହୁରି ମଧ୍ୟ କହିଛି ଯେ, ସାଧାରଣ ତଦନ୍ତରେ ଆୟକର ବିଭାଗ ପାଖରେ ଆକାଉଣ୍ଟ ଆକସେସ କିମ୍ବା ଡାଟା ପ୍ରୋସେସିଂର କ୍ଷମତା ନାହିଁ । ଆଇନ ମାନୁଥିବା ଟିକସ ଦାଖଲକାରୀ ଏଥିରେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କଳା ଧନ ଏବଂ ମୋଟା ଅଙ୍କର ଟିକସ ଫାଙ୍କିବା ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ୧୯୬୧ ଆକ୍ଟ ଅନୁସାରେ ସୋସିଆଲ ମିଡିଆର ଆକସେସ୍ ପାଇଁ ପ୍ରାବଧାନ ରହିଥିଲା ।

ଆଇଟି ଆକ୍ଟ ୨୦୨୫

୨୦୨୬ ଏପ୍ରିଲ ୧ରୁ ୧୯୬୧ ଆଇଟି ଆକ୍ଟ ନିୟମ ବଦଳିଯିବ । ଏହା ବଦଳରେ ଆଇଟି ଆକ୍ଟ ୨୦୨୫ ନିୟମ କାର୍ଯ୍ୟକାରୀ ହେବ । ନୂଆ ଆଇନକୁ ସରଳ କରାଯାଇଛି । ପୁରୁଣା ଆଇନରେ ଆଇଟି ଅଧିକାରୀ ସମ୍ପତ୍ତିରେ ପ୍ରବେଶ କରି କାଗଜପତ୍ର ସିଜ୍ କରିପାରୁଥିଲେ । ଏହାସହ ଡିଜିଟାଲ ତଥ୍ୟର ଆକସେସ୍ କରିପାରିବା ନେଇ ନିୟମ ରହିଥିଲା । ନୂଆ ଆଇନର ସେକ୍ସନ ୨୪୭ରେ କଳାଧନ ରୋକିବାକୁ ଅଧିକାରୀ ଟିକସ ଫାଙ୍କିଥିବା ଅଭିଯୁକ୍ତଙ୍କ ଆଇଡି ଆକସେସ୍ କରପାରିବେ ।