ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ‘Thar’ ଗାଡ଼ି କିଣା ଏବଂ ମୋଡିଫିକେସନ ଖର୍ଚ୍ଚର ହେବ ସ୍ଵତନ୍ତ୍ର ଅଡିଟ୍

NEWS7
police-constable-candidate-dies-during-test-in-bhabanipatna

ଭୁବନେଶ୍ୱର ୨୨।୧୨ : ‘ଥାର’ ଗାଡ଼ି କିଣା ଖର୍ଚ୍ଚର ହେବ ସ୍ଵତନ୍ତ୍ର ଅଡିଟ୍ । ଏହି ଅଡିଟ୍ କରିବାକୁ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ନିର୍ଦ୍ଦେଶ ଜାରି କରିଛନ୍ତି | ପୂରା ଗାଡ଼ି କିଣା ପ୍ରକ୍ରିୟାକୁ ତଦନ୍ତ ପରିସରଭୁକ୍ତ କରାଯିବ । ପିସିସିଏଫ୍ (ବନ୍ୟପ୍ରାଣୀ)ଙ୍କ କାର୍ଯ୍ୟାଳୟରେ ଏଜିର ସ୍ବତନ୍ତ୍ର ଟିମ୍ ଅଡିଟ୍ କରିବେ ବୋଲି ଚିଠି ମାଧ୍ୟମରେ କୁହାଯାଇଛି |

​​​​​​​

୨୦୨୪-୨୫ ଆର୍ଥିକ ବର୍ଷରେ ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ବନ ବିଭାଗ ପକ୍ଷରୁ ୭ କୋଟିରୁ ଅଧିକ ଟଙ୍କାରେ ୫୧ଟି ‘ଥାର୍’ ଗାଡ଼ି କିଣାଯାଇଥିଲା | କିନ୍ତୁ ତାହାର ମୋଡିଫିକେସନରେ ୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା । ଯାହାକୁ ନେଇ ପ୍ରଶ୍ନ ଉଠିଥିଲା । ଏପିରିକି ବିଧାନସଭାର ଶୀତ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ସେତେବେଳେ ଏହି ପ୍ରସଙ୍ଗ ଉପରେ ସବିଶେଷ ତଥ୍ୟ ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଗଣେଷରାମ ସିଂହ ଖୁଣ୍ଟିଆ । କେଉଁ ବାବଦକୁ ଆଉ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା । ପୁରା ବିଧାନସଭାକୁ ଜଣାଇଥିଲେ ମନ୍ତ୍ରୀ ।  ଆଉ ଏବେ ମନ୍ତ୍ରୀ ଗଣେଷରାମ ସିଂହ ଖୁଣ୍ଟିଆ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଯେଉଁଥିରେ ‘ଥାର’ ଗାଡ଼ି କିଣା ଏବଂ ମୋଡ଼ିଫିକେସନର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।