ଘର ଭାଙ୍ଗି ଘୋଷାଡ଼ି ଆଣିଲା, ଶୁଣ୍ଢରେ ଟେକି କଚାଡି ମାରିଦେଲା

NEWS7
police-arrested-youth-for-theft-case-while-he-staying-in-jail-at-that-time-in-udala

ଢେଙ୍କାନାଳ ୨୬।୨: ଦନ୍ତାର ଉନ୍ମତ୍ତକାଣ୍ଡ । ରାତିରେ ଶୋଇଥିବା ବେଳେ ଭାଙ୍ଗିଲା ଘର । ଜଣଙ୍କୁ ଘରୁ ଘୋଷାଡ଼ି ଆଣିଲା । ଶୁଣ୍ଢରେ କଚ଼ାଡି ମାରିଲା ଦନ୍ତା । ଢେଙ୍କାନାଳ ସଦର ବନାଞ୍ଚଳର ଓଡ଼ପଡା ବ୍ଲକ୍ ନଗାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଏ ଖବର ବି ପଢନ୍ତୁ:- ନୀଳ ଜହରର ହବ୍ କୋରାପୁଟ ! ଦୁଇ ଶହ କୋଟିର ଗଞ୍ଜେଇ ତେଲ ଜବତ, ୪ ଗିରଫ

ସୂଚନାଯୋଗ୍ୟ ଯେ, ରାତିରେ ଶୋଇଥିବା ବେଳେ ଘରକୁ ଭାଙ୍ଗିରୁଜି ପକାଇଲା । ଆଉ ଘର ଭିତରୁ ଜଣଙ୍କୁ ଘୋଷାଡ଼ି ଆଣି ଶୁଣ୍ଢରେ ଟେକି କଚାଡି ମାରିଦେଲା । ଢେଙ୍କାନାଳ ସଦର ବନାଞ୍ଚଳର ଓଡ଼ପଡା ବ୍ଲକ୍ ନଗାରୀ ଗାଁରେ ଏକ ଦନ୍ତା ହାତୀ ଏଭଳି ଉନ୍ମତ୍ତକାଣ୍ଡ ଘଟାଇଛି । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ନଗାରୀ ଗ୍ରାମର ୪୭ ବର୍ଷ ବୟସ୍କ କଷ୍ଠୁ ବେହେରା ବୋଲି ଜଣାପଡିଛି ।

ଏ ଖବର ବି ପଢନ୍ତୁ:- ତୋଷାଳି ଭବନ ରେକର୍ଡ ରୁମ୍‌ରେ ଅଗ୍ନିକାଣ୍ଡ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା

ବୁଧବାର ରାତିରେ ଘରେ ଶୋଇଥିବା ବେଳେ ଦନ୍ତା ହାତୀ ଘର ଭଙ୍ଗାରୁଜା କରିଥିଲା । ପରେ ଦନ୍ତା ଘରେ ଶୋଇଥିବା କଷ୍ଠୁ ବେହେରାଙ୍କୁ ଶୁଣ୍ଢରେ ଘୋଷାରି ଆଣି ବାହାରେ କଚାଡି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପରେ ଖବର ପାଇ ବନ ଭିଭାଗ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି । ହାତୀଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ ମଧ୍ୟ ଘର ଭାଙ୍ଗି ଏପରି ଆକ୍ରମଣ କରିବା ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।