Live Live
LIVE

ପାନୀୟ ଜଳ ପ୍ରସଙ୍ଗରେ ଶାସକ-ବିରୋଧୀ ଆମ୍ନାସାମ୍ନା, ପରସ୍ପରକୁ କଲେ କଡ଼ା ଆକ୍ଷେପ

NEWS7
police-arrested-to-culprit-and-took-him-to-court

ଭୁବନେଶ୍ୱର ୧୦।୦୩ : ପାନୀୟଜଳ ପ୍ରସଙ୍ଗ ନେଇ ମୁହାଁମୁହିଁ ସରକାର-ବିରୋଧୀ। ପ୍ରଶ୍ନକାଳ ଆଲୋଚନା ବେଳେ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଦେଖିବାକୁ ମିଳିଛି କିଛି ଏମିତି ଦୃଶ୍ୟ । ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ଅତିରିକ୍ତ ପ୍ରଶ୍ନ ଉତ୍ତେର ମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରି କରିଥିଲେ । ସେ କହିଥିଲେ କି, ୨୪ ବର୍ଷରେ ପୂର୍ବ ସରକର ୨୬ ହଜାର ଟ୍ୟୁବଓ୍ୱେଲ୍ କରିଥିବା ବିଜେପି ସରକାର ବର୍ଷକ ମଧ୍ୟରେ ୨୬ ହଜାର ଟ୍ୟୁବେଲ୍ କରିସାରିଲେଣି ।

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରଶ୍ନକାଳରେ ଏହି ତଥ୍ୟ ଉପସ୍ଥାପନ ବେଳେ ହଠାତ୍ ଉତ୍କ୍ଷିପ୍ତ ହୋଇ ଉଠିଥିଲେ ବିଜେଡି ବିଧାୟକ । ବିଜେପି ସଦସ୍ୟ ମଧ୍ୟ ତାହାର ଜବାବ ରଖିଥିଲେ । କିଛି ସମୟ ପାଇଁ ଗୃହରେ ଉଚ୍ଚବାଚ ସ୍ଥିତି ସୃଷ୍ଟି ହୋଇଥିଲା । ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ନୀରବ ହୋଇଥିଲେ ଉଭୟ ଦଳର ବିଧାୟକ ।

ସେପଟେ ପିଇବା ପାଣି ନେଇ ଗୃହରେ ଉଦ୍ବେଗ ସ୍ଥିତି ଦେଖାଦେଇଥିଲା । କେବେ ସୁଦ୍ଧା ସବୁ ଘରକୁ ପିଇବା ପାଣି ଯୋଗାଇବେ ସରକାର ? ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଥିଲେ କି, ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାଣି ଯୋଗାଇବା ପାଇଁ ଟାର୍ଗେଟ ରହିଛି | ନିର୍ଦ୍ଧାରିତ ୨୦୭ଟି ମେଗା ପ୍ରକଳ୍ପ କାମ ସାରିବା ପାଇଁ ଲକ୍ଷ୍ୟ ରହିଛି | ମାର୍ଚ୍ଚ ୫ ତାରିଖ ସୁଦ୍ଧା ୬୮ ଲକ୍ଷ ୪୭ ହଜାର ୭୫୨ ଅର୍ଥାତ୍ ୭୭ ପ୍ରତିଶତ ପରିବାରକୁ ପିଇବା ପାଣି ଯୋଗାଇ ଦିଆଯାଇଛି | ବର୍ତ୍ତମାନ ସୁଦ୍ଧା ୨୬ ଟି ମେଗା ପ୍ରକଳ୍ପ ଶେଷ ହୋଇଛି | ଆଉ ମାର୍ଚ୍ଚ ସୁଦ୍ଧା ଆହୁରି ୨୮ଟି ମେଗା ପ୍ରକଳ୍ପ ଶେଷ ହେବ |

ସେହିପରି ୪୪ ହଜାର ୫୩୧ ଗାଁରୁ ୧୧ ହଜାର ୭୭୭ ଗାଁରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି | ବିଗତ ସରକାର ବେଳେ କାମ ଧିମା ଚାଲିଥିଲା | ପୂର୍ବ ସରକାରଙ୍କ ଦୁର୍ଭାଗ୍ୟଜନକ ଡିପିଆର ଯୋଗୁଁ ଏବେ ୧୮ଟି ଇଣ୍ଟେକ ୱେଲ କାମ ସ୍ଥାନାନ୍ତର କରିବାକୁ ପଡ଼ିଛି | ଏବେ ରାଜ୍ୟରେ ୫ ଲକ୍ଷ ୨୭ ହଜାର ୬୯୪ ଟ୍ୟୁବୱେଲ ଅଛି।