'ଫାଲତୁ କଥା କହୁଛି ପାକିସ୍ତାନ, ବାଲୋଚିସ୍ତାନରେ କରୁଛି ମାନବାଧିକାର ଉଲ୍ଲଙ୍ଘନ' ; ଭାରତର କଡା ଜବାବ

NEWS7
police-arrest-journalist-and-two-other-in-connection-of-spying-for-china

ନୂଆଦିଲ୍ଲୀ,୨|୦୨ : ପାକିସ୍ତାନ ଲଗାଇଥିଲା ଅଭିଯୋଗ । ନିଜ ଦେଶରେ ଚାଲିଥିବା ଅସ୍ଥିରତା ପାଇଁ ଭାରତକୁ କରିଥିଲା ଦାୟୀ । ଏବେ ପାକିସ୍ତାନର ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭାରତ ସରକାର । କିପରି ଆତଙ୍କବାଦୀ ଦେଶ ନିଜ ଦେଶରେ ଦମନଲୀଳା କରୁଛି ତାହାକୁ ନେଇ ଭାରତ ଆଇନା ଦେଖାଇଛି । ଏହାସହ ବାଲୋଚିସ୍ତାନ ପ୍ରସଙ୍ଗରେ ପାକ୍ ର ସବୁ ଚାଲକୁ ଫେଲ୍ କରିଦେଇଛି ।

ବାଲୋଚରେ ଦମନଲୀଳା

ଆତଙ୍କବାଦୀର ଭୂସ୍ୱର୍ଗ ଭାବେ ପରିଚିତ ପାକିସ୍ତାନ ନିଜର ଏହି କଳୁଷିତ ଛବି ଲୁଚାଇବା ପାଇଁ ଭାରତ ଉପରେ ଦୋଷ ଲଦିଛି । ନିକଟରେ ପାକିସ୍ତାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭୟଙ୍କର କ୍ଷତି ହୋଇଥିଲା। ଏଥିରେ ୩୩ ଜଣ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ହୋଇଥିଲା ୧୦ରୁ ଅଧିକ ପାକିସ୍ତାନ ସୁରକ୍ଷାକର୍ମୀଙ୍କଜୀବନ ଯାଇଥିଲା।

ଏହାପରେ ପାକିସ୍ତାନ ଦେଶରେ ଆତଙ୍କବାଦୀ ସଫେଇ ଅଭିଯାନ ଆରମ୍ଭ କରିଥିଲା।ଅଶାନ୍ତ ଦକ୍ଷିଣ-ପଶ୍ଚିମ ପ୍ରଦେଶ ବାଲୋଚିସ୍ତାନରେ ଦୀର୍ଘ ୪୦ ଘଣ୍ଟା ଧରି ଆତଙ୍କବାଦ ବିରୋଧୀ ଅଭିଯାନ କରି ୧୦୦ ଆତଙ୍କବାଦୀଙ୍କୁ ସଫା କରାଯାଇଛି ବୋଲି ପାକିସ୍ତାନ ସରକାର ସୂଚନା ଦେଇଥିଲେ। ବଡ଼କଥା ହେଲା ଏହିସବୁ ଆତଙ୍କବାଦୀଙ୍କୁ ପାକିସ୍ତାନ ଭାରତ ସମର୍ଥିତ ଆତଙ୍କବାଦୀ ବୋଲି କହିଛି।

୧୪୫ ଯୋଦ୍ଧାଙ୍କୁ ହତ୍ୟା

ଶନିବାର ବାଲୋଚିସ୍ତାନର ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା ପାକ୍ ସେନା । ଏଥିରେ ପାଞ୍ଚ ଜଣ ମହିଳା ଏବଂ ତିନି ଜଣ ଶିଶୁ ସମେତ ୧୮ ଜଣ ସାଧାରଣ ନାଗରିକ ଏବଂ ୧୫ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା । ବାଲୋଚିସ୍ତାନ ରାଜ୍ୟର ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତି ଏନେଇ ସୂଚନା ଦେଇଥିଲେ । ସେ କହିଥିଲେ ଯେ ସୈନ୍ୟ ଏବଂ ପୋଲିସ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି "ଫିତନା ଅଲ-ହିନ୍ଦୁସ୍ତାନ"ର ୧୪୫ ଜଣ ସଦସ୍ୟଙ୍କୁ ହତ୍ୟା କରିଛନ୍ତି। ପାକିସ୍ତାନ ବାଲୋଚିସ୍ତାନ ଲିବରେସନ ଆର୍ମି ବିରେଧରେ ଏହି ନାଁ ବ୍ୟବହାର କରୁଛି। ବିଏଲ୍ଏକୁ ଭାରତ ସମର୍ଥନ କରୁଛି ବୋଲି ପାକିସ୍ତାନ ଅଭିଯୋଗ କରି ଆସୁଛି।

ଭାରତର କାଉଣ୍ଟର

ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ପାକିସ୍ତାନ ସବୁ ଫାଲତୁ କଥା କହୁଛି । ପାକିସ୍ତାନ ପାଇଁ ଏହା ନୂଆ ନୁହେଁ । ନିଜ ଦୋଷକୁ ସେ ସଦାବେଳେ ଅନ୍ୟ ଉପରେ ଲଦିଥାଏ । ଦୋଷ ନଲଦି ପାକିସ୍ତାନ ସରକାର ବାଲୋଚବାସୀଙ୍କ ଦାବି ଉପରେ କାମ କରନ୍ତୁ । ସେଠାରେ ଶେହବାଜ ସରିଫଙ୍କ ସରକାର ମାନବାଧିକାର ହନନ କରୁଥିବା ବୈଦେଶିକ ମୁଖପାତ୍ର ରଣଧିର ଜୟସ୍ୱାଲ କହିଚନ୍ତି ।