PAK vs BAN: ପ୍ରଥମ ଦିନିକିଆରେ ପାକିସ୍ତାନର ଲଜ୍ଜାଜନକ ପରାଜୟ, ୮ ଓ୍ଵିକେଟରେ ମାତ୍ ଦେଲା ବାଂଲାଦେଶ

NEWS7
police-arrest-2-on-kheri-case

ଢାକା: ପ୍ରଥମ ଦିନିକିଆରେ ବାଂଲାଦେଶ ପାକିସ୍ତାନକୁ ଶୋଚନୀୟ ଭାବେ୮ ୱିକେଟରେ ପରାସ୍ତ କରିଛି। ନାହିଦ ରାଣାଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ପାକିସ୍ତାନ। ଢାକାର ଶେର୍-ଏ-ବାଂଲା ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୩୦.୪ ଓଭରରେ ମାତ୍ର ୧୧୪ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ, ବାଂଲାଦେଶ ୧୬ ତମ ଓଭରରେ ୨ ଓ୍ଵିକେଟ୍ ହରାଇ ସହଜରେ ମ୍ୟାଚକୁ ଜିତି ନେଇଛି।

Also read: ICC Rankings: ଶୀର୍ଷ ସ୍ଥାନ ହରାଇଲେ ବରୁଣ ଚକ୍ରବର୍ତ୍ତୀ, ଅଭିଷେକଙ୍କ ପାଇଁ ବିପଦ ସାଜିଲେ ଇଶାନ କିଶନ

ଟସ୍ ହାରି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ବାଂଲାଦେଶର ୬.୫ ଫୁଟର ବୋଲର ନାହିଦ ରାଣା ପାକିସ୍ତାନୀ ବ୍ୟାଟିଂ ଲାଇନ ଅପ୍ କୁ ଧ୍ୱଂସ କରିଥିଲେ। ସେ ୫ ୱିକେଟ୍ ନେଇ ପାକିସ୍ତାନର ଇନିଂସକୁ ୧୧୪ରେ ସୀମିତ ରଖିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ମହମ୍ମଦ ରିଜୱାନଙ୍କଠାରୁ ସଲମାନ ଆଗା ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ବିଫଳ ହୋଇଥିଲେ। ପାକିସ୍ତାନ ପକ୍ଷରୁ ଫହୀମ ଅସ୍ରଫ ସର୍ବାଧିକ ୩୭ ରନ କରିଥିବା ବେଳେ ପ୍ରଥମ ଦିନିକିଆ ଖେଳୁଥିବା ସାହିବଜାଦା ଫରହାନ ୨୭ ରନ କରିଥିଲେ। ବାଂଲାଦେଶ ବୋଲିଂ ଆଗରେ ତିଷ୍ଠି ପାରି ନ ଥିଲା। ଦଳ ୧୧୪ ରନରେ ଅଲଆଉଟ୍ ହୋଇଥିଲା।

ବାଂଲାଦେଶ ଚମତ୍କାର ପ୍ରଦର୍ଶନ

ବାଂଲାଦେଶ ଦମଦାର ଆରମ୍ଭ କରିଥିଲା। କିନ୍ତୁ ଶୀଘ୍ର ପ୍ରଥମ ୱିକେଟ୍ ହରାଇଥିଲା। ସୈଫ୍ ହାସନ ମାତ୍ର ୪ରନ କରି ଆଉଟ ହୋଇଥିଲେ। ତଥାପି, ତାନଜିଦ ହାସନ ବିସ୍ଫୋରକ ବ୍ୟାଟିଂ କରି ୩୨ ବଲ୍ ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୬୭ ରନ କରି ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହନ କରିଥିଲେ। ନଜମୁଲ ହୁସେନ ସାଣ୍ଟୋ ୨୭ କରିଥିଲେ।

Also read: IPL 2026 Schedule: ଆଇପିଏଲ୍ ୨୦୨୬ର ସିଡ୍ୟୁଲ୍ ଜାରି, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ

ବାଂଲାଦେଶର ଦ୍ରୁତ ବୋଲର ନାହିଦ ରାଣା ଘାତକ ବୋଲିଂ ଲରୋ ବିପର୍ଯ୍ୟୟ ଘଟାଇଥିଲେ। ସେ ମ୍ୟାଚ୍ରେ ମୋଟ ପାଞ୍ଚଟି ୱିକେଟ୍ ନେଇ ପାକିସ୍ତାନୀ ଦଳର ଶୀର୍ଷ ଏବଂ ମଧ୍ୟକ୍ରମକୁ ଧ୍ଵସ୍ତ ବିଧ୍ଵସ୍ତ କରିଥିଲେ। ନାହିଦ ରାଣା ନିଜ ଦିନିକିଆ କ୍ୟାରିୟରରେ ପ୍ରଥମ ଥର ଗୋଟିଏ ଇନିଂସରେ ପାଞ୍ଚଟି ୱିକେଟ୍ ନେଇଛନ୍ତି।

୨୦୨୬ ଟି୨୦ ବିଶ୍ୱକପ୍ ପରେ ଏହା ଦୁଇ ଦଳ ମଧ୍ୟରେ ପ୍ରଥମ ସିରିଜ୍। ସ୍ଥାନ ପରିବର୍ତ୍ତନ ବିବାଦ ଯୋଗୁଁ ଆଇସିସି ବାଂଲାଦେଶକୁ ବିଶ୍ୱକପ୍ରୁ ବାହାର କରିଦେଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ସୁପର ୮ରେ ପହଞ୍ଚିଥିଲା କିନ୍ତୁ ସେମିଫାଇନାଲ୍ରେ ପହଞ୍ଚିପାରିନଥିଲା। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ବାଂଲାଦେଶ ୧-୦ରେ ଆଗୁଆ ରହିଛି। ସିରିଜ୍ର ଦ୍ୱିତୀୟ ଦିନିକିଆ ମ୍ୟାଚ୍ ୧୩ ମାର୍ଚ୍ଚରେ ଖେଳାଯିବ।