LIVE TV

ବୟସ ମାତ୍ର ୧୪, କେମିତି ମାରୁଛ ଏମିତି ଛକ୍କା? ଓମାନ ଟିମ୍‌ରେ ବୈଭବଙ୍କୁ ନେଇ କୋକୁଆଭୟ

NEWS7
pokhariput-overbridge-to-be-thrown-open-to-public-today

ନୂଆଦିଲ୍ଲୀ ୧୮/୧୧: ପାକିସ୍ତାନ ଶାହିନ ବିପକ୍ଷରେ ପରାଜୟକୁ ଭୁଲିବା ଚେଷ୍ଟାରେ ଭାରତ । ରାଇଜିଂ ଷ୍ଟାର୍ସ ଏସିଆ କପର ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ କସରତ । ଯେଉଁଥିପାଇଁ ଟିମ୍ ଇଣ୍ଡିଆ ପାଇଁ ଓମାନ ବିପକ୍ଷ ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଓମାନି କିନ୍ତୁ ପ୍ରମାଦ ଗଣିବାରେ ଲାଗିଛି । ଓମାନ ଭଲଭାବେ ଜାଣିଛି ପାକିସ୍ତାନଠାରୁ ହାରିବା ପରେ ଭାରତୀୟ ଦଳ ଆହତ ସିଂହ ପରି ଆହୁରି ହେବ ଭୟଙ୍କର । ଖାସ୍ କରି ଭାରତୀର ୧୪ ବର୍ଷର ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଚିନ୍ତାରେ କ୍ରିକେଟର । ୧୪ ବର୍ଷୀୟ ବୈଭବଙ୍କ ବ୍ୟାଟିଂକୁ ନେଇ ଏକପ୍ରକାର ଆତଙ୍କ ଖେଳିଯାଇଛି ଓମାନ ଟିମ୍‌ରେ ।

ଖେଳାଳିମାନେ ଏତେ ଭୟଭୀତ ଯେ ସେମାନେ ତାଙ୍କ ଲମ୍ବା ଛକାର ରହସ୍ୟ ଜାଣିବା ପାଇଁ ଉତ୍ସୁକ । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏମିତି ଅନେକ ଚର୍ଚ୍ଚା।ପରସ୍ପର ବିପକ୍ଷରେ ମୁହାଁମୁହିଁ ହେବା ପୂର୍ବରୁ, ଓମାନ ଖେଳାଳି ଆର୍ଯ୍ୟନ ବିଷ୍ଟ ଓ ସମୟ ଶ୍ରୀବାସ୍ତବଙ୍କ ମନରେ ଥିଲା ଅନେକ ପ୍ରଶ୍ନ । ବିଶେଷ କରି ପ୍ରଶ୍ନ ଥିଲା କେବଳ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ । ଆର୍ଯ୍ୟନ ବ୍ୟାଖ୍ୟା କରିଥିଲେ ଯେ ସେ କେବଳ ବୈଭବଙ୍କୁ ଟିଭିରେ ଖେଳିବାର ଦେଖିଥିଲେ । ଏବେ, ସେ ତାଙ୍କ ବିପକ୍ଷରେ ଖେଳିବାକୁ ଯାଉଛନ୍ତି ।

ଯଦି ଜଣେ ୧୪ ବର୍ଷର ପୁଅ ନିର୍ଭୀକ ଭାବରେ ଏମିତି ଲମ୍ବା ଛକା ମାରୁଛନ୍ତି । ଶେ ଏମିତି ସେମିତି ଖେଳାଳି ନୁହଁନ୍ତି ସେ ଅଧାରଣ ପ୍ରତିଭା । କାରଣ ଆମେ ସେହି ବୟସରେ କିଛି କରିପାରିନଥିଲୁ । ଆର୍ଯ୍ୟନ ଏହା ମଧ୍ୟ କହିଛନ୍ତି ଯେ ସେ ବୈଭବଙ୍କୁ ପଚାରିଥିଲେ, ତୁମେ ୧୪ ବର୍ଷର, ତୁମେ ଏତେ ଲମ୍ବା ଛକା ମାରୁଛ କିପରି ?ସେହିପରି ସମୟ ଶ୍ରୀବାସ୍ତବ, ଯିଏ ଓମାନ ପାଇଁ ଖେଳୁଛନ୍ତି । ଯିଏ କି, ଭାରତରେ ମଧ୍ୟ ମଧ୍ୟପ୍ରଦେଶର ପ୍ରତିନିଧିତ୍ୱ କରିଛନ୍ତି । କହିଛନ୍ତି, "ମୁଁ ବୈଭବଙ୍କୁ ଭେଟିବାକୁ ବହୁତ ଉତ୍ସାହିତ ।

ମୁଁ କେବଳ ତାଙ୍କର ମାନସିକତା ଓ କ୍ରିକେଟ୍ ପ୍ରତି ବୁଝାମଣାକୁ ବୁଝିବାକୁ ଚାହେଁ । ସେ ୧୪ ବର୍ଷ ବୟସରେ ଯେପରି ଲମ୍ବା ଛକା ମାରିଥାନ୍ତି ତାହା ଅବିଶ୍ୱସନୀୟ। ମୁଁ ତାଙ୍କ ସହ ସାକ୍ଷାତ କରିବାକୁ ଓ କଥା ହେବାକୁ ଚାହେଁ। ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିବାକୁ ଉତ୍ସାହିତ, ଆର୍ଯ୍ୟନ ଓ ସମୟ ଉଭୟଙ୍କର ଭାରତ ସହ ଅଛି କନେକସନ ।

ଆର୍ଯ୍ୟନ ବିଷ୍ଟଙ୍କ ଉତ୍ତରାଖଣ୍ଡର ଡେରାଡୁନର ବାସିନ୍ଦା । ତାଙ୍କ ପିତା ୨୦୦୦ ପ୍ରାରମ୍ଭରେ ଓମାନ ଚାଲିଯାଇଥିଲେ । ସେଠାରେ ରହିଯାଇଥିଲେ, ଆଉ ଆର୍ଯ୍ୟନଙ୍କ ଲାଲନ ପାଳନ ବି ସେଠାରେ ହୋଇଥିଲା । ସେହିପରି ସମୟ ଶ୍ରୀବାସ୍ତବଙ୍କ ଜନ୍ମ ଭୋପାଳରେ । ଭାରତରେ ଘରୋଇ କ୍ରିକେଟ ଖେଳିଥିଲେ । ହେଲେ ବର୍ତ୍ତମାନ ଓମାନ କ୍ରିକେଟ୍ ଦଳ ପାଇଁ ସେ ଜଣେ ଲେଗ୍ ସ୍ପିନର।