ବାଇକ୍‌କୁ ଧକ୍କା ଦେଲା ଘରୋଇ କଲେଜ ବସ୍, ଚାଲିଗଲା ଯୁବକଙ୍କ ଜୀବନ

NEWS7
pm-tweets-about-his-8-days-america-tour-including-un-and-huston-programes

କଟକ ୧୩।୧୨: ଘରୋଇ କଲେଜ ବସ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । କଟକ ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ନଦୀ ବନ୍ଧ ରାସ୍ତାରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ଯୁବକ ଜଣଙ୍କ ନରାଜ ପଟୁ ବାଇକ୍‌ରେ ଯାଉଥିବା ବେଳେ ଧକ୍କା ଦେଇଥିଲା କଲେଜ ବସ୍ । ଘଟଣାସ୍ଥଳରେ ମର୍କତ ନଗର ଥାନା ପୋଲିସ ପହଞ୍ଚି ମୃତଦେହକୁ ଏସସିବି ମେଡିକାଲକୁ ପଠାଇଛି । ଅନ୍ୟପଟେ ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ଉଭୟ ବାଇକ୍ ଓ ବସ୍କୁ ଜବତ କରିଛି ପୋଲିସ ।