ସୋନିଆ ଗାନ୍ଧୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଜାଣନ୍ତୁ କାହିଁକି

Published By : Prameya-News7 Bureau | April 17, 2019 IST

ନୂଆଦିଲ୍ଲୀ ୧୭/୪: ଏବେ ସୋଶିଆଲ ମିଡିଆରେ ଏକ ଫଟୋ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଚ୍ୟାରପର୍ସନ ସୋନିଆ ଗାନ୍ଧୀଙ୍କ ପାଦ ଛୁଉଁଥିବା ନଜର ଆସିଛନ୍ତି।

ଏହି ଫଟୋକୁ ବିଭିନ୍ନ ପ୍ରକାରର କ୍ୟାପସନ ସହ ସେୟାର କରାଯାଉଛି। ଆଜି ଆମେ ଜାଣିବା ଏହି ଫଟୋର ସତ୍ୟତା ବିଷୟରେ ଯେ ଏହା ଅସଲି ନା ନକଲି।

ଯେତେବେଳେ ଏହି ଫଟୋ ବିଷୟରେ ତନାଘନା କରାଯାଇଥିଲା ସେତେବେଳେ ଗୁଗଲରୁ ଜଣା ପଡ଼ିଥିଲା ଯେ ଏହି ଫଟୋକୁ ଫଟୋଶପ୍ କରାଯାଇଛି। ପ୍ରକୃତରେ ଏହି ଫଟୋ ୨୦୧୩ମସିହାରେ ଉଠାଯାଇଥିଲା ଯେତେବେଳେ ଭୋପାଳରେ ଏକ ଜନସଭାରେ ନରେନ୍ଦ୍ର ମୋଦି ମଞ୍ଚରେ ଉପସ୍ଥିତ ଥିବା ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ଏହାପରେ ଅନେକ ଥର ଫଟୋକୁ ଦୁରୂପଯୋଗ କରି ଆଡଭାନୀଙ୍କୁ ହଟାଇ ଅନ୍ୟ କାହାର ଫଟୋ ଲଗାଯାଇଥିଲା।    

{"id":104417,"width":598,"height":806}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.