ବିଭାଗୀୟ ୮୨ ପ୍ରୋଜେକ୍ଟର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଠିକ୍ ସମୟରେ କାମ ସାରିବାକୁ ଲକ୍ଷ୍ୟ

NEWS7
pm-narendra-modi-to-visit-odisha-on-6-april

ଭୁବନେଶ୍ବର ୨୮।୧: ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ ବସିଥିବା ନିର୍ମାଣ ବିଭାଗର ସମୀକ୍ଷା ବୈଠକ ଶେଷ । ଲୋକସେବା କନଭେନସନ ହଲ୍‌ରେ ଚାଲିଥିଲା ବୈଠକ । ଜାତୀୟ ରାଜପଥର ୨୯ଟି ପ୍ରୋଜେକ୍ଟ, ଓବିସିସିର ୨୧ ପ୍ରକଳ୍ପ, ରାସ୍ତା ବିଭାଜନର ୧୨ଟି ପ୍ରୋଜେକ୍ଟ, ବ୍ରିଜ୍ ନିର୍ମାଣର ୧୨, ବିଲ୍ଡିଂର ୧୨ ପ୍ରୋଜେକ୍ଟକୁ ନେଇ ସମୀକ୍ଷା କରିଥିଲେ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସମୁଦାୟ ୮୨ଟି ପ୍ରୋଜେକ୍ଟକୁ ନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଏହି ପ୍ରୋଜେକ୍ଟ କେତେ ଦିନ ଭିତରେ ସରିବ ସେନେଇ ସମୟ ନିର୍ଦ୍ଧାରଣ କରାଯାଇଛି । ଜଙ୍ଗଲ ବିଭାଗ, ବିଦ୍ୟୁତ, ରେଭେନ୍ୟୁ ବିଭାଗ ଭଳି ଅନେକ ବିଭାଗ ତଥା ଜିଲ୍ଲା ସହ ଥିବା ସମସ୍ୟାକୁ ସମାଧାନ କରାଯାଇ ପ୍ରୋଜେକ୍ଟ ଆଗକୁ ବଢାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏହି ବୈଠକରେ ବିଭାଗୀୟ ଯନ୍ତ୍ରୀ, ଠିକାଦାର ଓ ଅନ୍ୟ ଏଜେନ୍ସୀ ମାନେ ମଧ୍ୟ ଯୋଗ ଦେଇଥିଲେ । ପ୍ରୋଜେକ୍ଟ ଠିକ୍ ସମୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

​​​​​​​ଲଞ୍ଚ ହେଲା ନିର୍ମାଣ ବିଭାଗର ଦୁଇ ନୂଆ ଆପ୍ଲିକେସନ୍ । ଉନ୍ମୋଚନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲଞ୍ଚ ହେଲା ଠିକାଦାର ଡାଟାବେଶ୍ ମ୍ୟାନେଜମେଣ୍ଟ ସିଷ୍ଟମ ଭର୍ସନ ୩ ଆପ୍ । ଲଞ୍ଚ ହେଲା ଇଆଇବି ଆପ୍ । ଏହି ଆପ୍ ଯୋଗେ ଆଇବି ବଙ୍ଗଳାରେ ଅନଲାଇନ ରିଜରଭେସନ କରିବା ହେଲା ଆହୁରି ସରଳ । ଇଆଇବି ଆପ୍ ଯୋଗେ କରିହେବ ରିଜରଭେସନ । ଅଫିସିଆଲ୍ ଓ ନନ୍ ଅଫିସିଆଲ୍ ସମସ୍ତେ ବୁକ୍ କରି ପାରିବେ ।