ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା

NEWS7
pm-narendra-modi-in-leh-ladakh-says-expansionism-era-ends

ଭଦ୍ରକ ୨୫।୧୨ : ଭଦ୍ରକ ଚାନ୍ଦବାଲିରେ ୧୦ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି। ଏହି ଅମାନୁଷିକ ଘଟଣା କୁ ନିନ୍ଦା କରିବା ସହ ସକାଳ ୬ଟାରୁ ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗାଡି ମୋଟର ସହ ସମସ୍ତ ଦୋକାନ ବନ୍ଦ ରହିବ। ଏହି ବନ୍ଦ ପାଳନ ବେଳେ କଂଗ୍ରେସ ମଧ୍ୟ ପ୍ରତିବାଦ କରିବ। ଘଟଣାରେ ୧୨ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିଛି ପୋଲିସ।

ନାବାଳିକା ଜଣକ ବାଲିଗାଁ ସ୍କୁଲ ଯାଉଥିବା ବେଳେ ତାକୁ ପ୍ରଲୋଭନ ଦେଖାଇ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା ଅଭିଯୁକ୍ତ। ସେଠାରେ ଦୁଷ୍କର୍ମ କରିବା ସହ ପ୍ରମାଣ ନଷ୍ଟ କରିବାକୁ ନାବାଳିକାକୁ ହତ୍ୟା କରିଥିଲା। ଘର ଲୋକେ ବହୁ ଖୋଜା ଖୋଜି ପରେ ଗାଁ ନିକଟ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ନେଇ ଚାନ୍ଦବାଲିରେ ସୃଷ୍ଟି ହୋଇଥିଲା ଉତ୍ତେଜନା। ଅଭିଯୁକ୍ତର ଟେର୍ ମିଳିବା ପରେ ଉତ୍ତେଜନା ବଢ଼ିଥିଲା। ଉତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଭାଙ୍ଗିଥିଲେ। ଚାନ୍ଦବାଲିର ଅନେକ ସ୍ଥାନରେ ରାସ୍ତାରୋକ, ପୋଡ଼ାଜଳା ହୋଇଥିଲା। ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି ସାଇଣ୍ଟିଫିକ୍ ଟିମ୍। ବର୍ତ୍ତମାନ ସୁଦ୍ଧା ଘଟଣାରେ ଜଣେ ଅଭିଯୁକ୍ତର ସମ୍ପୃକ୍ତିର ପ୍ରମାଣ ମିଳିଛି। ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତା’ର ତଦନ୍ତ ଚାଲିଛି।