ଆତଙ୍କବାଦୀ ମୁକ୍ତ ହେବ କାଶ୍ମୀର : ୬ ହଜାର ଫୁଟ ଉଚ୍ଚରେ CRPF ବେସ୍ କ୍ୟାମ୍ପ୍, ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିବେ ଯବାନ

NEWS7
pm-modi-xi-jinping-informal-meet-india-slams-china-over-kashmir-congress-reacts-by-hongkong-issue

ଶ୍ରୀନଗର, ୧୯/୦୨ : ଆତଙ୍କବାଦୀଙ୍କୁ ନିସ୍ତାର ନାହିଁ । ଜମ୍ମୁ-କାଶ୍ମୀରରେ ସଫା ହେବେ ଆତଙ୍କବାଦୀ । ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହେବନି । କାରଣ ୪୩ଟି ବେସ୍ କ୍ୟାମ୍ପ୍ କରିଛି ସିଆରପିଏଫ । ଲୁଚିଥିଲା ଆତଙ୍କବାଦୀଙ୍କୁ ନିପାତ କରିବାକୁ ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି କେନ୍ଦ୍ରୀୟ ଅର୍ଦ୍ଧସାମରିକ ପୋଲିସ ଫୋର୍ସ । ଏପରିକି ୬ ହଜାର ପୁଟରୁ ଅଧିକ ଉଚ୍ଚତାରେ ବେସ୍ କ୍ୟାମ୍ପ୍ ପ୍ରସ୍ତୁତ କରାଯାଇଛି ।

ଏହି ଖବରଟି ପଢନ୍ତୁ... 'ମୁଁ ଡିପ୍ରେସନରେ ଅଛି...' ଭାରତଠୁ ହାରିଲା ପରେ ପାକିସ୍ତାନ ବୋର୍ଡ ଦେଲା ବଡ ଝଟକା

ସିଆରପିଏଫର କହିବାନୁସାରେ, ୬ ହଜାର ଫୁଟ ଉଚ୍ଚତାରେ ବେସ୍ କ୍ୟାମ୍ପ୍ ତିଆରି କରାଯାଇଛି । ଏହାକୁ ମାଟି ଏବଂ ପଥରରେ ତିଆରି କୁଡିଆରେ ଲୁତି ରହିଥିବା ଆତଙ୍କବାଦୀଙ୍କୁ ମାରିବାରେ ବ୍ୟବହାର କରାଯିବ । କିଛି ଦିନ ଯାଏଁ ଯବାନମାନଙ୍କୁ କ୍ୟାମ୍ପରେ ରଖାଯିବ । ଯାହା ଆତଙ୍କବାଦ ଶେଷ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ସୂତ୍ରାନୁସାରେ, ୨୦୨୫ ଜୁଲାଇରେ ଏଠାରେ ପ୍ରଥମ ବେସ୍ କ୍ୟାମ୍ପ କରାଯାଇଥିଲା । ଏବେସୁଦ୍ଧା ୪୩ଟି କ୍ୟାମ୍ପ୍ ପ୍ରତିଷ୍ଠା କରାଯାଇଛି । ୨୬ଟି କ୍ୟାମ୍ପ କାଶ୍ମୀର ଅଞ୍ଚଳରେ ପ୍ରତିଷ୍ଠା କରାଯାଇଛି । ୧୭ଟି ଜମ୍ମୁରେ ରହିଛି । ପ୍ରତି ବେସ୍ କ୍ୟାମ୍ପରେ ସ୍ଥାନୀୟ ପୋଲିସ ସହ ସିଆରପିଏଫର ୨୦-୨୫ ଯବାନ ରହିଛନ୍ତି ।

ସିଆରପିଏଫ ଅଧିକାରୀଙ୍କ କହିବାନୁସାରେ, ପୁଲଓ୍ୱାମା ଆକ୍ରମଣ ଏବଂ ପହଲଗାମ୍ ଘଟଣା ପରେ ସୁରକ୍ଷାକୁ ଅଧିକ କଡାକଡି କରାଯାଉଛି । ଅନେକ ଜାଗାରେ ଅପରେସନ ବେସ୍ ନିର୍ମାଣ ହୋଇଛି । ପୂର୍ବରୁ ପହଲଗାମ୍ ଘଟଣାର ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏହିପରି ବେସ୍ କ୍ୟାମ୍ପ୍ ପ୍ରତିଷ୍ଠା କରାଯାଇଥିଲା ।