୨୨ରୁ ଗୋପାଳପୁର ବେଳାଭୂମି ମହୋତ୍ସବ, ସମସ୍ତ ଶକ୍ତି ପୀଠରୁ ବାହାରିବ ମସାଲ ଶୋଭାଯାତ୍ରା

NEWS7
pm-modi-wear-his-special-gamcha-on-internation-yoga-day-continuesly-for-3-years

ବ୍ରହ୍ମପୁର: ଚଳିତ ବର୍ଷ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ। ଜାନୁୟାରୀ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଅନୁଷ୍ଠିତ ହେବ ମହୋତ୍ସବ। ବ୍ରହ୍ମପୁର ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଶନିବାର ସନ୍ଧ୍ୟାରେ ବେଳାଭୂମି ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ଉପସ୍ଥିତ ଥିଲେ।

ଜିଲ୍ଲାର ସମସ୍ତ ଶକ୍ତି ପୀଠରୁ ମସାଲ ଶୋଭାଯାତ୍ରା ବାହାରି ବେଳାଭୂମିରେ ପହଞ୍ଚିବ। ପଦଯାତ୍ରା, ମାରାଥନ ସହ ବିଭିନ୍ନ କ୍ରୀଡା ଏବଂ ପଲ୍ଲିଶ୍ରୀ ମେଳା, ଖାଦ୍ୟ ଉତ୍ସବ ଅନୁଷ୍ଠିତ ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଚଳିତ ବର୍ଷ ଉତ୍କୃଷ୍ଟ ଧରଣର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା।

ଚଳିତବର୍ଷ ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ପରେ ବହୁତ ଖୁସି ଲାଗିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲା ହୋଟେଲ ସଂଘ ସଭାପତି। ଏହାଦ୍ୱାରା ପର୍ଯ୍ୟଟନସ୍ଥଳୀର ଗୁରୁତ୍ୱ ବୃଦ୍ଧି ସହ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ଆର୍ଥିକ ବିକାଶ ଘଟିବ ବୋଲି ହୋଟେଲ କହିଛି ସଂଘ।