LIVE TV

ପଞ୍ଚୁକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଯାହା ଆବଶ୍ୟକ କରାଯିବ : କାର୍ତ୍ତିକ ପରେ ରତ୍ନ ଗଣତି ମଣତି

NEWS7
pm-modi-laid-foundation-stone-for-4-medical-college-in-rajasthan

ଭୁବନେଶ୍ବର ୧୦: ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା । ପଞ୍ଚୁକରେ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ଯାହା ଆବଶ୍ୟକ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ସିଂହଦ୍ବାର ଦେଇବୁ ଭକ୍ତ ପ୍ରବେଶ କରିବେ ଅନ୍ୟ ତିନି ଦ୍ୱାରରେ ବାହାରିବେ କାର୍ତ୍ତିକ ମାସ ପରେ ହେବ ଧାଡି ଦର୍ଶନ ତାପରେ ରତ୍ନଭଣ୍ଡାର ରତ୍ନ ଗଣତି ମଣତି ଆରମ୍ଭ ହେବ ଏନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ବୈଠକ ସରିଛି ବୋଲି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଆସନ୍ତା ୨ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ନୀତି । ଏହି ଅବସରରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଏଣୁ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ଠାରେ ପଞ୍ଚୁକ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସମସ୍ତ ଅଧିକାରୀମାନେ ନିଜ ନିଜର କାର୍ଯ୍ୟ ଠିକ୍ ଭାବେ କରିବା ପାଇଁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଭିତରେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦ୍ବାର ଦେଇ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ ‌। ପ୍ରବଳ ଖରା ଓ ବର୍ଷାକୁ ଦୃଷ୍ଟିରେ ରଖି ବ୍ୟାରିକେଡ଼ ସହିତ ଟେଣ୍ଟ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । ଏଥିସହ ପୁରୀ ପୌରସଂସ୍ଥା ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ନିଶୁଳ୍କ ଜୋତା ଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଛି ।

ସେହିପରି ଚଳିତ ବର୍ଷ ତିଥିରେ କ୍ଷୟ ପଡୁଥିବାରୁ ପଞ୍ଚୁକ ୫ ଦିନ ପରିବର୍ତ୍ତେ ଚାରିଦିନ ଅନୁଷ୍ଠିତ ହେବ । ଚଳିତ ବର୍ଷ ପଞ୍ଚୁକରେ ଠାକୁରଙ୍କ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହେବ ନାହିଁ । ଆସନ୍ତା ୨ ତାରିଖ ରବିବାର ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ, ୩ ତାରିଖ ସୋମବାର ଡାଳିକିଆ ବା ତ୍ରିବିକ୍ରମ ବେଶ, ୪ ତାରିଖ ମଙ୍ଗଳବାରରେ ଲକ୍ଷ୍ମୀନୃସିଂହ ବେଶ ଏବଂ ୫ ତାରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବ । ପବିତ୍ର ପଞ୍ଚୁକରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ପୁରୀକୁ ହଜାର ହଜାର ଭକ୍ତଙ୍କ ଆଗମନ ହେବାକୁ ଥିବାରୁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହ ଅତିରିକ୍ତ ଏସପି, ଡିଏସପି, ଇନ୍ସପେକ୍ଟର ମାନଙ୍କୁ ମୁତୟନ କରାଯିବ । ଟ୍ରାଫିକ ଓ ପାର୍କିଂ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଏସ୍‌ପି । ବିଭିନ୍ନ ତୀର୍ଥ ପୁଷ୍କରିଣୀ ସହିତ ସମୁଦ୍ର କୂଳରେ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ସହିତ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।