Vijay's wife files for divorce: ଅଭିନେତା ତଥା ଟିଭିକେ ନେତା ବିଜୟଙ୍କ ଠାରୁ ଛାଡ଼ପତ୍ର ଆବେଦନ କଲେ ପତ୍ନୀ ସଂଗୀତା

NEWS7
pm-modi-heads-3-day-visit-to-thailand

ନୂଆଦିଲ୍ଲୀ: ଅଭିନେତା ଏବଂ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ମୁଖ୍ୟ ବିଜୟଙ୍କୁ ଛାଡ଼ପତ୍ର ଦେବେ ତାଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ। ଏନେଇ ସଂଗୀତା କୋର୍ଟରେ ଛାଡ଼ପତ୍ର ପାଇଁ ଆାବେଦନ କରିଛନ୍ତି। ୨୭ ବର୍ଷର ବୈବାହିକ ଜୀବନକୁ ବିଜୟଙ୍କ ସହ ସେ ଆଉ ଆଗକୁ ବଢ଼ାଇବାକୁ ଚାହୁଁ ନାହାନ୍ତି ବୋଲି ସଂଗୀତା ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଅଗଷ୍ଟ ୧୯୯୯ରେ ବିବାହ କରିଥିବା ଏହି ଦମ୍ପତିଙ୍କର ଜାସନ ସଞ୍ଜୟ ଏବଂ ଦିବ୍ୟା ଶଶା ନାମକ ଦୁଇଟି ସନ୍ତାନ ଅଛନ୍ତି।

ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ୱତନ୍ତ୍ର ବିବାହ ଆଇନ, ୧୯୫୪ ର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଉପରେ ଆଧାରିତ। ଯାହା ପତି କିମ୍ବା ପତ୍ନୀଙ୍କୁ ବ୍ୟଭିଚାର ଏବଂ ନିଷ୍ଠୁରତା ଭଳି କାରଣ ପାଇଁ ଛାଡପତ୍ର ନେବାକୁ ଅନୁମତି ଦେଇଥାଏ।

କୋର୍ଟରେ ହୋଇଥିବା ଆବେଦନ ଅନୁଯାୟୀ, ୪୮ ବର୍ଷୀୟା ସଙ୍ଗୀତା ଅଭିଯୋଗ କରିଥିଲେ ଯେ ୫୧ ବର୍ଷୀୟ ବିଜୟ ବିବାହ କରିଥିଲେ ମଧ୍ୟ ବାହାରେ ଜଣେ ଅଭିନେତ୍ରୀଙ୍କ ସହ ସମ୍ପର୍କରେ ଥିଲେ। ୨୦୨୧ ମସିହାରେ ବିଜୟଙ୍କର ଏହି ସମ୍ପର୍କରେ ସେ ଜାଣିପାରିଥିଲେ। ହେଲେ ଏଭଳି ଆଉ ହେବନି ବୋଲି ବିଜୟ ପ୍ରତିଶ୍ରୁତି ଦେଇ ମଧ୍ୟ ସେ ଉକ୍ତ ଅଭିନେତ୍ରୀଙ୍କ ସହ ସମ୍ପର୍କରେ ଲିପ୍ତ ରହିଥିଲେ।  

ଡକ୍ୟୁମେଣ୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଜୟ ନା କେବଳ ସଙ୍ଗୀତାଙ୍କୁ ତାଙ୍କ ସାମାଜିକ ଏବଂ ବୃତ୍ତିଗତ ଜୀବନରୁ ବାଦ୍ ରଖିଥିଲେ ବରଂ ସେହି ଅଭିନେତ୍ରୀଙ୍କ ସହିତ ବିଦେଶ ଯାତ୍ରା ଏବଂ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ସେହି ଅଭିନେତ୍ରୀ ମଧ୍ୟ ସୋସିଆଲ୍ ମିଡିଆରେ ନାନା ଫୋଟଗ୍ରାଫ ଛାଡ଼ୁଥିଲେ, ଯାହା ସଂଗୀତା ଓ ତାଙ୍କ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିଲା। ଏବଂ ବିଜୟ ନା ଏହି ପୋଷ୍ଟରେ କିଛି କହୁଥିଲେ ନା ତାଙ୍କୁ ମନା କରୁଥିଲେ ବରଂ, ରଣନୀତ ଅନୁସାରେ ଏହାକୁ ଅଧିକ ଉସ୍‌କାଉଥିଲେ ବୋଲି ସଂଗୀତା ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ସଂଗୀତା ଆହୁରି ଦର୍ଶାଇଛନ୍ତି ଯେ ବିଜୟ ତାଙ୍କ ଠାରୁ ସୁବିଧା କାଢି ନେଇଥିବା ସହିତ ତାଙ୍କ ଖର୍ଚ୍ଚ ଆଦିରେ କଟକଣା ଲଗାଇଛନ୍ତି। ତେଣୁ ତାଙ୍କ ବୈବାହିକ ସମ୍ପର୍କ ଛିନ୍ନ ହୋଇଯାଇଛି। ଏବେ ଆଉ ପୁଣିଥରେ ଏହା ଗଢି ଉଠିବା ସମ୍ଭବ ନୁହେଁ। ତେଣୁ ଛାଡପତ୍ର ପାଇଁ ସେ ଆବେଦନ କରିଛନ୍ତି।