LIVE TV

ଯାତ୍ରୀଙ୍କ ପାଇଁ ଖୁସି ଖବର ; ଟ୍ରେନ୍‌ରେ ବ୍ୟବହୃତ କମ୍ୱଳରେ ଦିଆଯିବ କଭର, ପରିଷ୍କାର ପରିଚ୍ଛନ୍ନତାର ସନ୍ଦେହ ହେବ ଦୂର

NEWS7
pm-modi-celebrates-deepavaki-with-army-soldiers

ଜୟପୁର : ଟ୍ରେନ୍‌ର ଏସି କୋଚ୍‌ରେ ଆପଣଙ୍କୁ ଯେଉଁ କମ୍ୱଳ ବ୍ୟବହାର ପାଇଁ ଦିଆଯାଉଛି, ଏହାର ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ଆପଣଙ୍କ ମନରେ କୌଣସି ସନ୍ଦେହ ରହିଛି କି? ଯଦି ଏହାର ଉତ୍ତର ହଁ , ତ ଏହି ଖବର ପଢି ଆପଣଙ୍କୁ ଭଲ ଲାଗି ପାରେ। ଖବର ଏହା ଯେ,ଏବେ କମ୍ୱଳ କଭର ମଧ୍ୟ ଲାଗିବ ଏବଂ ପ୍ରତି ଥର ବ୍ୟବହାର ପରେ କଭରକୁ ସଫା କରାଯିବ। ରାଜସ୍ଥାନର ରାଜଧାନୀ ଜୟପୁରରୁ ଏହାର ଆରମ୍ଭ ମଧ୍ୟ ହୋଇ ଯାଇଛି।ଏବେ ପାଇଲଟ ପ୍ରୋଜେକ୍ଟ ଭାବେ ଏହାକୁ ଆରମ୍ଭ କରାଯିବ ଏବଂ ଆଗାମୀ ସମୟରେ ସବୁ ଟ୍ରେନ୍‌ ଗୁଡ଼ିକରେ ଲାଗି କରାଯିବ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ୱାଦିକଙ୍କ ସହ କଥାହୋଇ ଯାତ୍ରୀଙ୍କ ଖୁସି ନେଇ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି , ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ରେଲୱେର ସିଷ୍ଟମରେ କମ୍ୱଳର ବ୍ୟବହାର ବର୍ଷ ବର୍ଷ ଧରି ହୋଇ ଆସୁଛି। କିନ୍ତୁ କମ୍ୱଳକୁ ନେଇ ଯାତ୍ରୀଙ୍କ ମନରେ ସର୍ବଦା ଏକ ସଂଶୟ ରହୁଥିଲା। ତାକୁ ଦୂର କରିବା ପାଇଁ ଏକ ନୂଆ ଆରମ୍ଭ ହୋଇଛି।କମ୍ୱଳର କଭରର ଆରମ୍ଭ।

ରେଳମନ୍ତ୍ରୀ ଆହୁରି କହିଛନ୍ତି , ଯେମିତି କି ଆମେ ନିଜ ଘରେ ଯେବେ କମ୍ୱଳ ବ୍ୟବହାର କରନ୍ତି ତ ସର୍ବଦା ଏକ କଭର ରଖିଥାନ୍ତି । କମ୍ୱଳ କଭରର ଆରମ୍ଭ ଜୟପୁରରେ ଏକ ଗାଡ଼ିରେ ପାଇଲଟ ବେସ୍‌ରେ କରାଯାଇଛି। ପୁଣି ଥରେ ଏହି ପ୍ରୟୋଗ ସଫଳ ହୁଏ ତ ସାରାଦେଶରେ ପ୍ରସାର କରାଯିବ। ଭଲ ପ୍ରାରମ୍ଭ , ଅନୁଭବ ଆଧାରରେ ଲାଗୁ କରାଯିବ।

ଲାଇଭ୍‌ ହିନ୍ଦୁସ୍ତାନ ଡଟ୍‌ କମ୍‌ରେ ପ୍ରକାଶିତ ସୂଚନା ଆଧାରରେ , କମ୍ୱଳ କଭରର ଆରମ୍ଭ ଜୟପୁର ଅହମ୍ମଦାବାଦ ମଧ୍ୟରେ ଚାଲିଥିବା ଏକ ଟ୍ରେନ୍‌ରୁ ହୋଇଛି। ୧୬ ଅକ୍ଟୋବରରେ କାଠିପୁରା ରେଲୱେ ଷ୍ଟେସନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯେଉଁଥିରେ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସାମିଲ ହୋଇଛନ୍ତି। ଏସି କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦୁଇଟି ଚାଦର, ଗୋଟିଏ କମ୍ୱଳ , ତକିଆ କଭର ଓ ତଉଲିଆ ଉପଲବ୍ଧ କରାଯାଉଛି।