‘ଧୁରନ୍ଧର୍’କୁ ପ୍ରଶଂସା କଲେ ରେହମାନ ଡକୈତଙ୍କ ସାଙ୍ଗ, କହିଲେ- ବଲିଉଡକୁ ଧନ୍ୟବାଦ

NEWS7
pm-modi-and-nepal-pm-kp-sharma-olis-first-conversation-since-map-controversy

ନୂଆଦିଲ୍ଲୀ ୨୮।୧୨: ଆଦିତ୍ୟ ଧରଙ୍କ ସ୍ପାଇ ଆକ୍ସନ୍-ଥ୍ରିଲର୍ ‘ଧୁରନ୍ଧର୍’ ପାକିସ୍ତାନର କରାଚୀ ସ୍ଥିତ ଲ୍ୟାରୀ ଉପରେ ପର୍ଯ୍ୟବସିତ । ୨୦୦୦ ମସିହା ପ୍ରାରମ୍ଭରେ ଗ୍ୟାଙ୍ଗୱାର ପାଇଁ ଏହା ବଦନାମ ଥିଲା । ଫିଲ୍ମରେ ଅକ୍ଷୟ ଖାନ୍ନା ଗ୍ୟାଙ୍ଗଷ୍ଟର ରହମାନ ଡକୈତ ଭୂମିକା ନିର୍ବାହ କରିଛନ୍ତି। ବାସ୍ତବ ଜୀବନର ଗ୍ୟାଙ୍ଗଷ୍ଟର ରହମାନ ଡକୈତ ଉପରେ ତାଙ୍କ ଚରିତ୍ର ପର୍ଯ୍ୟବସିତ । ଏବେ ଅସଲି ରହମାନଙ୍କର ଜଣେ ସାଙ୍ଗ ଫିଲ୍ମକୁ ପ୍ରଶଂସା କରିଛନ୍ତି ।

ହବିବ ଜାନ୍ ବଲୋଚ ନାମକ ଏହି ବ୍ୟକ୍ତି ଇଣ୍ଟରନେଟ୍‌ରେ ଭାଇରାଲ ହେଉଥିବା ଏକ ଭିଡିଓରେ ଫିଲ୍ମ ବିଷୟରେ ଆଲୋଚନା କରିଛନ୍ତି । ହବିବ ଜାନ୍ ବଲୋଚ ଜଣେ ଓକିଲ ଓ ବଲୋଚ ରାଷ୍ଟ୍ରବାଦୀ । ତାଙ୍କୁ ଜଣେ ସାମ୍ବାଦିକ ଫିଲ୍ମରେ ସାଙ୍ଗ ରହମାନ ଡକୈତଙ୍କ ଚିତ୍ରଣ ବିଷୟରେ ତାଙ୍କ ରାୟ ପଚାରିଲେ । ହବିବ ଜାନ୍ କହିଲେ, ମୁଁ ଦୁଇଥର ଫିଲ୍ମ ଦେଖିଛି । ଚରିତ୍ର ବିଷୟରେ କହିବି ନାହିଁ । ଫିଲ୍ମରେ ସେମିତି ହୁଏ । ଅଧିକ ଗୀତ ଥିଲେ ଭଲ ହୋଇଥାନ୍ତା । କିନ୍ତୁ ମୋ ମତରେ ଯାହା ପାକିସ୍ତାନ କରିପାରିଲା ନାହିଁ, ତାକୁ ବଲିଉଡ୍ କରି ଦେଖାଇଲା । ଧନ୍ୟବାଦ, ବଲିଉଡ୍ ।

ତେବେ ହବିବ ଜାନଙ୍କ ଅନୁସାରେ, ଫିଲ୍ମରେ ଯେମିତି ପ୍ରଦର୍ଶିତ ହୋଇଛି, ରହମାନ ତା’ର ବିପରୀତ । ସେ ଖଳନାୟକ ନୁହେଁ ବରଂ ହିରୋ ଥିଲେ । ଭଲ ମଣିଷ ଥିଲେ । ପାକିସ୍ତାନ ତାଙ୍କ ପାଖରେ ଋଣୀ। ଯଦି ରହମାନ ଓ ଉଜୈର ବଲୋଚ ନ ଥାନ୍ତେ, ଆଜି ପାକିସ୍ତାନର ଚେହେରା ବାଂଲାଦେଶ ଭଳି କିମ୍ବା ତା’ଠୁ ମଧ୍ୟ ଖରାପ ହୋଇଥାନ୍ତା । ହବିବ ଜାନ୍ ୨୦ ବର୍ଷ ତଳେ ରହମାନଙ୍କ ସାଙ୍ଗ ଥିଲେ । ତାଙ୍କ ଅନୁସାରେ, ଫିଲ୍ମ କୌଣସି ପାର୍ଟିକୁ ବିରୋଧ କରିନାହିଁ ।