LIVE TV

ଖୁବ୍ ଶୀଘ୍ର ଭେନେଜୁଏଲା ଉପରେ ଆଟାକ୍ କରିବେ ଟ୍ରମ୍ପ, ଗୁପ୍ତ ଅପରେସନରୁ ଆରମ୍ଭ ହେବ ଯୁଦ୍ଧ

NEWS7
pm-modi-and-mane-political-leaders-pays-condolence-on-mahant-narendra-giri-death

ନୂଆଦିଲ୍ଲୀ, ୨୩|୧୧: ଭେନେଜୁଏଲାରେ କେତେବେଳେ ବି ଆକ୍ରମଣ କରିପାରେ ଆମେରିକା । ପ୍ରସ୍ତୁତ ହୋଇ ସାରିଛି ସବୁ ରଣନୀତି । ଯୁଦ୍ଧ ଜାହାଜଠୁ ଆରମ୍ଭ କରି ଯୁଦ୍ଧପୋତ ବି ତୟାର । କେବଳ ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ଅପେକ୍ଷା । ଆଉ ଏକ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଭୟଭୀତ ରହିଛି । କାରଣ ଏଥିରେ ସିଧାସଳଖ ଆମେରିକା ହସ୍ତକ୍ଷେପ କରୁଛି ।

ଗତ କିଛିଦିନ ଧରି ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଯାହା ଚରମ ସୀମାରେ ପହଁଚିଲାଣି । ଆମେରିକାର ୪ ଜଣ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆଗାମୀ ଦିନରେ ଭେନେଜୁଏଲାରେ ବଡ ଧରଣର ଅପରେସନ ହେବ । କିନ୍ତୁ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । କିନ୍ତୁ ଯୁଦ୍ଧର ଚର୍ଚ୍ଚା ଘନେଇବାରେ ଲାଗିଛି ।

ସେମାନେ କହିଛନ୍ତି ଯେ, ପ୍ରଥମେ ଗୁପ୍ତ ବା ଗୋପନୀୟ ଅପରେସନ କରାଯିବ । ଅର୍ଥାତ ସମୁଦ୍ର ମାର୍ଗରୁ ଆକ୍ରମଣ ହୋଇପାରେ । ଯାହା ଗତ କିଛି ଦିନ ଧରି କାରବିୟାନ ଅଂଚଳରେ ବଢୁଥିବା ଯୁଦ୍ଧ ଜାହାଜରୁ ଅନୁମାନ କରାଯାଉଛି । ତେବେ ହ୍ୱାଇଟ୍ ହାଉସ୍ କିମ୍ବା ସିଆଇଏ ଏଦିଗରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।

ଦୀର୍ଘଦିନର ଉତ୍ତେଜନା

ଆମେରିକା ଦୀର୍ଘ ସମୟ ଧରି ଦାବି କରୁଥିଲା ଯେ, ନିକୋଲାସ ମାଦୁରୋ ସରକାର ବେଆଇନ ନିଶା କାରବାରରେ ସାମିଲ ଅଛନ୍ତି । ଯାହାକୁ ମାଦୁରୋ ଖାରଜ କରୁଛନ୍ତି । ତେଣୁ ଭେନେଜୁଏଲା ସରକାରକୁ ହଟାଇବା ପାଇଁ ୟୁଏସ ପ୍ରସ୍ତୁତି ଆରମ୍ଭ କରିଥିଲା । ତେବେ ୟୁଏସ ତାଙ୍କ ସରକାର ହଟାଇବାକୁ ଚାହୁଁଛନ୍ତି । ଦେଶର ଜନତା ଏବଂ ସେନା ଏହାର ବିରୋଧ କରିବେ ବୋଲି ଭେନେଜୁଏଲା ରାଷ୍ଟ୍ରମୁଖ୍ୟ ପ୍ରକାଶ କରିଥିଲେ ।

କେବଳ ଏତିକି ନୁହେଁ ଏସବୁ ମଧ୍ୟରେ ଆମେରିକାର ସିଭିଏଲ ଆଭିଏସନ ଭେନେଜୁଏଲା ଉପରେ ଉଡାଣ ଭରିବା ସମୟରେ ସତର୍କ ରହିବାକୁ କହିଥିଲା । ଅନ୍ୟଦିଗରେ କିଛି ଅନ୍ତରାଷ୍ଟ୍ରୀୟ ଏୟାର ଲାଇନ୍ ଭେନେଜୁଏଲା ଦେଇ ଉଡାଣକୁ ରବ୍ଦ କରିଛନ୍ତି । ଅନ୍ୟ ଦିଗରେ ଆମେରିକା ସରକାର ଭେନେଜୁଏଲାର ଅନେକ ସଙ୍ଗଠନକୁ ଆତଙ୍କବାଦୀ ଘୋଷଣା କରିବାକୁ ଯାଉଛନ୍ତି । ଯାହା ଉଭୟ ଦେଶ ମଧ୍ୟରେ ଯୁଦ୍ଧକୁ ଆରମ୍ଭ କରିବା ନେଇ ଆଶଙ୍କା କରାଯାଉଛି ।