india vs New Zealand: ଇତିହାସର ପ୍ରଥମ ଥର; ଘରୋଇ ମାଟିରେ ଭାରତକୁ ହରାଇଲା ନ୍ୟୁଜିଲାଣ୍ଡ

NEWS7
plus2-students-of-konark-womens-college-in-strike

ଇନ୍ଦୋର: ନୂଆ ବର୍ଷରେ ସିରିଜ ପରାଜୟରୁ ଯାତ୍ରା ଆରମ୍ଭ କଲା ଟିମ୍ ଇଣ୍ଡିଆ। ଇତିହାସରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଘରୋଇ ମାଟିରେ ଭାରତକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ଠାରୁ ୪୧ ରନ୍‌ରେ ହାରିଲା ଭାରତ। ରବିବାର ଇନ୍ଦୋରରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଭାରତକୁ ୪୧ ରନ୍‌ରେ ପରାସ୍ତ ୨-୧ ରେ ସିରିଜ୍ କବ୍ଜା କରିଛି। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଭାରତ ବିରୁଦ୍ଧରେ ୩୩୮ ରନ୍ ବିଶାଳ ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତ ୨୯୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ବିରାଟ କୋହଲି ୧୨୪ ରନର ଇନିଂସ୍ ଖେଳି ମ୍ୟାଚ୍ ଜିତାଇବାକୁ ସଂଘର୍ଷ କରିଥିଲେ। ହର୍ଷିତ ରାଣା ଓ ନୀତୀଶ ରେଡ୍ଡୀ ତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ହେଲେ ଶେଷରେ ଭାରତକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି।