LIVE TV

ୟୁନୁସ ଜଣେ ଠକ, ଆମେରିକା କଥାରେ ଉଠବସ ହେଉଛନ୍ତି-ହସିନା

NEWS7
pipili-mla-pradeep-maharathy-targeted-finance-minister-niranjan-pujari-in-zero-hour-of-assembly-today

ନୂଆଦିଲ୍ଲୀ,  ୪ |୧୧  : ମହମ୍ମଦ ୟୁନୁସ ଜଣେ ଠକ । ସେ ଆମେରିକାର ଗୋଲାମ ଭାବେ କାମ କରୁଛନ୍ତି । କିନ୍ତୁ ଏହା ବେଶି ଦିନ ଚାଲିବନି । ଖୁବ୍ ଶୀଘ୍ର ବାଂଲାଦେଶ ଯାଇ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହସିନା । ଏହାସହ ବାଂଲାଦେଶରେ ଯାହା ଘଟୁଛି ତାହା କୌଣସି ଆତଙ୍କବାଦୀ କାର୍ଯ୍ୟକଳାପଠୁ କମ୍ ନୁହେଁ ବୋଲି କହିଛନ୍ତି ହସିନା ।

ହସିନା କହିଛନ୍ତି ଯେ, ୟୁନୁସ ସରକାରକୁ ଆସିବା ପରେ ଦେଶରୁ ଲୁଟ୍ ଆରମ୍ଭ ହୋଇଯାଇଛି । ଯେଭଳି ଭାବେ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଲେ ତାହା ଆତଙ୍କବାଦୀ କାର୍ଯ୍ୟକଳାପ ସହ ସମାନ । ଏଥିପାଇଁ ୟୁନୁସ ଅର୍ଥ ଯୋଗାଉଥିଲେ । ଏସବୁ ଅଭିଯୋଗ ଏକ ବହି ଇନସାଲହା ବାଂଲାଦେଶରେ ହସିନା ଉଲ୍ଲେଖ କରିଛନ୍ତି । ଯାହାକୁ ଦୀପ ହାଲଦର, ଜୟଦୀପ ମଜୁମଦାର ଓ ସାହିଦୁଲ ହାସନ ଲେଖିଛନ୍ତି ।

ବହିରେ ହସିନା ଉଲ୍ଲେଖ କରିଛନ୍ତି ଯେ, ଜୁଲାଇ- ଅଗଷ୍ଟରେ ବାଂଲାଦେଶରେ ଅସ୍ଥିରତା ଦେଖିଯାଇଥିଲା । ଏହା ପଛରେ ୟୁନୁସଙ୍କ ହାତ ରହିଛି । ଆମେରିକା ମଧ୍ୟ ଏଥିରେ ସାମିଲ ଥିଲା । ଯାହା ଆନ୍ଦୋଳନକୁ ତୀବ୍ର କରିଥିବା ସେ ଅଭିଯୋଗ କରିଛନ୍ତି ।

ନିକଟରେ ହସିନା କହିଥିଲେ ଯେ, ଏବେ ସେ ନୂଆଦିଲ୍ଲୀରେ ଅଛନ୍ତି । କିନ୍ତୁ ଆଗାମୀ ଦିନରେ ସେ ବାଂଲାଦେଶ ଫେରିବେ । ବୈଧ ସରକାର ଗଠନ ହେଲା ପରେ ସେ ନେତୃତ୍ୱ ନେବେ । ଆନ୍ତା ବର୍ଷ ବାଂଲାଦେଶରେ ହେବାକୁ ଥିବା ନିର୍ବାଚନକୁ ଲକ୍ଷ ଲକ୍ଷ ଆଓ୍ୱାମ୍ ଲିଗର ସମର୍ଥକ ବୟକଟ୍ କରିବେ । କାରଣ ତାଙ୍କ ଦଳକୁ ନିର୍ବାଚନ ଲଢିବା ପ୍ରକ୍ରିୟାରୁ ବାଦ୍ ଦିଆଯାଉଛି । ଜଣେ ବ୍ୟକ୍ତି କିମ୍ବା ଗୋଟିଏ ପରିବାର ବାଂଲାଦେଶର ଭବିଷ୍ୟତ ନିର୍ଧାରଣ କରିପାରିବେ ନାହିଁ ବୋଲି ହସିନା କହିଛନ୍ତି ।