ଦକ୍ଷିଣ କୋରିଆ ଗୁଇନ୍ଦା ସଂସ୍ଥାର ବଡ଼ ସୂଚନା, ଉତ୍ତର କୋରିଆର ନେତୃତ୍ବ ନେବେ କିମ୍‌ଙ୍କ ଝିଅ !

NEWS7
pick-up-van-accident-in-koraput

ନୂଆଦିଲ୍ଲୀ: ଉତ୍ତର କୋରିଆର ନେତା କିମ୍ ଜଙ୍ଗ ଉନ୍ ତାଙ୍କ ଝିଅ କିମ୍ ଜୁ ଏଙ୍କୁ ନିଜର ଉତ୍ତରାଧିକାରୀ ଭାବରେ ବାଛିଛନ୍ତି। ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା, ନ୍ୟାସନାଲ୍ ଇଣ୍ଟେଲିଜେନ୍ସ ସର୍ଭିସ୍ (NIS) ଏନେଇ ସଂସଦର ଘୋଷଣା କରିଛି। ଏନଆଇଏସ୍ କହିଛି ଯେ, କିମ୍ ଜୁ ଏ ଏବେ ‘ଉତ୍ତରାଧିକାରୀ ନିଯୁକ୍ତି ପର୍ଯ୍ୟାୟ’ରେ ପହଞ୍ଚିଛ ନ୍ତି। ପୂର୍ବରୁ, କିମ ଜୁ ଏ ଉତ୍ତରାଧିକାରୀ ତାଲିକମରେ ଥିବା କଥା କହିଥିଲା ଏନଆଇଏସ୍ । ଏହାର ଅର୍ଥ ହେଉଛି, ଉତ୍ତର କୋରିଆରେ କିମ୍ ପରିବାରର ଚତୁର୍ଥ ପିଢ଼ିକୁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।

କିମ୍ ଜୁ ଏ ବିଷୟରେ ସାର୍ବଜନୀନ ଭାବରେ ବହୁତ କମ୍ ସୂଚନା ଉପଲବ୍ଧ। ତାଙ୍କୁ ପ୍ରାୟ ୧୩ ବର୍ଷ ବୟସ ବୋଲି ବିଶ୍ୱାସ କରାଯାଏ ଏବଂ ତାଙ୍କ ଜନ୍ମ ୨୦୧୩ ମସିହାରେ ହୋଇଥିଲା। ସେ ପ୍ରଥମ ଥର ପାଇଁ ନଭେମ୍ବର ୨୦୨୨ରେ ଏକ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ଦୁନିଆ ନଜରକୁ ଆସିଥିଲେ । ସେବେଠାରୁ, ସେ ତାଙ୍କ ପିତାଙ୍କ ସହିତ ଅସ୍ତ୍ରଶସ୍ତ୍ର ପରୀକ୍ଷଣ, ସାମରିକ ପରେଡ୍, କାରଖାନା ଏବଂ କୋରିଆନ୍ ପିପୁଲ୍ସ ଆର୍ମିର ପ୍ରତିଷ୍ଠା ଉତ୍ସବ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଜାନୁଆରୀ ୨୦୨୬ ରେ, ସେ କିମ୍ ପରିବାରର ପ୍ରତୀକାତ୍ମକ ସମାଧିସ୍ଥଳ ପରିଦର୍ଶନ କରିଥିଲେ । ଏହାକୁ କିମ ଜଙ୍ଗ ଉନଙ୍କ ଉତ୍ତରାଧିକାରୀ ନେଇ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଭାବରେ ବିବେଚନା କରାଯାଇଥିଲା । ସେପ୍ଟେମ୍ବର ୨୦୨୫ ରେ, ସେ ତାଙ୍କ ପିତାଙ୍କ ସହିତ ବେଜିଂ ଯାଇଥିଲେ । ଏହା ତାଙ୍କର ପ୍ରଥମ ବିଦେଶ ଯାତ୍ରା ଥିଲା। ସେଠାରେ, ସେ ଚୀନ୍ ନେତା ସି ଜିନପିଙ୍ଗଙ୍କୁ ଭେଟିଥିଲେ ଏବଂ ଉତ୍ତର କୋରିଆ ଦୂତାବାସରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏନଆଇଏସ୍ କହିଛି ଯେ, ଏହି ଘଟଣାଗୁଡ଼ିକ ସୂଚାଇ ଦେଉଛି ଯେ, କିମ୍ ଜୁ ଏ ବର୍ତ୍ତମାନ ନୀତିଗତ ମାମଲାରେ ମତାମତ ପ୍ରଦାନ କରୁଛନ୍ତି ଏବଂ ତାଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ପଦାଧିକାରୀ ଭାବରେ ବିବେଚନା କରାଯାଉଛି ।

ଏନଆଇଏସ୍ ତାଙ୍କର ବୃଦ୍ଧି ପାଉଥିବା ସାର୍ବଜନୀନ ଉପସ୍ଥିତି, ସାମରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ, କୁମସୁସାନ ପ୍ୟାଲେସ ପରିଦର୍ଶନକୁ ନେଇ ଏହି ଅନୁମାନ କରିଛି । କିମ୍ ଜୁ ଏ ଆଗାମୀ ୱାର୍କର୍ସ ପାର୍ଟି କଂଗ୍ରେସରେ ତାଙ୍କ ପିତାଙ୍କ ସହିତ ଦେଖାଯିବେ କି ନାହିଁ ଏବଂ ସେ ସେଠାରେ ଏକ ସରକାରୀ ପଦବୀ ପାଇବେ କି ନାହିଁ ତା ଉପରେ ବିଶ୍ବର ନଜର ରହିବ। ଯଦି ଏହା ଘଟେ, ତେବେ ଏହା ଉତ୍ତରାଧିକାରୀ ବିଷୟରେ କଳ୍ପନାଜଳ୍ପନାକୁ ଆହୁରି ତ୍ୱରାନ୍ୱିତ କରିବ।