ବ୍ରହ୍ମପୁର ମେଡିକାଲରେ ବିକ୍ରମ ପଣ୍ଡା ଏବଂ ମଦନ ଦଳେଇ ଭର୍ତ୍ତି, ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଛନ୍ତି ଜେଲ୍‌ରେ

NEWS7
pg-and-plus-three-online-classes-from-july-13

ବ୍ରହ୍ମପୁର ୧୦।୨: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ବିକ୍ରମଙ୍କ ପେଟରେ ଗଲ୍ ବ୍ଲାଡର ଷ୍ଟୋନ୍ ଓ ପାଇଲ୍ସର ଚିକିତ୍ସା ପାଇଁ ଏମକେସିଜିରେ ପହଞ୍ଚିଛନ୍ତି । କୋର୍ଟଙ୍କ ଅନୁମତି ପରେ ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିକ୍ରମଙ୍କୁ ସର୍ଜରୀ ବିଭାଗର ୱାର୍ଡରେ ଭର୍ତ୍ତି କରାଯାଇଛି ।

 

ସେହିଭଳି, ବିଜେଡି ନେତା ମଦନ ଦଳେଇ ମଧ୍ୟ ଏମ୍‌କେସିଜି ମେଡିକାଲର ଅସ୍ଥି ଶଲ୍ୟ ବିଭାଗରେ ଭର୍ତ୍ତି କରିଛନ୍ତି । ମଦନଙ୍କ ଗୋଡ଼ରେ ପୂର୍ବରୁ ହୋଇଥିବା ଅସ୍ତ୍ରୋପଚାରରେ ସମସ୍ୟା ଯୋଗୁଁ ତାଙ୍କୁ ଏମ୍‌କେସିଜି ଅଣାଯାଇଛି । ଏମ୍‌କେସିଜି ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ମଦନଙ୍କୁ ଭର୍ତ୍ତି କରାଗଲା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି ବିକ୍ରମ ପଣ୍ଡା ଓ ମଦନ ଦଳେଇ ।