LIVE TV

ଟ୍ରେଭିସ ହେଡଙ୍କ ଶତକ ଆଗରେ ଇଂଲଣ୍ଡ ଧରାଶାୟୀ, ଦୁଇ ଦିନରେ ପର୍ଥ ଟେଷ୍ଟ ଜିତିଲା ଅଷ୍ଟ୍ରେଲିଆ

NEWS7
pg-and-plus-three-online-classes-from-july-13

ପର୍ଥ: ଦ୍ରୁତ ବୋଲରଙ୍କ ଦବଦବା ସହ ମାତ୍ର ଦୁଇ ଦିନରେ ସମାପ୍ତ ହୋଇଛି ଆସେସ ସିରିଜର ପ୍ରଥମ ଟେଷ୍ଟ। ଘରୋଇ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୮ ଓ୍ଵିକେଟରେ ହରାଇ ଧମାକାଦାର ବିଜୟ ହାସଲ କରିଛି। ଓ୍ଵିକେଟ୍ ପତନର ଝଡ଼ ମଧ୍ୟରେ ଟ୍ରେଭିସ ହେଡଙ୍କ ବିଧ୍ଵଂସୀ ଶତକୀୟ ଇନିଂସରେ ଧରାଶାୟୀ ହୋଇଛି ଇଂଲଣ୍ଡ। ୨୦୫ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୨୮.୨ ଓଭରରେ ମାତ୍ର ୨ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଓପନର ହେଡ୍ ୮୩ ବଲରୁ ୧୨୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ମାନର୍ସ ଲାବୁସେନ ମଧ୍ୟ ୫୧ ରନର ଅପରାଜିତ ଇନିଂସ ଖେଳିଛନ୍ତି। ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି।