Live Live
LIVE

ଗ୍ୟାସ୍ ସଙ୍କଟ ରାଜନୀତି : ରାସ୍ତା ଉପରେ କାଠ ଚୁଲି ଜାଳି ଚା’ କଲା ବିଜେଡି, କଂଗ୍ରେସ କହିଲା କଳାବଜାରୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସରକାର

NEWS7
petrol-diesel-price-in-india

ଭୁବନେଶ୍ବର ୧୧।୩: ରନ୍ଧନ ଗ୍ୟାସ୍ ସଙ୍କଟ ଚିନ୍ତା ବଢ଼ାଇଲାଣି । ଗ୍ୟାସ୍ ନମିଳିବା ଯୋଗୁଁ ବନ୍ଦ ହେବ ଉପରେ ରାଜଧାନୀର ଅଧିକାଂଶ ହୋଟେଲ ଓ ରେଷ୍ଟୁରାଣ୍ଟ । କମର୍ସିଆଲ ଗ୍ୟାସ୍ ସପ୍ଲାଏ ୪ରୁ ଅଧିକ ଦିନ ହେଲେଣି ବନ୍ଦ ହୋଇଯାଇଛି । ଗ୍ୟାସ୍ ନମିଳିବାରୁ ଚିନ୍ତାରେ ମାଲିକ ଓ ଷ୍ଟାଫ । ତେବେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି । ଏହାକୁ ନେଇ ସରକାରଙ୍କୁ ଘେରିଲେଣି ବିରୋଧୀ ।

ଏ ଖବର ବି ପଢ଼ନ୍ତୁ:- ଜିଓ-ପିସିରେ ଜିଓ ଏଆଇ କ୍ଲାସରୁମ୍ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ

ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ରାସ୍ତାରେ ଚୁଲି ଜାଳି ପ୍ରତିବାଦ କଲେ ବିଜୁ ମହିଳା ଜନତା ଦଳର ବହୁ ନେତ୍ରୀ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଚୁଲି ଜାଲି ଅଭିନବ ପ୍ରତିବାଦ କରିଛନ୍ତି । ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ନେଇ ରାଜାରାସ୍ତାରେ ପ୍ରତିବାଦ କରୁଛି ବିଜେଡି । ବିଜୁ ମହିଳା ଜନତା ଦଳର ବହୁ ସଦସ୍ୟ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ରାସ୍ତା ଉପରେ କାଠ ଚୁଲି ଜାଳି ଚା’କରି ପ୍ରତିବାଦ କଲା ବିଜେଡି । ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ପ୍ରତାରଣା କରିଛନ୍ତି । ସାଧାରଣଲୋକଙ୍କୁ ଲୁଟ୍ କରିବା କାର୍ଯ୍ୟ କରୁଛନ୍ତି ଉଭୟ ସରକାର । ରାଜ୍ୟରେ ଚାକିରି ନାହିଁ ବେରୋଜଗାରୀ ବଢିଚାଲିଛି, ସେପଟେ ଦର ବୃଦ୍ଧି ମଧ୍ୟ ବଢିଚାଲିଛି ଏହା କ’ଣ ଜନତାଙ୍କ ପାଇଁ ସରକାରଙ୍କ ଦାଇତ୍ୱ କି ବୋଲି ପ୍ରଶ୍ନ କରିଛନ୍ତି । କୋଭିଡ୍ ସମୟରେ ଅର୍ନ୍ତଜାତୀୟ ସ୍ତରରେ ପେଟ୍ରୋଲ ଏବଂ ଡିଜେଲ ଦର କମିଲା କିନ୍ତୁ ଦେଶରେ କମିଲା ନାହିଁ । ଯୁଦ୍ଧ କେବଳ ଏକ ବାହନା ଯଦି ସତରେ ଯୁଦ୍ଧ କାରଣରୁ ଦର ବୃଦ୍ଧି ହେଉଛି ତେବେ କୋଭିଡ୍ ସମୟରେ ଯେଉଁ ମୁନାଫା କମାଇଥିଲେ ସେଥିରେ ଦରକୁ ନିୟନ୍ତ୍ରଣରେ ଆଣନ୍ତୁ ବୋଲି ଦାବି କରିଛନ୍ତି । ରାଜ୍ୟ ବିଜେପି ସଭାପତି କହୁଥିଲେ ଜିଏସ୍ଟିରେ ପେଟ୍ରୋଲ ଡିଜେଲ ଅଂଶ କାଟିଦେଲେ ଦର କମିଯିବ ବୋଲି, ଏବେ ଉପଯୁକ୍ତ ସମୟ ସେହି ଫର୍ମୁଲାକୁ କାହିଁକି ଲାଗୁ କରୁନାହାନ୍ତି ବଲି ବିଜେଡି ପ୍ରଶ୍ନ କରିଛି । ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ଦଳ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ କରିବା ସହ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି ।

ଏ ଖବର ବି ପଢ଼ନ୍ତୁ:- Flight ticket price hike: ଯୁଦ୍ଧର ପ୍ରଭାବ, ବହୁତ ବଢ଼ିଲା ବିମାନ ଭଡ଼ା

ସେପଟେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ବିହୀନ ନୀତି ପାଇଁ ଆଜି ସାରା ଦେଶରେ ଗଭୀର ସଙ୍କଟ ଦେଇ ଗତି କରୁଛି । ରନ୍ଧନ ଗ୍ୟାସ ପାଇଁ ଭାରତବର୍ଷର ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ଗ୍ୟାସ ଭର୍ତ୍ତି କରିବାର ଅବଧି ୧୫ ଦିନ ଥିଲା ତାକୁ ୨୧ ଦିନ କଲେ ଏବେ କହୁଛନ୍ତି ୨୫ ଦିନ ନହେଲେ ଗ୍ୟାସ ବୁକିଂ କରିପାରିବ ନାହିଁ । ୟୁପିଏ ସମୟରେ ଯେତେବେଳେ ଗ୍ୟାସର ଦର ୪୩୭ଟଙ୍କା ଥିଲା ଏବେ ତାହା ୯୦୦ ଟଙ୍କା ଉପରେ ପହଞ୍ଚିଛି । କଳାବଜାରୀ କାରଣରୁ ଗ୍ୟାସ୍ ଦର ବଢିଚାଲିଛି । ତେଣୁ ଆମେ ଦାବି କରୁଛୁ ତୁରନ୍ତ ସରକାର ଏ ସମସ୍ୟା ଦିଗରେ ଦୁଷ୍ଟି ଦିଅନ୍ତୁ । ରାଜ୍ୟବାସୀଙ୍କୁ ଜଣାନ୍ତୁ ରାଜ୍ୟରେ କେତେ ପରିମାଣର ଗ୍ୟାସ୍ ମହଜୁତ ରହିଛି ତାର ହିସାବ ଦିଅନ୍ତୁ । ସମସ୍ୟା କେଉଁଠାରେ ରହିଛି ତାହା ଜନତାଙ୍କୁ ଜଣାନ୍ତୁ । ଗ୍ୟାସ୍ ଦର ବର୍ଦ୍ଧିତ କରି ସରକାର ଜନତାଙ୍କୁ ପେଟକୁ ନାତ ମାରିଛନ୍ତି । କଳାବଜାରୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସରକାର । ଫୁଟପାଥ୍ରେ ଦୁଇ ଓଳି ଖାଇବାକୁ ପାଉଥିବା ଗରିବ ଲୋକ ଆଉ ଖାଇବାକୁ ପାଇବେ ନାହିଁ । ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇବାକୁ ମଧ୍ୟ ଯୋଜନା ହୋଇସାରିଛି । ଆଗାମୀ ୧୦ ଦିନ ଭିତରେ କଂଗ୍ରେସ ଦଳ ତରଫରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନ କରାଯିବ ବୋଲି ଭକ୍ତ ଦାସ କହିଛନ୍ତି ।