କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଇରାନ ସମର୍ଥନରେ ପ୍ରତିବାଦ, ଶୁଭିଲା ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ

NEWS7
people-protest-for-ganjei-seized-in-mohana

ଶ୍ରୀନଗର: ଶୁକ୍ରବାର ନମାଜ ପରେ କାଶ୍ମୀରରେ ଇରାନକୁ ସମର୍ଥନ କରି ଜୋରଦାର ପ୍ରଦର୍ଶନ କରାଯାଇଛି। ଶ୍ରୀନଗର, ପୁଲୱାମା ଏବଂ ବଡଗାମର ଅନେକ ସିଆ ବହୁଳ ଅଞ୍ଚଳରେ ଲୋକମାନେ ଇରାନ ପ୍ରତି ସମର୍ଥନ ଜଣାଇ ପ୍ରଦର୍ଶନ କରିଛନ୍ତି । ପ୍ରଦର୍ଶନକାରୀମାନେ ଆମେରିକା ଏବଂ ଇସ୍ରାଏଲ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି।

ଶ୍ରୀନଗରରେ, ନେହେରୁ ପାର୍କ ନିକଟସ୍ଥ ହସାନାବାଦ ଏବଂ ଗୁଣ୍ଡ ହାସି ଭାଟ ଭଳି ଅଞ୍ଚଳରେ ରାଲି ଅନୁଷ୍ଠିତ ହୋଇଥିଲା। ପ୍ରଦର୍ଶନକାରୀମାନେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ଏବଂ ଇରାନରେ ବଢ଼ୁଥିବା ବାହ୍ୟ ହସ୍ତକ୍ଷେପକୁ ନିନ୍ଦା କରିଛନ୍ତି। ପ୍ଲାକାର୍ଡ ଏବଂ ବ୍ୟାନର ଧରି ପ୍ରଦର୍ଶନକାରୀମାନେ ଇରାନ ଏବଂ ଖାମେନିଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିବା ଜଣାପଡ଼ିଛି ।

କେନ୍ଦ୍ରୀୟ କାଶ୍ମୀରର ବଡଗାମର ମେନ୍ ଚୌକ୍ ଅଞ୍ଚଳ ଏବଂ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଗାଙ୍ଗୁ ଅଞ୍ଚଳରେ ମଧ୍ୟ ସମାନ ପ୍ରତିବାଦ ଦେଖିବାକୁ ମିଳିଛି। ପ୍ରଦର୍ଶନକାରୀମାନେ କହିଛନ୍ତି ଯେ, ସେମାନେ ଇରାନ ବିରୁଦ୍ଧରେ ଷଡ଼ଯନ୍ତ୍ର ବିରୋଧରେ ପ୍ରତିବାଦ କରୁଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଦର୍ଶନ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ ।

ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଇରାନର ଲୋକମାନଙ୍କୁ ଆମେରିକା ଏବଂ ଇସ୍ରାଏଲର ପଦକ୍ଷେପକୁ ବିଫଳ କରିବା ପାଇଁ ଏକତ୍ରିତ ହେବାକୁ ଆହ୍ୱାନ କରିଛନ୍ତି ଏବଂ ଖାମେନି ସରକାରଙ୍କୁ ପ୍ରଦର୍ଶନକାରୀଙ୍କ ଅଭିଯୋଗର ସମାଧାନ କରିବାକୁ ଅପିଲ୍ କରିଛନ୍ତି।