T 20 World Cup: ଇଶାନଙ୍କ ବିସ୍ଫୋରଣ ପରେ ବୋଲରଙ୍କ ଫିରକି, ପାକିସ୍ତାନକୁ ହରାଇ ସୁପର-୮ରେ ଭାରତ

NEWS7
people-of-maharashtra-and-delhi-will-get-cheaper-petrol-diesel-ready-to-bring-it-under-the-purview-of-gst

କଲୋମ୍ବୋ: ଲାଗିଲା ହାଇଭୋଲଟେଜ୍ ମୁକାବିଲା ରୋମାଞ୍ଚକର ହେବ। କ୍ରିକେଟ୍ ପ୍ରେମୀଙ୍କୁ ଏକ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ମୁକାବିଲା ଦେଖିବାକୁ ମିଳିବ। ହେଲେ ମ୍ୟାଚକୁ ଭାରତ ଏକତରଫା ଭାବେ ଜିତି ନେଇଛି। ବିଜୟ ସହ ଭାରତ ଟି-୨୦ ବିଶ୍ଵକପ୍ ୨୦୨୬ର ସୁପର-୮ରେ ପ୍ରବେଶ କରିଛି। ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ମହାମୁକାବିଲାରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଶୋଚନୀୟ ଭାବେ ୬୧ ରନରେ ହରାଇଛି। ଭାରତ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଛନ୍ତି ଇଶାନ କିଶନ ଓ ଭାରତୀୟ ବୋଲର। ଇଶାନ କିଶନଙ୍କ ୭୭ ରନ ଏବଂ ବାକି ବ୍ୟାଟରଙ୍କ ଛୋଟ ଛୋଟ ଯୋଗଦାନ ବଳରେ ଭାରତ ୧୭୫ ରନ କରିଥିଲା। ଜବାବରେ ପାକିସ୍ତାନ ୧୮ ଓଭରରେ ୧୧୪ ରନରେ ଅଲଆଉଟ୍ ହୋଇଛି। ପାକିସ୍ତାନ ପକ୍ଷରୁ ଉସ୍ମାନ ଖାନ ୪୪ ରନ କରିଥିଲେ। 

୧୭୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରରେ ସାହିବଜାଦା ଫରହାନ(୦)ଙ୍କୁ ପାଭିଲିୟନ ପଠାଇଥିଲେ। ପୁଣି ଦ୍ଵିତୀୟ ଓଭର ବୋଲିଂ କରିଥିବା ଯଶପ୍ରୀତ ବୁମରା ପାକିସ୍ତାନକୁ ଡବଲ ଝଟକା ଦେଇଥିଲେ। ସାଇମ ଆୟୁବ(୬ ରନ) ଓ ଅଧିନାୟକ ସଲମାନ ଆଘା(୪ ରନ) ପାଭିଲିୟନ ଫେରିଥିଲେ। ନିଜର ଖରାପ ଫର୍ମ ବଜାୟ ରଖି ବାବର ଆଜମ(୫ ରନ) ଅକ୍ଷରଙ୍କ ବଲରେ ବୋଲ୍ଡ ହୋଇଥିଲେ। ୩୪ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା ପାକିସ୍ତାନ। ଉସ୍ମାନ ଖାନଙ୍କୁ ବାଦ ଦେଲେ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲେ। ଉସ୍ମାନ ୩୪ ବଲରୁ ୪୪ ରନ କରିଥିଲେ। ମହମ୍ମଦ ନଓ୍ଵାଜ ୪ ରନ ଫହୀମ ଅଶ୍ରଫ ୧୦ ରନ କରି ଆଉଟ୍ ହୋଇଥିଲେ। ଶେଷରେ ପାକିସ୍ତାନ ୧୧୪ ରନରେ ଅଲଆଉଟ୍ ହୋଇଛି। ଭାରତ ମ୍ୟାଚକୁ ୬୧ ରନରେ ଜିତି ନେଇଛି।