LIVE TV

ପ୍ରଶାନ୍ତ ମହାସାଗର ତଳେ ଦୁଇ ଭାଗରେ ବାଣ୍ଟି ହେଉଛି ପୃଥିବୀ ... ଆସିବାକୁ ଯାଉଛି କି ବଡ଼ ବିପର୍ଯ୍ୟୟ ?

NEWS7
people-feel-shame-go-to-park-in-bhubaneswar

ନୂଆଦିଲ୍ଲୀ – ପୃଥିବୀ ପୃଷ୍ଠ ଗୋଟିଏ ବିଶାଳ ଚଟାଣର ଖଣ୍ଡ ନୁହେଁ , ବରଂ ଅନେକ ବଡ଼ ବଡ଼ ଖଣ୍ଡରେ ତିଆରି। ଏହି ଖଣ୍ଡ ଯାହାକୁ ଟେକ୍ଟନିକ ପ୍ଲେଟ୍ସ କହନ୍ତି , ତାହା ଧିରେ ଧିରେ ଘୂରୁ ଥାଏ। କେବେ କେବେ ଏହା ପରସ୍ପର ସହ ଧକ୍କା ହୋଇଥାନ୍ତି। ବିଚ୍ଛିନ୍ନ ହୁଅନ୍ତି କିମ୍ୱା ଗୋଟିଏ ତଳେ ଅନ୍ୟଟି ପଶି ଯାଏ। କିନ୍ତୁ ବୈଜ୍ଞାନିକଙ୍କୁ ନିକଟରେ ଏକ ଆଶ୍ଚର୍ଯ୍ୟକର  ସନ୍ଧାନ ମିଳିଛି।

ପ୍ରଶାନ୍ତ ମହାସାଗରର ତଳେ କାନାଡାର ଭ୍ୟାକୁବର ଦ୍ୱୀପର ଏକ ଟେକ୍ଟାନିକ୍‌ ପ୍ଲେଟ୍‌ ଦୁଇଟି ଭାଗରେ ବାଣ୍ଟି ହେଉଛି। ଏହି ସ୍ଥାନକୁ କ୍ୟାସ୍କେଡିଆ ସବଡକ୍ସନ ଜୋନ୍‌ କୁହାଯାଏ। ନୂଆ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଏହି ଜୋନ୍ ନିଜ ମୃତ୍ୟୁର ପାଖାପାଖି ପହଞ୍ଚିବାକୁ ଯାଉଛି। ଏଥିରେ କଣ ବଡ଼ ଭୂକମ୍ପ କିମ୍ୱା ପ୍ରଳୟ ଆସିବ ? ଏହି ରିସର୍ଚ୍ଚ ସାଇନ୍ସ ଆଡଭାସେନ୍ସ ଜର୍ନାଲରେ ପ୍ରକାଶିତ ହୋଇଛି।  

ପୃଥିବୀର ଉପର ପୃଷ୍ଠ ଅର୍ଥାତ୍‌ କ୍ରଷ୍ଟ ଅନେକ ପ୍ଲେଟ୍ସରେ ବଣ୍ଟା ହୋଇଛି। ଏହି ପ୍ଲେଟ୍ସ ଗରମ , ଅର୍ଦ୍ଧ-ତରଳ ଚଟଣା ଉପରେ ଭାସି ରହିଥାଏ। ଏହି ପ୍ଲେଟ୍ସ ପରସ୍ପର ମଧ୍ୟରେ ଯୋଡ଼ି ହୋଇଛି , କିନ୍ତୁ ଧିରେ ଧିରେ ହଲୁ ଥାଏ। କେବେ କେବେ ଏହା ପରସ୍ପର ମଧ୍ୟରେ ଘଷି ହୋଇଯାଏ । କେବେ ପୁଣି ଅଲଗା ହୋଇଯାଏ। ସବୁଠୁ ବିପଜ୍ଜନକ ପ୍ରକ୍ରିୟା ସବଡକ୍ସନ –ଯେବେ ଗୋଟିଏ ପ୍ଲେଟ୍‌ ଅନ୍ୟ ଗୋଟେ ତଳେ ଖସି ଯାଏ। ଏଥିରୁ ଜ୍ୱାଳାମୁଖୀ ବାହାରି ଥାଏ । ଭୂକମ୍ପ ଆସେ।

କ୍ୟାସ୍କେଡିଆ ସବଡକ୍ସନ ଜୋନ୍‌ ପ୍ରଶାନ୍ତ ମହାସାଗରର ଉତ୍ତର ଭାଗରେ ଅଛି। ଏଠାରେ ଚାରୋଟି ପ୍ଲେଟ୍‌ ମିଳିଥାଏ। ଏକ୍ସପ୍ଲୋରର, ଜୁଆନ ଡେ ଫ୍ୟୁକା , ପେସିଫିକ୍‌ ଓ ନର୍ଥ ଆମେରିକାନ , ଏକ୍ସପ୍ଲୋରର ଓ ଜୁଆନ ଡେ ଫ୍ୟୁକା ପ୍ଲେଟ୍‌ସ ନର୍ଥ ଆମେରିକାନ ପ୍ଲେଟ୍‌ର ତଳେ ସ୍ଲାଇଡ୍‌ କରୁଛି। ଏହି ସ୍ଥାନ ଖୁବ୍‌ ଜଟିଳ।

ସବଡକ୍ସନ ଜୋନ୍‌ ଭାଙ୍ଗିବା ସାଧାରଣ ପ୍ରକ୍ରିୟା ହୋଇଥାଏ। ଯଦି ପ୍ଲେଟ୍ସ ସର୍ବଦା ପରସ୍ପର ସହ ଧକ୍କା ହୁଏ , ତ ଭୂବୈଜ୍ଞାନିକ ଇତିହାସ ଲୋପ ପାଇଯିବ। ଏଥିପାଇଁ ପ୍ରକୃତି ଏହାକୁ ରୋକିବା ପାଇଁ ପ୍ଲେଟ୍‌କି ଭାଙ୍ଗି ଦିଏ। ଭଙ୍ଗା ଅଂଶଟି ଛୋଟ ମାଇକ୍ରୋପ୍ଲେଟ୍ସ ହୋଇଥାଏ। କିଛି ଭାଗରେ ଏବେ ଭୂକମ୍ପୀୟ ରୂପେ ସକ୍ରିୟ ନୁହେଁ , କାରଣ ଏହା ମୁଖ୍ୟ ସିଷ୍ଟମରୁ ବିଚ୍ଛନ୍ନ ହୋଇ ସାରିଛି।

ଏବେ ଚିନ୍ତା କରିବାର ଆବଶ୍ୟକ ନାହିଁ । ଏହି ପ୍ରକ୍ରିୟା ଖୁବ ମନ୍ଥର। ଲକ୍ଷ ଲକ୍ଷ ବର୍ଷ ଲାଗିବ। କିନ୍ତୁ ହଁ, ଭାଙ୍ଗିବା ଯୋଗୁଁ ଛୋଟ ଛୋଟ ଭୂକମ୍ପ ଆସିପାରେ। କ୍ୟାସ୍କେଡିଆ ଜୋନ୍‌ ପୂର୍ବରୁ ହିଁ ବଡ଼ ବିପଦ। ୧୭୦୦ରେ ଏଠାରେ ୯ ତୀବ୍ରତାର ଭୂକମ୍ପ ଆସିଥିଲା। ଯାହା ଜାପାନ ଯାଏ ସୁନାମୀ ପହଞ୍ଚି ଯାଇଥିଲା। ଯଦି ପୂରା ଜୋନ୍‌ ଭାଙ୍ଗି ଯାଏ ତ , ୱାଶିଂଟନ , ଓରେଗନ ଓ ବ୍ରିଟିଶ କୋଲମ୍ୱିଆରେ ଧ୍ୱଂସ ଲୀଳା ଘଟିପାରେ। କିନ୍ତୁ ବୈଜ୍ଞାନିକ କୁହନ୍ତି ଯେ ଏହା ମୃତ୍ୟୁର ସଙ୍କେତ ।