LIVE TV
LIVE TV

ଯାଇଥିଲେ ପୁଅର ଚିକିତ୍ସା ନିମନ୍ତେ ଡାକ୍ତରୀ ପରାମର୍ଶ ପାଇଁ, ହୃଦଘାତରେ ଚାଲିଗଲା ଆଲବେନିୟ ପପ୍ ଷ୍ଟାରଙ୍କ ଜୀବନ

NEWS7
pensioners-forum-write-letter-to-pm-for-rest-da-and-dearness-allowances

ମୋଞ୍ଜା ୨୭।୧୧: ଆଲବେନିୟ ପପ୍ ଷ୍ଟାର ଶପତ କାସାପୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା ଓ ପୂର୍ବରୁ ତାଙ୍କର ହୃଦୟ ସମ୍ବଦ୍ଧୀୟ କୌଣସି ସମସ୍ୟା ନଥିଲା। ଶପତ କାସାପୀ ତାଙ୍କ ପତ୍ନୀ ସେଲଭିଜେ ଜାଓଙ୍କ ସହିତ ୩ ବର୍ଷର ପୁଅର ଚିକିତ୍ସା ନିମନ୍ତେ ଡାକ୍ତରୀ ପରାମର୍ଶ ପାଇଁ ଇଟାଲୀ ଗସ୍ତରେ ଥିଲେ। ତେବେ ପୁଅର ଚିକିତ୍ସା ପାଇଁ ଡାକ୍ତରୀ ପରାମର୍ଶ ନେବା ପୂର୍ବରୁ ପତ୍ନୀଙ୍କ କୋଳରେ ତାଙ୍କର ପରଲୋକ ଘଟଣା ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।

ଆଲବେନିୟ ଓ କୋସୋଭ ସଙ୍ଗୀତରେ ଶପତ କାସାପୀ ଜଣେ ଜଣାଶୁଣା ନାଁ। ୨୦୦୦ ଦଶକରେ କାସାପୀଙ୍କ ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା। ‘ନିଡ ଟୁ କ୍ନୋ’ ଅନୁସାରେ ୨୦୧୩ ମସିହା ପୂର୍ବରୁ କାସାପୀଙ୍କ ରୋମାନ୍ସ ମିସ୍ କୋସୋଭଙ୍କ ସହ ଥିଲା। ତେବେ ୨୦୨୧ରେ ସେ ସେଲଭିଜେ ଜାଓଙ୍କୁ ଏକ ଅନ୍ତରଙ୍ଗ କାର୍ଯ୍ୟକ୍ରମରେ ବିବାହ କରିଥିଲେ। ଆଲବାନିୟା ରାଜଧାନୀ ତିରାନାର ବାସିନ୍ଦା ଏହି ଦମ୍ପତ୍ତିଙ୍କର ୩ ବର୍ଷର ପୁଅ ରୋୟେଲ ଅଛି। ରୋୟେଲର ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଦମ୍ପତ୍ତି ଇଟାଲୀ ମୋଞ୍ଜା ଯାଇଥିବା ବେଳେ କାସାପୀ ଅଚାନକ ହୃଦଘାତରେ ପ୍ରାଣ ହରାଇଛନ୍ତି।

କାସାପୀଙ୍କ ପରଲୋକ ନେଇ ସେଲଭିଜେ ଇଂଷ୍ଟାରେ ଏକ ପୋଷ୍ଟ କରିଛନ୍ତି। ଏଥିରେ କାସାପୀ ତାଙ୍କ ବାହୁ ବନ୍ଧନରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଅତ୍ୟନ୍ତ ବ୍ୟଥାର ସହ ଉଲ୍ଲେଖ କରିଛନ୍ତି। ଏହି ପୋଷ୍ଟ କାସାପୀଙ୍କ ମର୍ମନ୍ତୁତ ମୃତ୍ୟୁ ବେଳର ପରିସ୍ଥିତିକୁ ସ୍ପଷ୍ଟ କରୁଛି। ତେବେ ତାଙ୍କ ପୁତ୍ରର ଚିକିତ୍ସକୀୟ ପରାମର୍ଶ ନିମନ୍ତେ ସେ ଇଟାଲୀ କାହିଁକି ଯାଇଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ତେବେ କାସାପୀଙ୍କ ଅସମୟ ମୃତ୍ୟୁ ତାଙ୍କ ଅଗଣିତ ଫ୍ୟାନ୍ସ ଓ ପ୍ରିୟଜନଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି ।