ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ମନ୍ତ୍ରୀଙ୍କ ଅନୁଧ୍ୟାନ, କହିଲେ ଘଟଣା ଅଭାବନୀୟ

NEWS7
pcc-president-said-rahul-gandhi-visit-again-odisha-last-week-of-this-month

ରାଉରକେଲା ୧୨/୦୧: ରାଉରକେଲା ବିମାନ ଦୁର୍ଘଟଣାର ଛାନଭିନ୍ । ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ଅନୁଧ୍ୟାନ । ଅନୁଧ୍ୟାନ ପରେ ଦୁର୍ଘଟଣାକୁ ଅଭାବନୀୟ କହିଲେ ମନ୍ତ୍ରୀ । ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ । ସେ କହିଥିଲେ 'ରାଉରକେଲା ପହଞ୍ଚିବାକୁ ଅଳ୍ପ ଦୂର ଥିଲା ଦୁର୍ଘଟଣା ଘଟିଲା ।

ଦୁର୍ଘଟଣାରେ ଆହତଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ । 'କାହିଁକି ଏଭଳି ଦୁର୍ଘଟଣା ଘଟିଲା ସେଥିପାଇଁ ଆମେ ଚିନ୍ତିତ । 'ଭଗବାନ ଆମକୁ ରକ୍ଷା କରିଦେଲେ, ସମସ୍ତଙ୍କୁ ତତ୍କାଳ ଉଦ୍ଧାର କରାଯାଇଥିଲା । 'ସମସ୍ତେ ଏକପ୍ରକାର ସୁରକ୍ଷିତ ଉଦ୍ଧାର ହେବା ଭଗବାନଙ୍କ ଆଶୀର୍ବାଦ । ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ତଦନ୍ତ ଚାଲିଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସେପଟେ ଦୁର୍ଘଟଣାରେ ଆହତ ଯାତ୍ରୀ, ପାଇଲଟଙ୍କୁ ଭେଟିଥିଲେ ମନ୍ତ୍ରୀ । ସେମାନେ ଚିକିତ୍ସିତ ହେଉଥିବା ଡାକ୍ତରଖାନାରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।