LIVE TV

ବାତ୍ୟା ‘ମୋନ୍ଥା’ର ପ୍ରଭାବ : ଗଜପତିରେ ଲଗାଣ ବର୍ଷାରେ ଧସିଲା ପାହାଡ଼, ପୋଲ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ

NEWS7
paunji-and-gold-chen-return-to-family-of-mamita-meher

ଗଜପତି ୧୦: ଗଜପତି ଜିଲ୍ଲାରେ ବାତ୍ୟା ମୋନ୍ଥାର ପ୍ରଭାବ ଦେଖିବାକୁ ମିଳିଛି ଜିଲ୍ଲାରେ ଗତକାଲି ଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ବାତ୍ୟା ମୋନ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ସଜାଗ । ବାତ୍ୟା ମୋନ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ମୋଟ୍ ୨୦୩ ଜଣ ଗର୍ଭବତୀ ମହିଳା ଚିହ୍ନଟ ହୋଇଥିବା ବେଳେ ୧୬୦ ଜଣଙ୍କୁ ମାଗୃହ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ସେହିପରି ବିଭିନ୍ନ ଅଶ୍ରୟସ୍ଥଳୀରେ ସୋମବାର ଠାରୁ ବର୍ତ୍ତମାନ ସୁଦ୍ଧା ୫୪୭୦ ଜଣକୁ ସ୍ଥାନାନ୍ତର କରାଯାଇଛି ସେମାନଙ୍କ ମଧ୍ୟରୁ ପୁରୁଷ ୨୦୬୦, ମହିଳା ୨୨୦୮, ଛୋଟ ପିଲା ୯୩୧ ଏବଂ ୪୩୧ ଜଣ ବୃଦ୍ଧା ରହିଥିବା ବେଳେ ୪୪ଜଣ ଭିନ୍ନକ୍ଷମ ରହିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ  ରନ୍ଧା ଖାଦ୍ୟ ଦିଆଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ମଧୁମିତା । ବିଭିନ୍ନ ଗ୍ରାମାଞ୍ଚଳ ସ୍ତରରେ ମାଇକିଂ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଲୋକ ପ୍ରତିନିଧି ମାନଙ୍କୁ ନେଇ ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲାରେ ଗୋଟିଏ ଏନଡିଆରଏଫ ଆର.ଉଦୟଗିରି ଠାରେ ମୁତୟନ କରାଯାଇଛି ତିନୋଟି ଓଡିଆରଏଫ ଟିମ୍ କାଶୀନଗର ଓ ରାୟଗଡ ବ୍ଲକ୍ ଠାରେ ସଜାଗ ରହିଥିବା ସହ  ଟି ଅଗ୍ନିମ ବାହିନୀ ଟିମ୍ ବାତ୍ୟା ମୁକାବିଲା ପାଇଁ ନିୟୋଜନ କରାଯାଇଛି ।

ବାତ୍ୟା ମୋନ୍ଥାର ପ୍ରଭାବରେ ମଙ୍ଗଳବାର ସକାଳୁ କୋହଲିଆ ପାଗ ସହ ରହିରହି ବର୍ଷା ହେଉଛି । ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିଥିବା ବେଳେ ରାତିରେ ମଧ୍ୟ ସାମାନ୍ୟ ବିକ୍ଷିପ୍ତ ଭାବରେ ଝିପିଝିପି ବର୍ଷା ହୋଇଥିଲା ।  ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ସହ ସାଧାରଣ ଲୋକେ ବର୍ଷା ସମୟରେ ଘରୁ ବାହାରକୁ ନବାହାରିବା ପାଇଁ ଅନୁରୋଧ କରିଛି ପ୍ରଶାସନ । ମଙ୍ଗଳବାର ସନ୍ଧ୍ୟା ଠାରୁ ତିନି ଦିନ ଧରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଆଗକୁ ପାଗରେ ଅଧିକ ପରିବର୍ତ୍ତନ ହେବା ସହ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।  ଜିଲ୍ଲାର ସମସ୍ତ ଅଞ୍ଚଳରେ ବିକ୍ଷିପ୍ତ ଭାବେ ବର୍ଷା ଜାରି ରହିଛି । ତେଣୁ ପାଗକୁ ଦେଖି ପାହାଡିଆ ଅଞ୍ଚଳବାସୀଙ୍କ ମନରେ ଛନକା ପସିଛି । ହେଲେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ତେବେ ଆଗକୁ ବର୍ଷା ଜନିତ ଭୂସ୍ଖଳନ କିମ୍ବା ରାସ୍ତାଘାଟ ଧୋଇଯିବା ଭଳି କୌଣସି ଘଟଣା ଘଟେ ତେବେ ଆଗକୁ ସମସ୍ତ ପ୍ରକାର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେପଟେ ଜିଲ୍ଲାର ମୋହନା ଅଞ୍ଚଳରେ ବାତ୍ୟା ମୋନ୍ଥାର ପ୍ରଭାବ ଦେଖିବାକୁ ମିଳିଛି l ସୋମବାର ଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ପବନର ବେଗ ବୃଦ୍ଧି ପାଇଛି l ବର୍ଷା ଓ ପବନ ଯୋଗୁଁ ରା.ଉଦୟଗିରି ବ୍ଲକ ଲୁବୁରୁସିଂ ନିକଟରେ ଏକ ବିରାଟ ଗଛ ରାସ୍ତା ଉପରେ ପଡି ରହିଛି l ଫଳରେ ମୋହନାରୁ ପାରଳାଖେମୁଣ୍ଡି ଯାତାୟତ ବାଧାପ୍ରାପ୍ତ ହୋଇଛି l ରା.ଉଦୟଗିରି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ହଟାଇବାକୁ ଚେଷ୍ଟା କରୁଛନ୍ତି l ସେହିପରି ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ଚିତ୍ର ମଧ୍ୟ ନଜରକୁ ଆସିଛି l ବାତ୍ୟା ପ୍ରଭାବରେ ମୋହନା ବ୍ଲକ ଅକିଲି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଥିବା ଜଣାପଡିଛି l

ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳକୁ ଚାଲି ଯାଇଛନ୍ତି ଲୋକେ l ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ ଆକିଲି ଗାଁରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ଟିଣ ଛପର ଉଡିଯାଇଛି l ଘର ଭାଙ୍ଗିଥିବା ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ ବ୍ୟବସ୍ଥା କରାଯାଇଛି l ବର୍ଷାକୁ ଦୃଷ୍ଟିରେ ରଖି ଅଡବା ହରଭଙ୍ଗୀ ଡ୍ୟାମରେ ଟି ଗେଟ୍ ଖୋଲା ଯାଇଥିବା ଜଣାପଡିଛି l

ବାତ୍ୟା ମୋନ୍ଥାର ପ୍ରଭାବ ଧୀରେ ଧୀରେ ବଢ଼ି ଚାଲିଛି l ପ୍ରବଳ ବର୍ଷା ସହ ପବନ ଯୋଗୁଁ ପୋଲ ଉପରେ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ  ମାଛଘରl ପୋଲରେ l ଏହି ପୋଲ ଉପରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ମହେନ୍ଦ୍ରଗଡ଼ରୁ ପାତ୍ରପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି l ଏହି ପୋଲ ଆରପଟେ ଶିଆଳିଲଟି ଓ ପୁରୁଣାପାଣି ଆଦି ଟି ପଞ୍ଚାୟତର ପ୍ରାୟ ୪୦ରୁ ଅଧିକ ଗାଁ ରହିଛି l ସେ ସବୁ ଗାଁ ଗୁଡିକରେ କିଭଳି ପହଞ୍ଚିବେ ସେଥିପାଇଁ ଚିନ୍ତାରେ ରହିଛି ପ୍ରଶାସନ l ଅନ୍ୟ ପକ୍ଷରେ ଲକ୍ଷ୍ମୀପୁର ଗାଁରେ କିଛି ଲୋକଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି l

ଏପଟେ କାଶୀନାଗର ବ୍ଲକ୍ ପାଡ଼ତଡା ପଞ୍ଚାୟତର ଲିଙ୍ଗା ଠାରୁ ବାରଭା ଗ୍ରାମକୁ ଯାଉଥିବା କଚା ରାସ୍ତାରେ ପାହାଡ଼ ଧସି ହୋଇ ବଡ଼ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଥିଲା ଯାହାକୁ ପୂର୍ତ୍ତ ବିଭାଗ ତରଫରୁ ଜେସିବି ଲଗାଇ ଅବରୋଧ ହଟାଇବା ସହ ସ୍ୱାଭାବିକ କରିଛି ପ୍ରଶାସନ ଦିନ ତମାମ ଝିପିଝିପି ବର୍ଷା ଲାଗିରହିବା ସହ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ତେବେ ବାତ୍ୟା ସନ୍ଧ୍ୟା ପରେ ଲ୍ୟାଣ୍ଡଫଲ କରିବା ପରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ରଖିଛି ତେବେ ଆଗକୁ ସ୍ଥିତି କିଭଳି ରହିବ ତାହାରି ଉପରେ ନଜର ରଖିଛି ପ୍ରଶାସନ