ବିବାହ ପାଇଁ ନାବାଳିକାଙ୍କୁ ଅପହରଣ, କଠୋର ନିର୍ଯାତନା ପରେ ଛାଡିଦେଲେ

NEWS7
pattangi-mla-argue-with-andhra-officers

ଭଦ୍ରକ ୧୫/୧୨: ଉଠାଇନେଲେ, ମାଡ଼ ମାରିଲେ । ଶେଷରେ ନମାନିବାରୁ ରାସ୍ତାରେ ଆଣି ଛାଡିଦେଲେ । ଘଟଣାକୁ ନେଇ ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଗାର ମହିଳା ମାନେ ଉତ୍ୟକ୍ତ ହୋଇଥିଲେ । ପରେ ସଂପୃକ୍ତ ମହିଳାଙ୍କ ଘର୍ ସମ୍ମୁଖରେ ପାଟି ତୁଣ୍ଡ କରିଥିଲେ । ସେପଟେ ଘଟଣାକୁ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନା ଥାଉକି, ବୟସ୍କ ଲୋକଙ୍କ ସହ ବିବାହ ପାଇଁ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗ । ରାଜ୍ୟ ବାହାରକୁ ନେଇ ହାତ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଶେଷରେ ବିବାହ ବିଫଳ ହେବାରୁ ପୁଣି ଆଣି ରାସ୍ତାରେ ଛାଡି ଫେରାର । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ବାଣିତିଆ ଗାଁରୁ ଏମିତି ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗାଁର ୧୩ ବର୍ଷୀୟ ନାବାଳିକାକୁ ଜଣେ ମହିଳା ଘର୍ କୁ ଡାକି ହାତ ଗୋଡ ବାନ୍ଧି କାର ଯୋଗେ ଅପହରଣ କରିଥିଲେ ।

ପରେ ଟ୍ରେନ ଯୋଗେ ଅନ୍ୟ ରାଜ୍ୟ କୁ ନେଇ ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ବିବାହ କରିବା ପାଇଁ ବାଧ୍ୟ କରିବା ସହ ନିସ୍ତୁକ ମାଡ ମାରିଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ ନାବାଳିକା ବିବାହ ପାଇଁ ରାଜି ନ ହେବାରୁ ବାଧ୍ୟ ହୋଇ ତାଙ୍କୁ ଆଣି ଭଦ୍ରକ ସହରରେ ଛାଡି ପଳାଇଥିଲେ । ନାବାଳିକା ଜଣକ ତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ପରେ ନିଜ ଗାଁ କୁ ଫେରିଥିଲେ ।