ବଡ଼ ଡ଼କାୟତି ଯୋଜନା ପଣ୍ଡ : ୫ ଡକାୟତ ଗିରଫ, ମାରଣାସ୍ତ୍ର ସହ ଲଙ୍କା ଗୁଣ୍ଡ ଜବତ

NEWS7
patnagarh-mla-saroj-meher-up-down-jr-enjineer-for-low-level-road-construction-issue-mla-pardoned

ଜଟଣୀ ୧୪।୧: ଜଟଣୀ ପୋଲିସକୁ ବଡ଼ ସଫଳତା । ବଡ଼ ଧରଣର ଡକାୟତି ଯୋଜନାକୁ ଭଣ୍ଡୁର କଲା ପୋଲିସ l ୫ ଡକାୟତଙ୍କୁ ଗିରଫ କଲା ଜଟଣା ପୋଲିସ । ସେମାନଙ୍କ ନିକଟରୁ ଖଣ୍ଡା, ଛୁରୀ, ଲାଠି, ଲଙ୍କା ଗୁଣ୍ଡ ସହ ମଦ ବୋତଲ ଜବତ ହୋଇଛି ।

ମଙ୍ଗଳବାର ରାତିରେ ଜଟଣୀ ଆଇଆଇସି ଷ୍ଟାଲିନ ବିଶ୍ୱାଳ ବିଶେଷ ସୂତ୍ରରୁ ଖବର ପାଇଥିଲେ ଜଟଣୀ ଅନ୍ତର୍ଗତ ମାଣିଆ ଛକ ନିକଟରେ କିଛି ଯୁବକ ଡକାୟତି କରିବା ପାଇଁ ଯୋଜନା କରୁଛନ୍ତି l ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ASI ଆକାଶ କୁମାର ବେହେରା ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଜଟଣୀ ଥାନା ଅନ୍ତର୍ଗତ ମାଣିଆ ଛକ ନିକଟରେ ଥିବା ଶିବ ମନ୍ଦିର ଉପରେ ପୁରା ପ୍ରସ୍ତୁତ ସହିତ ଛଢାଉ କରିଥିଲା l ପୋଲିସକୁ ଦେଖି ୫ ଜଣ ଡକାୟତ ଘଟଣାସ୍ଥଳରୁ ଦୌଡିକି ପଳେଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଶେଷରେ ପୋଲିସ ୫ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଥିଲା l

ଡକାୟତଙ୍କ ନିକଟରୁ ଦୁଇଟି ବଡ ଖଣ୍ଡା, ଗୋଟେ ଧାରୁଆ ଛୁରୀ, ଲଙ୍କା ଗୁଣ୍ଡା ସହ ଦୁଇଟି ବଡ ମଦ ବୋତଲ ଜବତ କରିଥିଲା ପୋଲିସ l ଡକାୟତ ୫ ଜଣ ହେଲେ  ଖୁଦୁପୁର ଅଂଚଳର ଜିତେନ୍ଦ୍ର ରାଉତରାୟ, ରଥିପୁର ଅଂଚଳର ଅନ୍ସର ସାହା, ଗଜପତି ନଗର ଅଂଚଳର ସୁଜିତ କୁମାର ବିଶ୍ୱାଳ, ମାଛ ମାର୍କେଟ ଅଂଚଳର ଶ୍ୟାମସୁନ୍ଦର ବେହେରା ଓ ଲୋକୋ କଲୋନୀ ଅଂଚଳର ମନୋଜ କୁମାର ନାୟକ । ସମସ୍ତ ଡକାୟତ ଜଟଣୀ ଥାନା ଅନ୍ତର୍ଗତ ବୋଲି ପୋଲିସ କହିଛି l ଡକାୟତ ମାନଙ୍କ ଭିତରୁ ଅନ୍ସର ନାଁରେ ଡକାୟତି, ଚୋରି, ଆକ୍ରମଣ ଓ ଅସ୍ତ୍ରଶସ୍ତ୍ର ଆଇନରେ ୧୦ଟି ମାମଲା ଥିବାବେଳେ ଜିତେନ୍ଦ୍ର ରାଉତରାୟ ନାଁରେ ୩ଟି ଓ ସୁଜିତ ବିଶ୍ୱାଳ ନାଁରେ ୨ ଟି ମାମଲା ଥିବା ପୋଲିସ କହିଛି l