ବାଲେଶ୍ୱର ଭାରତର ସବୁଠାରୁ ପ୍ରଦୂଷିତ ସହର, ପଲ୍ୟୁସନ ତାଲିକାରେ ଓଡ଼ିଶାର ୭ଟି ସ୍ଥାନ

NEWS7
patient-died-due-to-oxygen-finished-in-ambulance-in-kalahandi-2

ଭୁବନେଶ୍ୱର: ବିଷ ବଳୟରେ ଦିଲ୍ଲୀ ସମେତ ଦେଶର ବଡ଼ ବଡ଼ ସହର। ଏଥିରୁ ବର୍ତ୍ତିନି ଓଡ଼ିଶା। ସ୍ଥିତି ଉଦବେଗଜନକ। ବାଲେଶ୍ୱର ଭାରତର ସବୁଠାରୁ ପ୍ରଦୂଷିତ ସହର । ବାଲେଶ୍ୱରର ବାୟୁର ମାନ(ଏକ୍ୟୁଆଇ) ୩୩୮ ଛୁଇଁଛି, ଯାହାକି ଅତି ନିମ୍ନମାନର । ଏଭଳି ସ୍ଥିତି ଶ୍ୱାସରୋଗୀଙ୍କ ସ୍ଥିତି ବିଗାଡ଼ିପାରେ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ।

ଭାରତର ୧୦ଟି ସର୍ବାଧିକ ବାୟୁ ପ୍ରଦୂଷିତ ସହର ତାଲିକାରେ ଓଡ଼ିଶାର ୭ଟି ସହର ସ୍ଥାନ ପାଇଛି । ବାୟୁ ପ୍ରଦୂଷଣରେ ବାଲେଶ୍ୱର ଦେଶର ପ୍ରଥମ ସ୍ଥାନରେ ଥିବାବେଳେ ତାଳଚେର ଦ୍ୱିତୀୟ ଓ ବାରିପଦା ୬ ନମ୍ବରରେ ଅଛି । ତାଳଚେରରେ ଏକ୍ୟୁଆଇ ୩୨୦ ରେକର୍ଡ ହୋଇଥିବା ବେଳେ ପଶ୍ଚିମବଙ୍ଗର ହଳଦିଆରେ ୩୧୬, ପଞ୍ଜାବର ରୂପନଗରରେ ୩୧୧, ବିଶାଖାପାଟନମରେ ୩୦୩ ଏବଂ ବାରିପଦାରେ ଏକ୍ୟୁଆଇ ୩୦୧ ରହିଛି ।

ଗତ ୨୪ ଘଣ୍ଟାର ବାୟୁ ପ୍ରଦୂଷଣ ସ୍ତରକୁ ଅନୁଧ୍ୟାନ କରି ଗୁରୁବାର ଅପରାହ୍ନ ୪ଟାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଜାରି କରିଥିବା ହାରାହାରି ଏକ୍ୟୁଆଇ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ଦେଶର ୬ଟି ସହରରେ ବାୟୁର ମାନ ଅତି ନିମ୍ନସ୍ତରୀୟ ଭାବେ ଲାଲ୍ ରଙ୍ଗରେ ଚିହ୍ନଟ କରାଯାଇଥିବାବେଳେ ଏଥିରେ ଓଡ଼ିଶାର ୩ଟି ସହର ରହିଛି ।

ଏକ୍ୟୁଆଇ ୩ ଶହରୁ ୪ଶହ ଭିତରେ ରହିଲେ ଏହାକୁ ଅତି ନିମ୍ନମାନର କୁହାଯାଇଥାଏ । ଆଜିର ରିପୋର୍ଟରେ ଦିଲ୍ଲୀରେ ଏକ୍ୟୁଆଇ ୨୩୪, ଫରିଦାବାଦରେ ୨୧୫, ଚେନ୍ନାଇରେ ୧୫୦, ବାଙ୍ଗାଲୋରରେ ୧୧୮, ଚଣ୍ଡୀଗଡ଼ରେ ୧୮୬, ମୁମ୍ବାଇରେ ୧୦୪, ଲକ୍ଷେ୍ନø ୧୬୩, ହାଇଦ୍ରାବାଦରେ ମାତ୍ର ୯୯ ରହିଛି । ଏସବୁ ବଡ଼ ସହରରେ ପ୍ରଦୂଷଣ ମାତ୍ରା କମ୍ ଥିବାବେଳେ ଓଡ଼ିଶାର ଅଧିକାଂଶ ସହରରେ ଢେର ଅଧିକ ରହିଛି ପ୍ରଦୂଷଣର ମାତ୍ରା ।

ରାଜ୍ୟର ଅନ୍ୟ ପ୍ରଦୂଷିତ ସହର ଭିତରେ ଅନୁଗୁଳ ଏକ୍ୟୁଅଇ ୨୭୬, କଟକ ୨୬୨, ବ୍ୟାସନଗର ୨୬୦, ଭୁବନେଶ୍ୱର ୨୩୯, ରାଉରକେଲା ୧୭୮ ରହିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ନିରଞ୍ଜନ ମଲ୍ଲିକ କହିଛନ୍ତି, ଶୀତ ଦିନ ସମୟରେ ସାଧାରଣତଃ ବାୟୁ ପ୍ରଦୂଷଣ ବଢ଼ିଥାଏ । କୁହୁଡ଼ି ଆଉ ଏକ କାରଣ । ବିଭିନ୍ନ ସ୍ଥାନରେ ରାସ୍ତା ମରାମତି, ଖୋଳାତଡ଼ା ଚାଲିଥିବା ସମୟରେ ଅତ୍ୟଧିକ ଯାନବାହନ ଚଳାଚଳ ଯୋଗୁ ମଧ୍ୟ ବାୟୁର ମାନ ପ୍ରଦୂଷିତ ହୋଇଥାଏ । ପୁଣି କିଛିଦିନ ଭିତରେ ପ୍ରଦୂଷଣ ସ୍ତର କମିଥାଏ । ତଥାପି ପ୍ରଦୂଷଣକୁ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ ।