ଘର କେରଳ, କାରବାର କୋରାପୁଟରେ : ଗଞ୍ଜେଇ ତେଲ ଚାଲାଣର କିଙ୍ଗପିନ ଜୟରାଜ ଗିରଫ

NEWS7
patient-carried-on-cot-due-to-no-road-to-village-in-kalahandi

ଭୁବନେଶ୍ବର ୨୮।୨: ଗଞ୍ଜେଇ ତେଲ ଚାଲାଣର କିଙ୍ଗପିନ ଜୟରାଜ ଗିରଫ । ଜୟରାଜ ସହିତ ଆଉ ୬ ଜଣକୁ ଗିରଫ କରିଛି କୋରାପୁଟ ପୋଲିସ । ପୋଲିସର ଦିତୀୟ ଅପରେସନରେ କୋଟି କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ କରାଯାଇଛି । ଗଞ୍ଜେଇ ତେଲ କିଙ୍ଗପିନ ଘର କେରଳରେ ବୋଲି ପୋଲିସ କହିଛି । ଜୟରାଜ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲା । ଜୟରାଜର ଆଉ ଦୁଇ ସହଯୋଗୀ କେରଳର ବୋଲି ପୋଲିସ କହିଛି । ଏମାନଙ୍କୁ ଧରିବାକୁ ପୋଲିସର ୭ଟି ଟିମ୍ ଗଠନ ହୋଇଥିଲା । ଗଞ୍ଜେଇ ତେଲ କାରଖାନା ଠାବ ପାଇଁ ଡ୍ରୋନ୍‌ ସହାୟତା ନିଆଯାଇଥିଲା । ଗଞ୍ଜେଇ ତେଲ ପ୍ରସ୍ତୁତ ପାଇଁ ସୋସିଆଲ ମିଡିଆ ସାଇଟ୍‌ରେ ଭିଡିଓର ସହାୟତା ନେଇଥିଲା ଜୟରାଜ ।

ଏ ଖବର ବି ପଢ଼ନ୍ତୁ:- କୋରାପୁଟ ଜଙ୍ଗଲରେ ଏବେବି ଚାଲିଛି ଜୋରଦାର ଅପରେସନ, ଡ୍ରୋନ୍ ଦ୍ୱାରା ନଷ୍ଟ କରାଯାଉଛି ଗଞ୍ଜେଇ ଚାଷ

ଏହି ଗଞ୍ଜେଇ ତେଲ ଆଫଗାନିସ୍ତାନ, ପାକିସ୍ତାନ ଓ ଦୁବାଇ ଚାଲାଣ ହେଉଥିଲା । ଏବେବି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି । ଏ ନେଇ ଦକ୍ଷିଣାଞ୍ଚଳ ଡିଆଇଜି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି ।