ବିବାହର ମିଛ ପ୍ରତିଶ୍ରୁତି ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେନି ବିବାହିତା- ସୁପ୍ରିମକୋର୍ଟ

NEWS7
pathara-khani-re-chaligala-jubak-nka-jiban

ନୂଆଦିଲ୍ଲୀ,|୦୨ : ସୁପ୍ରିମକୋର୍ଟଙ୍କ ବଡ ରାୟ । ମିଛ ପ୍ରତିଶ୍ରୁତି ନାଁରେ ପାର୍ଟନରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେ ନାହିଁ ବିବାହିତ ମହିଳା । ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ଅଭିଯୁକ୍ତ ବିରୋଧରେ ଦାଖଲ ହୋଇଥିବା ମାମଲାକୁ କୋର୍ଟ ରବ୍ଦ କରିଦେଇଛନ୍ତି ।

ଜଷ୍ଟିସ ବିଭି ନାଗରତ୍ନା ଏବଂ ଉଜ୍ଜ୍ୱଳ ଭୁୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଜଣେ ବିବାହିତା ମହିଳାଙ୍କ ସହ ଜଣେ ବ୍ୟକ୍ତି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରକ୍ଷା କରିଛନ୍ତି । ସବୁ ମାମଲାରେ ଏହି ଘଟଣାକୁ ଦୁଷ୍କର୍ମ ଭାବେ ବିବେଚନା କରାଯାଇପାରିବ ନାହି । ଆଇପିସିର ୩୭୫ ଅନୁସାରେ ଜଣେ ବ୍ୟକ୍ତିକୁ ସେହି ସମୟରେ ଦୋଷୀ କରାଯିବ ଯେତେବେଳେ ସେ ଆରମ୍ଭରୁ କେବଳ ଶାରୀରିକ ସମ୍ପର୍କ ପାଇଁ ବିବାହର ମିଛ ପ୍ରତିଶ୍ରୁତି ଦେଇଥିବେ । ଛତିଶଗଡ ହାଇକୋର୍ଟଙ୍କ ଏକ ରାୟକୁ ରବ୍ଦ କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଛତିଶଗଡ ହାଇକୋର୍ଟ ଜଣେ ଅଭିଯୁକ୍ତ ଆଇନଜୀବୀଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାକୁ ରବ୍ଦ କରିବା ପାଇଁ ମନା କରିଦେଇଥିଲେ । ପରେ ଅଭିଯୁକ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

ଏହି ଖବରଟି ପଢନ୍ତୁ...

​​​​​​​ଦିଶାଙ୍କ ଡେଟିଂକୁ ନେଇ ମୁହଁ ଖୋଲିଲେ ତଲୱିନ୍ଦର, କହିଲେ-'ମୁଁ ଭଲପାଉଛି ହେଲେ...'

ମାମଲାର ଶୁଣାଣି ବେଳେ ଜଷ୍ଟିସ ନାଗରତ୍ନା କହିଛନ୍ତି ଯେ, ପୀଡିତା ମହିଳା ବିବାହିତ ଥିଲେ । ତାଙ୍କର ଛାଡପତ୍ର ମାମଲା ଏବେବି କୋର୍ଟରେ ଚାଲିଛି । ସେ ନିଜେ ଜଣେ ଆଇନଜୀବୀ । ତାଙ୍କୁ ଆଇନ ଭଲଭାବେ ଜଣାଥିବ । ତଥାପି ଅଭିଯୁକ୍ତ ଆଇନଜୀବୀ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ଉଭୟ ପକ୍ଷଙ୍କୁ ପରସ୍ପରର ବିବାହ ସ୍ଥିତି ବାବଦରେ ଜଣାଥିଲା । ଏହା କହି କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ମାମଲାକୁ ରବ୍ଦ କରିଦେଇଛନ୍ତି ।

ସୂଚନାଯୋଗ୍ୟ, ଛଡିଶଗଡର ୩୩ ବର୍ଷୀୟ ଜଣେ ମହିଳା ଆଇନଜୀବୀ ଅନ୍ୟ ଜଣେ ଆଇନଜୀବୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା କରିଥିଲେ । ମହିଳାଜଣଙ୍କ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ସେ ୨୦୨୨ ସେପ୍ଟେମ୍ବର ମାସରେ ଅଭିଯୁକ୍ତଙ୍କ ସହ ପରିଚିତ ହୋଇଥିଲେ । ଉଭୟ ୨୦୨୫ ଯାଏଁ ଏକାଠି ରହୁଥିଲେ । ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା । ଏହି ସମୟ ମଧ୍ୟରେ ମହିଳା ଜଣଙ୍କ ଗର୍ଭବତୀ ମଧ୍ୟ ହୋଇଥିଲେ । ତାଙ୍କୁ ଗର୍ଭପାତ କରିବାକୁ ପଡିଥିଲା । ପରେ ନିଜ ପରିବାର ସହ ମହିଳାଙ୍କ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ମହିଳାଜଣଙ୍କ ପାର୍ଟନରଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।