ଆଜି ଶେଷ ତାରିଖ, ତୁରନ୍ତ ଲିଙ୍କ କରନ୍ତୁ ଆଧାର-ପାନ: ନ ହେଲେ ମିଳିବନି ଦରମା, କରିପାରିବେନି ଏସ୍ଆଇପି !

NEWS7
passenger-train-collide-with-goods-train-in-eastern-punjab-province-of-pakistan

ନୂଆଦିଲ୍ଲୀ: Aadhaar PAN Link Deadline, ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ପାନ କାର୍ଡକୁ ଆଧାର ସହିତ ଲିଙ୍କ୍ କରି ନାହାଁନ୍ତି, ତେବେ ଆଜି ହିଁ କରନ୍ତୁ। କାରଣ ୩୧ ଡିସେମ୍ବର ୨୦୨୫ ସୁଦ୍ଧା ଲିଙ୍କ୍ ନ କଲେ, ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ଆପଣଙ୍କର ପାନ କାର୍ଡ ନିଷ୍କ୍ରିୟ ହୋଇଯିବ। ତା'ପରେ ଆପଣ ଆଉ ଆୟକର ରିଟର୍ଣ୍ଣ (ITR) ଫାଇଲ୍ କରିପାରିବେ ନାହିଁ ଏବଂ ଆପଣଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ। ଏମିତିକି ଆପଣଙ୍କ ଦରମା ପାଇବା କିମ୍ବା ଏସଆଇପି ପରି ନିବେଶ ପରିଚାଳନା କରିବାରେ ମଧ୍ୟ କଷ୍ଟକର ହୋଇପାରେ।

ଯେଉଁମାନେ ୧ ଅକ୍ଟୋବର, ୨୦୨୪ ପୂର୍ବରୁ ସେମାନଙ୍କର ଆଧାର ପଞ୍ଜିକରଣ ଆଇଡି ବ୍ୟବହାର କରି ପାନ ପାଇଥିଲେ, ସେମାନେ ୩୧ ଡିସେମ୍ବର, ୨୦୨୫ ସୁଦ୍ଧା ଏହାକୁ ଲିଙ୍କ୍ କରିବାକୁ ପଡ଼ିବ। ଯଦି ଆପଣ କରି ନାହାନ୍ତି, ତେବେ କେମିତି ଲିଙ୍କ୍ କରିବେ ଆସନ୍ତୁ ଜାଣିବା।

ଷ୍ଟେଫ୍ ଅନୁସାରେ ଜାଣନ୍ତୁ-

ଷ୍ଟେପ୍ ୧:ପ୍ରଥମେ, ଅଫିସିଆଲ୍ ଆୟକର ଇ-ଫାଇଲିଂ ପୋର୍ଟାଲ୍ କୁ ଯାଆନ୍ତୁ କିମ୍ବା ଲିଙ୍କ୍ ଏହି ଉପରେ କ୍ଲିକ୍ କରନ୍ତୁ -www.incometax.gov.in/iec/foportal/ଷ୍ଟେପ ୨:ଏବେ ''Quick Links' ସେକ୍ସନକୁ ଯାଇ 'ଲିଙ୍କ୍ ଆଧାର ଅପସନ' ଉପରେ କ୍ଲିକ୍ କରନ୍ତୁ।ଷ୍ଟେପ ୩:ଏହାପରେ ଆପଣଙ୍କର ପାନ କାର୍ଡ ଏବଂ ଆଧାର କାର୍ଡ ନମ୍ବର ଏଣ୍ଟର କରି ଏବଂ Validate ଉପରେ କ୍ଲିକ୍ କରନ୍ତୁ।

ଷ୍ଟେପ୍ ୪:ଯଦି ଆପଣଙ୍କର ଆଧାର କାର୍ଡ ପୂର୍ବରୁ ଆପଣଙ୍କର ପାନ ସହିତ ଲିଙ୍କ୍ ହୋଇସାରିଛି, ତେବେ ଏହା ଲିଙ୍କ ହୋଇ ସାରିଛି ବୋଲି ଆପଣଙ୍କ ସ୍କ୍ରିନରେ ଏକ ମେସେଜ୍ ଲେଖାଥିବ।

ଷ୍ଟେପ୍ ୫:ଯଦି ଆପଣଙ୍କର ପାନ ଆପଣଙ୍କ ଆଧାର ସହିତ ଲିଙ୍କ୍ ହୋଇନାହିଁ ଏବଂ ଆପଣ NSDL ପୋର୍ଟାଲରେ ଏକ ଚାଲାଣ ପୈଠ କରିଛନ୍ତି, ତେବେ ପେମେଣ୍ଟ ସୂଚନା ଇଲେକ୍ଟ୍ରୋନିକ୍ ଫାଇଲିଂ ଦ୍ୱାରା ବୈଧ କରାଯିବ।