ସ୍ୱାମୀକୁ ହତ୍ୟା ପରେ ମୃତଦେହ ପାଖରେ ଶୋଇ ଅଶ୍ଲୀଳ ଭିଡିଓ ଦେଖିଲା ସ୍ତ୍ରୀ, ଏମିତି ଜଣା ପଡିଲା ସତ

NEWS7
passenger-jumped-down-from-aeroplane-at-bhubaneswar-airport

ବିଜୟଓ୍ୱାଡା,|୧: ଚାଲାକି କରି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଏତିକିରେ ଭରିଲାନି ମନ । ସ୍ୱାମୀର ମୃତଦେହ ପାଖରେ ସାରା ରାତି ଶୋଇଲା । ପର୍ଣ୍ଣ ଭିଡିଓ ମଧ୍ୟ ଦେଖିଲା ସ୍ତ୍ରୀ । ଏପରି ଏକ ଭୟଙ୍କର ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ବିଜୟଓ୍ୱାଡାରେ । 

ରିପୋର୍ଟ ଅନୁସାରେ, ବିଜୟଓ୍ୱାଡାର ଚିଲୁଭୁରରେ ରୁହନ୍ତି ଲୋକମ ଶିବନାଗରାଜୁ ଏବଂ ଲକ୍ଷ୍ମୀ ମାଧୁରି । ଉଭୟ୨୦୦୭ରେ ବିବାହ କରିଥିଲେ । ଲୋକମ ପେସାରେ ଜଣେ ପିଆଜ ବେପାରୀ । ମାଧୁରୀ ଏକ ସିନେମା ହଲର ଟିକେଟ୍ କାଉଣ୍ଟରରେ କାମ କରନ୍ତି । ବିବାହ ପରେ ସମ୍ପର୍କ ଭଲ ଚାଲିଥିଲା । କିନ୍ତୁ ପରେ ଏଥିରେ ତିକ୍ତତା ଦେଖିବାକୁ ମିଳିଥିଲା । ମାଧୁରୀର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ଗଢି ଉଠିଥିଲା ।

ପୋଲିସର କହିବାନୁସାରେ, ଗତ ଜାନୁଆରୀ ୧୮ ତାରିଖରେ ମାଧୁରୀ ଘରେ ବିରିୟାନୀ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ସେ୨୦ଟି ନିଦ ବଟିକା ମିଶାଇଥିଲେ । ଏହା ସେ ଲୋକଙ୍କୁ ଖାଇବାକୁ ଦେଇଥିଲେ । ନିଶା ମିଶା ବିରିୟାନୀଖାଇବା ପରେ ଲୋକମ ସଜ୍ଞାହୀନ ହୋଇଯାଇଥିଲେ । ଏହାପରେ ମାଧୁରୀଙ୍କ ପୁରୁଷ ବନ୍ଧୁ ଗୋପୀ ଘରକୁ ଆସିଥିଲେ । ଲୋକମଙ୍କ ଉପରେ ଗୋପୀ ବସିଥିବା ବେଳେ ମାଧୁରୀ ଏକ ତକିଆରେ ଲୋକଙ୍କ ମୁହଁକୁ ଚାପି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଗୋପୀ ଚାଲିଯାଇଥିଲେ ।

ଏତିକିରେ ମାଧୁରୀଙ୍କ କାରନାମା ସରିନଥିଲା । ସେ ରାତି ସାରା ଲୋକମଙ୍କ ମୃତଦେହ ପାଖରେ ଶୋଇଥିଲେ । ଏପରିକି ପର୍ଣ୍ଣ ଭିଡିଓ ମଧ୍ୟ ଦେଖିଥିଲେ । ସକାଳେ ସ୍ୱାମୀ ହୃଦଘାତରେ ପ୍ରାଣ ହରାଇଥିବା ନେଇ ଆଖପାଖ ଲୋକଙ୍କୁ କହିଥିଲେ । କିନ୍ତୁ ମୃତଦେହର କାନ କାନରୁ ରକ୍ତ ବାହାରୁଥିୂବା କାରଣରୁ ପୋଲିସକ ସନ୍ଦେହ ବଢିଥିଲା । ପୋଷ୍ଟ ମର୍ଟମ ପରେ ତାଙ୍କୁ ନିଶା ଦେଇ ଶ୍ୱାସରୁଦ୍ଧ କରାଯାଇଥିବା ଜଣାପଡିଥିଲା ।