U-19 ଏସିଆ କପ୍ ଫାଇନାଲ : ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବୋଲିଂ

NEWS7
passenger-aircraft-missing-in-indonesia-62-people-including-6-crew-members

ଆବୁଧାବି, ୨୧/୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଅଣ୍ଡର-19 ଏସିଆ କପ୍ ଫାଇନାଲରେ ଟସ୍ ଜିତିଛି ଭାରତ । ଏହାସହ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ । ଟିମ୍ ଇଣ୍ଡିଆ ପାକିସ୍ତାନର ଟାର୍ଗେଟକୁ ଚେଜ୍ କରିବା ପାଇଁ ପ୍ରୟାସ କରିବ । ଅଧିନାୟକ ଆୟୁଷ ମାତ୍ରେ ବିପକ୍ଷ ପାକ୍ ଉପରେ ଆରମ୍ଭରୁ ଚାପ ପକାଇବା ପାଇଁ ବୋଲରଙ୍କୁ କହିବେ ।

ସୁପର ସଣ୍ଡେର ସୁପର ମୁକାବିଲା । ରବିବାର ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ଅଣ୍ଡର-19 ଏସିଆ କପ୍ ଫାଇନାଲରେ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା । ରବିବାର ସକାଳ ସାଢେ 10ଟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଣ୍ଡର-19 ଏସିଆ କପ୍ ପାଇଁ ଟାଇଟଲ୍ ଟକ୍କର ହେବ । ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି ।

ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଏବେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଭାରତୀୟ ଦଳ ରେକର୍ଡ ଅଷ୍ଟମ ଥର ପାଇଁ ଏସିଆ କପ୍ ଫାଇନାଲ୍ ଖେଳିବ। ଅନ୍ୟପକ୍ଷରେ ପାକିସ୍ତାନ କେବଳ ଚତୁର୍ଥ ଥର ପାଇଁ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ହାରି ନଥିବା ବେଳେ ଟାଇଟଲ୍ ଦାବିଦାର ଭାବରେ ଏହି ଫାଇନାଲରେ ପ୍ରବେଶ କରିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଗ୍ରୁପ୍ ପର୍ଯ୍ୟାୟ ମୁକାବିଲା ମଧ୍ୟ ଟିମ୍ ଇଣ୍ଡିଆ ଜିତିଥିଲା।

ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ନଜର

ମୁକାବିଲାରେ ଜବରଦସ୍ତ ଫର୍ମରେ ଅଛନ୍ତି ବିସ୍ପୋରକ ବ୍ୟାଟର ବୈଭବ । ସେ ଏକାକି ପାକିସ୍ତାନୀ ବୋଲରଙ୍କୁ ପାଣି ପିଆଇବାରେ ମାହିର । ଯଦି ତାଙ୍କ ବ୍ୟାଟ୍ ଚାଲେ ତାହାଲେ ଦଳ ନିଶ୍ଚୟ ବିଶାଳ ସ୍କୋର କରିବ । ସେହିପରି ଆୟୁଷ ମାତ୍ରେ ମଧ୍ୟ ଫାଇନାଲରେ ଦଳକୁ ଭଲ ଷ୍ଟାର୍ଟ୍ ଦେଇପାରନ୍ତି ।