ହମାସ ଟପ କମାଣ୍ଡରକୁ ହତ୍ୟା କଲା ଇସ୍ରାଏଲ, ‘ଅକ୍ଟୋବର ୭’ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

NEWS7
pashupatinath-temple-open-after-9-months

ନୂଆଦିଲ୍ଲୀ: ଗାଜାରେ ଜଣେ ଟପ୍ ହମାସ କମାଣ୍ଡରଙ୍କୁ ହତ୍ୟା କଲା ଇସ୍ରାଏଲ। ଗାଜା ସିଟିରେ ଏକ ଆକ୍ରମଣରେ ହମାସର ଶୀର୍ଷ କମାଣ୍ଡର ରାଦ ସାଦଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଆଇଡିଏଫ। ଦକ୍ଷିଣ ଗାଜାରେ ଏକ ବିସ୍ଫୋରକ ଡିଭାଇସ୍ ବିସ୍ଫୋରଣରେ ଏହାର ଦୁଇ ସୈନିକ ଆହତ ହୋଇଛନ୍ତି ଏବଂ ପରବର୍ତ୍ତୀ ଅପରେସନରେ ଗାଜାରେ ଜଣେ ବରିଷ୍ଠ ହମାସ କମାଣ୍ଡରଙ୍କ ମୃତ୍ୟୁ ହୋଇଛି।

ତଥାପି, ହମାସ ତାର ବିବୃତ୍ତିରେ ରାଦ ସାଦର ମୃତ୍ୟୁକୁ ସ୍ପଷ୍ଟ କରିନାହିଁ। ଗାଜା ସିଟି ବାହାରେ ଏକ ସାଧାରଣ ଯାନକୁ ଟାର୍ଗେଟ କରାଯାଇଥିଲା। ଏହା ଅସ୍ତ୍ରବିରତି ଉଲ୍ଲଂଘନ ବୋଲି କହିଛନ୍ତି ଗାଜା ଅଧିକାରୀ।

ଇସ୍ରାଏଲୀ ବିବୃତ୍ତିରେ କୁହାଯାଇଛି ଯେ ରାଦ ସାଦ ହମାସରେ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ଦାୟୀ ଥିଲେ। ପୂର୍ବରୁ ସଂଗଠନର ଅପରେସନ୍ସ ଡିଭିଜନର ନେତୃତ୍ୱ ନେଇଥିଲେ। ଇସ୍ରାଏଲ ତାଙ୍କୁ 7 ଅକ୍ଟୋବର, 2023ରେ ହୋଇଥିବା ଆକ୍ରମଣର ଜଣେ ପ୍ରମୁଖ ମାଷ୍ଟରମାଇଣ୍ଡ ଭାବରେ କହିଛି।

ଇସ୍ରାଏଲ ଅଭିଯୋଗ କରିଛି ଯେ ସେ ଯୁଦ୍ଧବିରତି ସତ୍ତ୍ୱେ ଆତଙ୍କବାଦୀ ସଂଗଠନକୁ ପୁନର୍ଜୀବିତ କରିବାରେ ନିୟୋଜିତ ଥିଲେ। ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଗାଜା ସହରର ପଶ୍ଚିମରେ ଏକ ଇସ୍ରାଏଲୀ ଆକ୍ରମଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା, ଯାହାଙ୍କ ମୃତଦେହ ଶିଫା ହସ୍ପିଟାଲକୁ ଅଣାଯାଇଥିଲା। ଅଲ-ଆୱଦା ହସ୍ପିଟାଲ ରିପୋର୍ଟ କରିଛି ଯେ ଆକ୍ରମଣରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।