ସରକାର ନିଅନ୍ତୁ ବରପଦା ଇଞ୍ଜିନିୟରିଂ କଲେଜ ପରିଚାଳନା ଭାର, ଉଠିଲା ଦାବି

NEWS7
parra-close-to-mehbooba-talks-to-the-terrorists

ଭଦ୍ରକ: ପୁଣି ଉଠିଲା ବରପଦା ଇଞ୍ଜିନିୟରିଂ କଲେଜ ବିବାଦ। ଏଥର ସ୍ଥାନୀୟ ବାସିନ୍ଦା, ପୂର୍ବତନ ଛାତ୍ର ଓ ପୂର୍ବତନ କର୍ମଚାରୀଙ୍କ ସହ ଜମି ଦେଇଥିବା ଲୋକେ ଏକଜୁଟ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଭଦ୍ରକ ଜିଲ୍ଲାରେ ଥିବା ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀଙ୍କୁ ଏକ ନୋଟରି ଆଫିଡେଭିଟରେ ଦସ୍ତଖତ କରି ଜମା ଦେବା ପାଇଁ ନିର୍ଦ୍ଦେଶ ରହିଛି।

ଫର୍ମରେ ଥିବା ନିୟମ ଅନୁଯାୟୀ କର୍ମଚାରୀମାନେ ଧାରଣାରେ ଅଛନ୍ତି। ଆନ୍ଦୋଳନ କିମ୍ବା କୌଣସି କାର୍ଯ୍ୟକୁ ବିରୋଧ କରିବେ ନାହିଁ, ଯାହା କର୍ମଚାରୀଙ୍କ ସ୍ଵାଧୀନତା ବିରୋଧୀ ବୋଲି ଅଭିଯୋଗ କରିଛନ୍ତି । ଏହି ସବୁ ସର୍ତ୍ତାବଳୀ ସହ ଦିଆଯାଇଥିବା ଫର୍ମକୁ ଭଦ୍ରକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। କଲେଜ ଦାୟିତ୍ଵରେ ଥିବା ସୋସାଇଟିକୁ ଅପସାରଣ କରିବା ପାଇଁ ଦାବି କରିଛନ୍ତି ଓ ପରିଚାଳନା ଭାର ସରକାର ନିଅନ୍ତୁ ବୋଲି କହିଛନ୍ତି । ଯଦି ଦାବି ପୂରଣ ନ ହୁଏ ତେବେ ପୁଣି ଆନ୍ଦୋଳନ,  ପ୍ରତିବାଦ ଓ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ​​​​​​​