Live Live
LIVE

ନିସର୍ତ୍ତ କ୍ଷମା ପ୍ରାର୍ଥନା କଲା NCERT, ବହିରେ ନ୍ୟାୟପାଳିକା ବିଷୟକୁ ନେଇ ବର୍ଷିଥିଲେ ସୁପ୍ରିମକୋର୍ଟ

NEWS7
parliament-passed-bill-to-reduce-salaries-of-mps-by-30-percent

ନୂଆଦିଲ୍ଲୀ, ୧୦ /୦୩: କ୍ଷମା ମାଗିଲା ଏନସିଇଆରଟି । ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ବହିରେ ନ୍ୟାୟପାଳିକାରେ ଦୁର୍ନୀତିକୁ ନେଇ ବିବାଦ ଘଟଣାର ଦୁଇ ସପ୍ତାହ ପରେ ସଂସ୍ଥା କ୍ଷମା ମାଗିଛି । ବିବାଦୀୟ ବିଷୟକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇଥିଲେ । ଏପରିକି ବହିକୁ ବ୍ୟାନ୍ କରିଥିଲେ । ଆହୁରି ମଧ୍ୟ ଏନସିଇଆରଟି କର୍ତ୍ତୃପକ୍ଷଙ୍କ ଉପରେ କୋର୍ଟ ବର୍ଷିଥିଲେ ।

​​​​​​​ଏହି ଖବରଟି ପଢନ୍ତୁ... କାହିଁକି ସଞ୍ଜୁଙ୍କୁ ବିଳମ୍ବରେ ମିଳିଲା ସୁଯୋଗ ? ସିକ୍ରେଟ୍ କହିଲେ କୋଚ୍ ଗମ୍ଭୀର

ମଙ୍ଗଳବାର ଏନସିଇଆରଟି ପକ୍ଷରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଛି । ବିଭିନ୍ନ ଖଭରକାଗଜରେ ସଂସ୍ଥା କହିଛି ଯେ, ଏନସିଇଆରଟି ନିକଟରେ ଏକ ସାମାଜିକ ବିଜ୍ଞାନ ବହି ପ୍ରକାଶ କରିଥିଲା । ଏଥିରେ ନ୍ୟାୟପାଳିକାର ଦାୟିତ୍ୱ ନାମରେ ଏକ ବିଷୟ ଥିଲା । ଏହି ବିଷୟରେ ଯାହା କିଛି ଉଲ୍ଲେଖ ରହିଥିଲା ତାହା ତ୍ରୁଟିପୂର୍ଣ୍ଣ ଭାବେ ପ୍ରକାଶ ହୋଇଥିଲା । ସମସ୍ତ ବହିକୁ ଫେରସ୍ତ ନିଆଯାଇଛି । ଏଥିପାଇଁ ନିର୍ଦ୍ଦେଶକଙ୍କ ସମେତ ସମସ୍ତ ସଦସ୍ୟ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି ।

ବର୍ଷିଥିଲେ ସୁପ୍ରିମକୋର୍ଚ

ଗତ ଫେବ୍ରୁଆରୀ ୨୬ ତାରିଖରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏନସିଇଆରଟି ଉପରେ ବର୍ଷିଥିଲେ । କାରଣ ଅଷ୍ଟମ ଶ୍ରେଣୀର ଏକ ବହିରେ ନ୍ୟାୟପାଳିକାରେ ଦୁର୍ନୀତି ବାବଦୀୟ ଏକ ଅଧ୍ୟାୟ ଥିଲା । ଯାହା କୋର୍ଟଙ୍କ ସମ୍ମାନହାନୀ କରୁଥିବା ପ୍ରଧାନ ବିଚାରପତି କହିଥିଲେ । ଏହାପରେ ସଂସ୍ଥା ବିବାଦୀୟ ଚାପ୍ଟରକୁ ହଟାଇଦେଇଥିଲା । ତଥାପି ଏପରି ତ୍ରୁଟି ପାଇଁ ଅସନ୍ତୁଷ୍ଟ ଥିଲେ କୋର୍ଟ ।

ପ୍ରଧାନ ବିଚାରପତି କହିଥିଲେ ଯେ, ଘଟଣାର ତଦନ୍ତ ହେବ । ଏହା ପଛରେ କିଏ ଦାୟୀ ତାହାର ଯାଞ୍ଚ କରାଯିବ । ଏହି କେସକୁ ବନ୍ଦ କରାଯିବ ନାହିଁ । ନ୍ୟାୟପାଳିକାକୁ ରକ୍ତାକ୍ତ କରାଯାଇଛି । ଏହା ଗୁରୁତର ବିଷୟ ଅଟେ । ସଂସ୍ଥା ନ୍ୟାୟପାଳିକା ଦୁର୍ନୀତିଗ୍ରସ୍ତ ବୋଲି ପିଲାଙ୍କୁ ଶିଖାଇବାକୁ ଚାହୁଁଛି କି ବୋଲି ପ୍ରଧାନ ବିଚାରପତି ପଚାରିଥିଲେ । ଏନସିଇଆରଟି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କିଛି ଏପରି କହି ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ ।

ମାମଲାରେ ପ୍ରଥମେ ତୁଷାର ମହେତା କହିଥିଲେ ଯେ, ଏବେ ସେହି ବିବାଦୀୟ ଚାପ୍ଟରକୁ ହଟାଇ ଦିଆଯାଇଛି । ଭବିଷ୍ୟତରେ ଏପରି ତ୍ରୁଟି ହେବ ନାହିଁ । ଏଥିରେ ପ୍ରଧାନ ବିଚାରପତି ଖୁସି ହୋଇନଥିଲେ । ସେ କହିଥିଲେ ଯେ, ଏନସିଇଆରଟି ନ୍ୟାୟପାଳିକାକୁ ରକ୍ତାକ୍ତ କରିଛି । ଏହା ଏକ ଭୟଙ୍କର ଷଡଯନ୍ତ୍ର ।ଏସବୁ ପରେ ତୁଷାର ମେହେତା କହିଥିଲେ ଯେ, ବଜାରରେ ୩୨ଟି ବହିକୁ ବିକ୍ରି ପାଇଁ ପଠାଯାଇଥିଲା । ଏହାକୁ ଫେରାଇ ଅଣାଯାଇଛି । ଅଧ୍ୟାୟକୁ ସମ୍ପୂର୍ଣ୍ଣ ଭାବେ ପୁଣି ପ୍ରକାଶ କରାଯିବ । ଅନ୍ୟଦିଗରେ ଏନସିଇଆରଟି ନିଜର ଭୁଲ ପାଇଁ କ୍ଷମା ମାଗିଛି । କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ । ଏବେବି ବଜାରରେ ପୁସ୍ତକର କିଛି କପି ରହିଥିବା ଶୁଣାଣି ବେଳେ କୋର୍ଟ ପ୍ରକାଶ କରିଥିଲେ ।