ଜିମ୍ବାଓ୍ୱେକୁ ହରାଇ ଖୁସି ନାହାଁନ୍ତି ସୂର୍ଯ୍ୟ, ଏହି ସବୁ ଖେଳାଳିଙ୍କ ଉପରେ ରାଗିଗଲେ ଅଧିନାୟକ...

NEWS7
paribarika-kalaharu-athmahatya-in-balakati

ଚେନ୍ନାଇ, ୨୭ /୦୨: ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଗୁରୁବାର ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ଜିମ୍ବାଓ୍ୱେ । ଉଭୟ ଦଳ ପାଇଁ ଏହା ଥିଲା କର ବା ମର ଫାଇଟ୍ । ତେବେ ବାଜି ମାରି ନେଇଛି ଭାରତ । ବ୍ୟାଟସମ୍ୟାନଙ୍କ ଦମଦାର ଇନିଂସରେ ଜିମ୍ବାଓ୍ୱେ ବିରୋଧରେ ୨୫୬ରନ୍ କରିପାରିଲା ସୂର୍ଯ୍ୟ ସେନା । ଜବାବରେ ଜିମ୍ବାଓ୍ୱେ ୧୮୪ରେ ଅଟକି ଯାଇଥିଲା । ତେବେ ଭାରତ ମ୍ୟାଚ୍ ଜିତିବା ସହ ସେମି ରେସରେ ଏବେବି ସାମିଲ ଅଛି । କିନ୍ତୁ ଖୁସି ନାହାଁନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ।

ସୂର୍ଯ୍ୟ ମ୍ୟାଚ୍ ପରେ କହିଛନ୍ତି ଯେ, ସେ ଦଳର ବୋଲିଂକୁ ନେଇ ଖୁସି ନାହାଁନ୍ତି । ବୋଲରଙ୍କ ପ୍ରଦର୍ଶନ ତାଙ୍କୁ ସନ୍ତୁଷ୍ଟ କରିପାରିନି । ବିଜୟ ଳ ପାଇଁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ନକଆଉଟ୍ ପୂର୍ବରୁ ଦଳକୁ ଆହୁରି ଶୃଙ୍ଖଳିତ କରିବାକୁ ହେବ । ବୋଲିଂ ଉପରେ ଫୋକସ କରିବାକୁ ପଡିବ ।

ମ୍ୟାଚରେ ଭାରତୀୟ ବ୍ୟାଟର ଦମଦାର୍ ବ୍ୟାଟିଂ କରିଥିଲେ । ସେମାନେ ୨୦ଓଭରରେ ୨୫୬ ରନ୍ କରିପାରିଥିଲେ । ସମସ୍ତ ବ୍ୟାଟରଙ୍କ ଏଥିରେ ଯୋଗଦାନ ରହିଥିଲା । ସଞ୍ଜୁ ସାମସନଙ୍କଠୁ ଅଭିଷେକ ଶର୍ମା ଏବଂ ତିଲକ ବର୍ମା ସବୁ ଖେଳାଳି ଉପଯୋଗୀ ଇନିଂସ ଖେଳିଥିଲେ । ସୁପର ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠୁ ହାରିବା ପରେ ଦଳ ପାଇଁ ଜିମ୍ବାଓ୍ୱେ ବିପକ୍ଷ ମ୍ୟାଚ୍ କର ବା ମର ଥିଲା । କିନ୍ତୁ ଦଳର ବୋଲର ନିରାଶ କରିଥିଲେ । ଶୀଘ୍ର ଓ୍ୱିକେଟ୍ ନେବାରେ ସେମାନେ ସଫଳ ହୋଇନଥିଲେ । ରନ୍ ଗତି ଧିମା ଥିଲେ ମଧ୍ୟ ଜିମ୍ବାଓ୍ୱେ ବ୍ୟାଟର ଭାରତୀୟ ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କରିନଥିଲେ । ଜସପ୍ରିତ ବୁମରା, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ବୋଲିଂରେ ଲୟ ହରାଇଥିଲେ । ମୁକାବିଲାରେ ସୂର୍ଯ୍ୟ କୁମାର ବରୁଣ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବୋଲିଂ ନେଇ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା । ଭାରତୀୟ ବୋଲରଙ୍କୁ ଇଣ୍ଡିଜ ଖେଳାଳି ପ୍ରହାର କରୁଥିବା ସମୟରେ ସୂର୍ଯ୍ୟ କ୍ରୋଧିତ ଜଣାପଡୁଥିଲେ ।

ସୂର୍ଯ୍ୟ କହିଛନ୍ତି ଯେ, ବୋଲିଂରେ ଦଳ ଆହୁରି ଭଲ ପ୍ରଦର୍ଶନ କରିପାରିଥାନ୍ତା । ଅନେକ ବିକଳ୍ପ ସହ ଦଳକୁ ଅଧିକ ସ୍ମାର୍ଟ ହେବାକୁ ପଡିବ । ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ସେମାନେ ସମସ୍ତ ତ୍ରୁଟି ସୁଧାରିବେ । ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ ରେ ଭାରତ ଓ୍ୱେଷ୍ଟ୍ ଇଣ୍ଡିଜକୁ ଭେଟିବ । ଏହା ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ମ୍ୟାଚରେ ବିଜୟୀ ହୋଇଥିବା ଟିମ୍ ସେମି ଫାଇନାଲ ଖେଳିବ । ତେଣୁ ଏହି ମ୍ୟାଚକୁ ନକ୍ ଆଉଟ୍ କୁହାଯାଉଛି ।