ମାମାଲି ଖୋଲିଲେ ଦିନେଶ ଗୁମର: ଲିଜା ପ୍ରେମରେ ଅନ୍ଧ ହେଲା, ମୋତେ ପଚାରିଲାନି

NEWS7
pari-case-drainage-from-jadupur-village-pond-begins

ଜଗତସିଂହପୁର ୧୧/୦୨: ୧୦ ବର୍ଷ ତଳେ ପ୍ରେମ ବିବାହ । ଘରେ ସ୍ତ୍ରୀ ସହ ଝିଅ ବି ଅଛି । ହେଲେ ଲିଜା ପ୍ରେମ ତାକୁ ବାଇଆ କଲା । ଏମିତି ହେଲା ପରିସ୍ଥିତି, ଆଉ ଘରକୁ ଆସିଲାନି । କିଛି ଦିନ ହେବ ଦିନେଶ ଲିଜା ସହିତ ସମ୍ପର୍କ ରଖି ଆଉ ନିୟମିତ ଘରକୁ ଆସୁନଥିବା ସହ ସ୍ତ୍ରୀ ଓ ଝିଅଙ୍କୁ ପଚାରୁ ନଥିଲା ବୋଲି ତାର ସ୍ତ୍ରୀ ମାମାଲି କହିଛନ୍ତି । ମାମାଲିଙ୍କ କହିବା କଥା ଡ୍ରାଇଭର ଭାବରେ ପ୍ରଥମେ କଟକ ଓ ପରେ ଭୁବନେଶ୍ୱର ଯାଇ କାମ କରୁଥିଲା । ହେଲେ ଲିଜା ସହିତ ସମ୍ପର୍କ ରଖିବା ପରେ ତାର ପରିବାର ଉଜୁଡି ଯାଇଛି ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।

ଆହୁରି ପଢନ୍ତୁ...

ସାମ୍ନାକୁ ଆସିଲା ସିସିଟିଭି… ରକ୍ତ ଜୁଡୁବୁଡୁ ହୋଇ ଜୀବନ ବିକଳରେ ଦୌଡୁଛନ୍ତି ସତ୍ୟବ୍ରତ

ସୂଚନା ଥାଉକି, ଭୁବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲାରେ ଅଭିଯୁକ୍ତ ହତ୍ୟାକାରୀ ଦିନେଶ ନାୟକ ମଙ୍ଗଳବାର ରାତି ୯ ଟାରେ ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଛି । ତ୍ରିକୋଣୀୟ ପ୍ରେମକୁ ନେଇ ଘଟିଥିବା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦିନେଶର ଘର ଜଗତସିଂହପୁର ଜିଲା ବାଲିକୁଦା ଥାନା ଅରିଲୋ ଗାଁରେ ।

ଗତକାଲି ରାତିରେ ଦିନେଶ ଚାଲି ଚାଲି ଆସି ଜଗତସିଂହପୁର ସଦର ଥାନାରେ ପହଁଚିବା ପରେ ଦାୟିତ୍ବରେ ଥିବା ଡିସିଓ ଭେଟି ମୁଁ ମର୍ଡର କରିଛି । ସରେଣ୍ଡର କରିବି ବୋଲି କହିଥିଲା । ଖବର ପାଇବା ପରେ କମିଶନରେଟ ପୋଲିସ ଜଗତସିଂହପୁର ପହଁଚି ଦିନେଶକୁ ସେଠାରୁ ଭୁବନେଶ୍ୱର ନେଇଛି । ଏହି ହତ୍ୟାକାଣ୍ଡ ଘଟଣାର ଅଧିକ ତଦନ୍ତ କରାଯିବା ସହ ଅଭିଯୁକ୍ତ ର ଟି ଆଇ ପ୍ୟାରେଡ଼ କରାଯିବ ବୋଲି ପୋଲିସ ସୂତ୍ର ରୁ ଜଣାଯାଇଛି । ଦିନେଶର ବାପା ମାଆ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ଘରେ ତାର ସ୍ତ୍ରୀ ଓ ଜଣେ ନା ବାଳିକା ଝିଅ ରହିଛନ୍ତି ।

also read...

ତ୍ରିକୋଣୀୟ ପ୍ରେମ ପାଇଁ ତଣ୍ଟି କାଟିବା ମାମଲା, ଦିନେଶକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ପୋଲିସ