LIVE TV

ବଲୁଚିସ୍ତାନକୁ ଅଲଗା ଦେଶ କହିବାରୁ ରାଗିଗଲା ପାକିସ୍ତାନ, ସଲମାନଙ୍କୁ କହିଲା ଆତଙ୍କବାଦୀ

NEWS7
parents-went-to-human-rights-commission-regarding-wrong-treatment-of-doctor

ନୂଆଦିଲ୍ଲୀ ୨୬।୧୦; ବଲିଉଡ ଅଭିନେତା ସଲମାନ ଖାନ ସାଉଦି ଆରବରେ ଏକ ଶୋସମୟରେ ବଲୁଚିସ୍ତାନକୁ ପାକିସ୍ତାନ ଠାରୁ ଅଲଗା ଦେଶ ବୋଲି ବର୍ଣ୍ଣନା କରିଥିଲେଯାହା ପଡ଼ୋଶୀ ଦେଶକୁ କ୍ରୋଧିତ କରିଛି। ଏହାକୁ ନେଇ ଶେହବାଜ ସରକାର ସଲମାନଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ପାକିସ୍ତାନ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି।

ପାକିସ୍ତାନର ଗୃହ ବିଭାଗ ସଲମାନଙ୍କୁ ପୋର୍ଥ ସେଡ୍ୟୁଲ୍‌ରେ ରଖିଛି, ଅର୍ଥାତ୍ ତାଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହି ତାଲିକା ଆତଙ୍କବାଦ ବିରୋଧୀ ଆଇନ ଅଧୀନରେ ଆସେ ଏବଂ ଏଥିରେ ସାମିଲ ଥିବା ଯେକୌଣସି ବ୍ୟକ୍ତି ପାକିସ୍ତାନରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରିବେ। ଏହି ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ତଥାପି, ଏହି ବିଷୟରେ ସଲମାନ ଖାନ କିମ୍ବା ତାଙ୍କ ପ୍ରତିନିଧିମାନଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଣ କହିଛନ୍ତି ସଲମାନ ?

ସାଉଦି ଆରବରେ ଅନୁଷ୍ଠିତ ଜୟ ଫୋରମ୍ ୨୦୨୫ରେ ସଲମାନ ଖାନଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ସେ କହିଛନ୍ତି, "ଏମାନେ ବଲୁଚିସ୍ତାନର ଲୋକ, ଆଫଗାନିସ୍ତାନର ଲୋକ, ପାକିସ୍ତାନର ଲୋକ, ସମସ୍ତେ ସାଉଦି ଆରବରେ କଠିନ ପରିଶ୍ରମ କରୁଛନ୍ତି।" ଏହି ବିବୃତ୍ତିରେ ସେ ପାକିସ୍ତାନ ଠାରୁ ଅଲଗା ଭାବରେ ବଲୁଚିସ୍ତାନକୁ ଉଲ୍ଲେଖ କରିଛନ୍ତି। ସଲମାନଙ୍କ ଏହି ବିବୃତ୍ତି ପାକିସ୍ତାନରେ କ୍ରୋଧ ସୃଷ୍ଟି କରିଛି। ସେପଟେ ବଲୁଚି ବିଚ୍ଛିନ୍ନତାବାଦୀ ନେତାମାନେ ଖୁସି ହୋଇ ସଲମାନଙ୍କୁ ଧନ୍ୟବାଦ ଦେଉଛନ୍ତି। ବର୍ତ୍ତମାନ ଏହା ସ୍ପଷ୍ଟ ନୁହେଁ ଯେ ସଲମାନ ଜାଣିଶୁଣି ପାକିସ୍ତାନରୁ ପୃଥକ ଭାବରେ ବଲୁଚିସ୍ତାନକୁ ଉଲ୍ଲେଖ କରିଥିଲେ ନା ଅଜାଣତରେ ଏପରି କହିଥିଲେ।