ଜମି ଦେବା ନାଁରେ କରୁଥିଲା ବଡ଼ ଠକେଇ, ଠକ ସର୍ଦ୍ଦାରକୁ ଗିରଫ କଲା ଇଓଡବ୍ଲୁ

NEWS7
parastaff-stored-wood-in-his-home-seized

ଭୁବନେଶ୍ବର: ନିଜକୁ ବ୍ୟାଙ୍କର ଅଧିକାରୀ କହି ବିଭିନ୍ନ ଲୋକଙ୍କ ଠାରୁ ୨୦ କୋଟି ଠକେଇ କରିଥିଲା ଅଭିଯୁକ୍ତ। ସେହି ଅର୍ଥରେ ଅଏସ କରୁଥିଲା ଜମି ମାଫିଆ । ହେଲେ ଏବେ ଧରାପଡ଼ିଲା। ଜମି ଦେବାକୁ କହି ଲୋକଙ୍କୁ ଚୂନ ଲଗାଇଥିବା ଭଦ୍ରକର ରାମନାରାୟଣ ବଳ ନାମକ ବ୍ୟକ୍ତିକୁ ବାନ୍ଧିଲା EOW ।

ସୂଚନା ଅନୁସାରେ, ବ୍ୟାଙ୍କ ଦ୍ବାରା ନିଲାମ ହେବାକୁ ଥିବା ଜମିକୁ କମ୍ ଦାମରେ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ବିଭିନ୍ନ ଲୋକଙ୍କ ଠାରୁ ଠକିଥିଲା ଏହି ଠକ। ଏମିତିରେ ଅଭିଯୋଗ ପରେ ତଦନ୍ତକ୍ରମେ EOW, ତାକୁ ଗିରଫ କରାଯିବା ସହ ରାମ ନାରାୟଣର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ସହ ଅନେକ ଜମି ଜବତ କରାଯାଇଛି। ରାମ ନାରାୟଣର ଘରୁ ୧ କୋଟି ୨୦ ଲକ୍ଷ ଟଙ୍କାର ଏକ ଅଡି କାର, ୨୪ ଲକ୍ଷ ଟଙ୍କାର ଗୋଟିଏ ଥାର, ୧୫ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ସେଭୋରଲେଟ୍ କାର ଜବତ ହୋଇଛି ।

ଆହୁରି ମଧ୍ୟ ଜଣାପଡ଼ିଛି ଯେ, ରାମନାରାୟଣ ନାଁରେ ରହିଛି ୪ଟି ଡିଜେ ଗାଡ଼ି, ଗୋଟିଏ ମୋବାଇଲ ଦୋକାନ , ଦୁଇଟି ସ୍କୁଟି ଓ ଆହୁରି ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ଭଦ୍ରକ ସହରରେ ଥିବା ଏକ ମୋବାଇଲ ଦୋକାନକୁ ସିଲ୍ କରାଯାଇଛି। ତେବେ ପୋଲିସ ରାମନାରାୟଣକୁ ଗିରଫ କରି ଜେଲ୍ ପଠାଇଥିବାବେଳେ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।