LIVE TV

ଖୋଲିବ କି ପ୍ରଥମ ପତ୍ନୀଙ୍କ ମୃତ୍ୟୁ ରହସ୍ୟ ? ଝାରପଡ଼ା ଜେଲ୍‌ରେ କ୍ରାଇମ୍ ମାଷ୍ଟର ଦୀପକ ରାଉତକୁ ଖୁଣ୍ଟୁଣୀ ପୋଲିସର ପଚରାଉଚରା

NEWS7
palghar-mob-lynching-accused-found-corona-positive

ଭୁବନେଶ୍ବର ୨୧।୧୦: ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡ ମାମଲାର ଖୋଳତାଡ଼ । ଅଭିଯୁକ୍ତ ଦୀପକକୁ ଜେଲ୍ ଭିତରେ ଚାଲିଛି ଜେରା । ଝାରପଡ଼ା ଜେଲ୍‌ରେ ଦୀପକକୁ ଦୀର୍ଘ ସମୟ ଜେରା କରିଛି ଖୁଣ୍ଟୁଣୀ ପୋଲିସ । ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଦୁର୍ଘଟଣା କେମିତି ହୋଇଥିଲା ? ଦୁର୍ଘଟଣା ସମୟରେ ଦୀପକ କରୁଥିଲେ କ’ଣ ? ଦୁର୍ଘଟଣାର ସମୟ କେତେ ଥିଲା ? ଦୁର୍ଘଟଣା ପରେ ଦୀପକ କ’ଣ କରିଥିଲେ ? ସ୍ଥାନୀୟ ପୋଲିସକୁ କେତେବେଳେ ଖବର ଦେଇଥିଲେ । ଏସବୁ ସମ୍ପର୍କରେ ପଚରାଉଚରା କରି ଫେରିଛି ଖୁଣ୍ଟୁଣୀ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, କ୍ରାଇମ୍ ମାଷ୍ଟର ଦୀପକ ରାଉତର ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ଥିଲେ ଢେଙ୍କାନାଳ ପର୍ଜଙ୍ଗ ସ୍ଥିତ କନ୍ଦରସିଂହାର ରାଜସ୍ବ ନିରୀକ୍ଷକ । ଯାହାଙ୍କୁ ୨୦୧୮, ଏପ୍ରିଲ୍ ୨୫ରେ ପ୍ରେମ ବିବାହ କରିଥିଲା ଦୀପକ । କିନ୍ତୁ ୪ ବର୍ଷ ତଳେ ଯେଉଁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଇଥିଲା, ତାକୁ ନେଇ ପ୍ରଶ୍ନ ଉଠିଥିଲା । କାରଣ ଦୁର୍ଘଟଣା ନୁହେଁ, ହତ୍ୟା କରାଯାଇଥିବା ସଂଗୀନ ଅଭିଯୋଗ ଆଣିଥିଲେ ଅପର୍ଣ୍ଣାଙ୍କ ପରିବାର ଲୋକେ ।

୨୦୨୨, ମାର୍ଚ୍ଚ ୧୭ । ଦୀପକ ଏତଲାରେ ଦର୍ଶାଇଥିଲେ, ପତ୍ନୀ ଅପର୍ଣ୍ଣାଙ୍କ ସହ ଭୁବନେଶ୍ବରରୁ ଢେଙ୍କାନାଳ ଯିବାବେଳେ ଟ୍ରକ୍ ଦୁର୍ଘଟଣା ଘଟାଇଥିବା ଏତଲାରେ ଉଲ୍ଲେଖ । ଖୁଣ୍ଟୁଣୀ ଥାନାରେ ଦୁର୍ଘଟଣାକୁ ଜନିତ ମୃତ୍ୟୁକୁ ନେଇ ୭୨/୨୨ରେ ଏକ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଶୁଭମିତ୍ରା ସାହୁ ହତ୍ୟା ଘଟଣାର ଅଭିଯୁକ୍ତ ଦୀପକ ରାଉତଙ୍କ ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଘଟଣାରେ ଖୁଣ୍ଟୁଣୀ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ । ଅପର୍ଣ୍ଣାଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରି ଅପର୍ଣ୍ଣାଙ୍କ ସାନ ଭଉଣୀ ରୋଜାଲିନ୍ ଖୁଣ୍ଟିଣୀ ଥାନା ଅଧିକାରୀଙ୍କୁ କେସ୍ ରିଓପନ ପାଇଁ ନିବେଦନ କରିଥିଲେ ।