ବାଲିଯାତ୍ରା ୨୦୨୫
LIVE TV

'ସେ ଫିଟ୍, ଟେଷ୍ଟ୍ ଖେଳିପାରିବେ' : ସାମିଙ୍କ ପାଇଁ ବାହାରିଲେ ଗାଙ୍ଗୁଲି

NEWS7
pakistani-f-16-pilot-was-mistaken-to-be-an-indian-lynched-by-his-own

ନୂଆଦିଲ୍ଲୀ , ୧୧|୧୧: ଫିଟ୍ ଅଛନ୍ତି ମହମ୍ମଦ ସାମି । ସେ ଟେଷ୍ଟ୍ ମ୍ୟାଚ୍ ଖେଳିପାରିବେ । ଦଳରେ ତାଙ୍କୁ ସୁଯୋଗ ଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ପୂର୍ବତନ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । ସାମି ଭଲ ବୋଲିଂ କରିପାରିବେ ବୋଲି ଯୁକ୍ତି ବାଢିଛନ୍ତି ଗାଙ୍ଗୁଲି ।

ରିପୋର୍ଟ ଅନୁସାରେ, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଦଳ ଘୋଷଣା କରିଥିଲା । ଏଥିରେ ୩୫ ବର୍ଷୀୟ ମହମ୍ମଦ ସାମିଙ୍କ ନାଁ ନଥିଲା । ଯାହା ଫ୍ୟାନ୍ସଙ୍କୁ ନିରାଶ କରିଥିଲା । ରଣଜୀରେ ଭଲ ପ୍ରଦର୍ଶନ କରିଥିଲେ ବି ସାମିଙ୍କୁ ସୁଯୋଗ ମିଳିନଥିଲା । ଶେଷଥର ପାଇଁ ତାଙ୍କୁ ଭାରତୀୟ ଜର୍ସିରେ ଚାମ୍ପିଅନ୍ସ ଟ୍ରଫିରେ ଦେଖିବାକୁ ମିଳିଥିଲା ।

ଭାରତୀୟ କ୍ରିକେଟରେ ଦାଦା ଭାବେ ପରିଚିତ ଗାଙ୍ଗୁଲିଙ୍କୁ ସାମିଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ସେ କହିଛନ୍ତି ଯେ, ସାମି ପୂରା ଫିଟ୍ ଅଛନ୍ତି । ରଣତୀ ଟ୍ରଫିର ତିନୋଟି ମ୍ୟାଚରେ ସେ ପଶ୍ଚିମବଙ୍ଗକୁ ନିଜ ଦମରେ ଜିତାଇଥିଲେ । ଏହାସହ ସେ ୯୧ ଓଭର ବୋଲିଂ କରି ୧୫ଟି ଓ୍ୱିକେଟ୍ ଅକ୍ତିଆର୍ କରିଥିଲେ । ୨୦୨୩ ବିଶ୍ବକପ ପରେ ତାଙ୍କ ହାତରେ ସର୍ଜିରୀ ହୋଇଥିଲା । ସୁସ୍ଥ ହେଲା ପରେ ସେ ତୁରନ୍ତ ଲୟକୁ ଫେରିଥିଲେ ।

ଗାଙ୍ଗୁଲି ଆହୁରି କହିଛନ୍ତି ଯେ, ଚୟନକର୍ତ୍ତା ତାଙ୍କୁ ନଜରରେ ରଖିଛନ୍ତି । ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବ । ଫିଟନେସ ଏବଂ କୌଶଳକୁ ଦେଖିଲେ ସାମି ଆଗ ଭଳି ଅଛନ୍ତି । ସେ ଭାରତ ପାଇଁ ନ ଖେଳିବାର କୌଣସି କାରଣ ନାହିଁ । ଏବେ ଭାରତ ପାଖରେ ପ୍ରସିଦ୍ଧ କ୍ରିଷ୍ଣା ଏବଂ ଆକାଶ ଦୀପଙ୍କ ଭଳି ଦକ୍ଷ ବୋଲର ଅଛନ୍ତି । ତଥାପି ସାମିଙ୍କ ଅନୁଭବ ଭାରତ ପାଇଁ ଭଲ ରହିବ । ଆଗାମୀ ଦିନରେ ସେ ଅନ୍ତର୍ଜାତୀୟ ମୁକାବିଲାରେ ନଜର ଆସିବା ନେଇ କହିଛନ୍ତି ଗାଙ୍ଗୁଲି ।