LIVE TV

ନୂଆ ହିତାଧିକାରୀଙ୍କ ପାଇଁ ଖୋଲିଲା ସୁଭଦ୍ରା ପୋର୍ଟାଲ, ମାର୍ଚ୍ଚ ୮ରେ ମିଳିବ ୨ଟି କିସ୍ତିର ଟଙ୍କା

NEWS7
pakistan-rs-30-million-cash-found-from-wreckage-of-crashed-aircraft

ଭୁବନେଶ୍ବର ୧।୧୧: ମାର୍ଚ୍ଚ ୮ରେ ଏକାବେଳକେ ୨ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ । ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ପ୍ରଥମେ ମାସେ ଯାଏଁ ଆବେଦନ ଚାଲିବ । ପରେ ସମୟ ସୀମା ବୃଦ୍ଧି ହୋଇପାରେ । ଦ୍ଵିତୀୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ତାରିଖରେ ମିଳିବ ଟଙ୍କା । ଏକାବେଳକେ ମିଳିବ ୨ଟି କିସ୍ତି ମିଳିବ । ତୃତୀୟ ଏବଂ ଚତୁର୍ଥ କିସ୍ତି ପାଇବେ ନୂଆ ହିତାଧିକାରୀ । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବହୁ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଶନିବାର ଠାରୁ ପୁଣି ଖୋଲିଛି । ବୟସ କମ୍‌ ହୋଇଥିବା କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଆବେଦନ କରିପାରିବେ । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳା ମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ସୂଚନା ମିଳିଥିଲା ।

ନୂଆ ଆବେଦନକାରୀ ମାନେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ସୁଭଦ୍ରା କିସ୍ତି ମିଳିବ । ତେବେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାରେ ସୁଭଦ୍ରା ପୋର୍ଟାଲ ଖୋଲିବ ନାହିଁ । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଧାର୍ଯ୍ୟ ୨୦୨୫ ଏପ୍ରିଲ ପହିଲା ସୁଦ୍ଧା ମହିଳାଙ୍କ ବୟସ ୨୧ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ । ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ ୨ ଏପ୍ରିଲ ୧୯୬୫ ଠାରୁ ଏପ୍ରିଲ ପହିଲା ୨୦୦୪ ମଧ୍ୟରେ ହୋଇଥିବା ଉଚିତ ।