LIVE TV

ଅନନ୍ତ ଅମ୍ବାନୀଙ୍କ ‘ବନତାରା’ ପ୍ରେମରେ ପଡିଗଲେ ଟ୍ରମ୍ପ ଜୁନିୟର, କହିଲେ ‘ୱଣ୍ଡର ଅଫ ଦି ୱାର୍ଲଡ’

NEWS7
pakistan-objected-to-srinagar-sharjah-flight-bans-flying-from-its-airspace

ଜାମନଗର ୨୨।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଜୁନିୟର ଟ୍ରମ୍ପ ଆଜିକାଲି ଭାରତ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ଗୁଜରାଟର ଜାମନଗରରେ ଅନନ୍ତ ଅମ୍ବାନୀଙ୍କ ବନତାରା ବନ୍ୟପ୍ରାଣୀ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଓ ଏହାକୁ ‘ୱଣ୍ଡର ଅଫ ୱାର୍ଲଡ’ ବୋଲି କହିଛନ୍ତି। ସେ କହିଛନ୍ତି ବନତାରାର ପ୍ରାଣୀମାନେ ମୋଠୁ ବି ଭଲ ଜୀବନଯାପନ କରୁଛନ୍ତି। ବନତାରା ପରିଦର୍ଶନ ପାଇଁ ଟ୍ରମ୍ପ ଜୁନିୟର ଗୁରୁବାର ଜାମନଗର ପହଞ୍ଚିଥିଲେ। ପ୍ରାଣୀଉଦ୍ୟନ ବୁଲିବା ପରେ ସେ ଉଦୟପୁର ଯାତ୍ରା କରିଛନ୍ତି। ଟ୍ରମ୍ପ ଜୁନିୟରଙ୍କ ଏହା ଦ୍ୱିତୀୟବାର ଭାରତ ଗସ୍ତ କାର୍ଯ୍ୟକ୍ରମ।

ବନତାରା ବୁଲିବା ବେଳେ ଟ୍ରମ୍ପ ଜୁନିୟର ବିଶ୍ୱରେ ସେ କେଉଁଠି ହେଲେ ଏପରି ଘରୋଇ ସଂରକ୍ଷଣ ପ୍ରକଳ୍ପ ଦେଖି ନଥିବା କହିଛନ୍ତି। ଅନନ୍ତ ଅମ୍ବାନୀଙ୍କ ସହ ରେକର୍ଡ କରାଯାଇଥିବା ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ‘ଏହା ମୋ ପାଇଁ ଏକ ଅଜବ ଅଭିଜ୍ଞତା। ଏଠାରେ ପ୍ରାଣୀଙ୍କୁ ବଞ୍ଚାଯାଇ ଯେପରି ପ୍ରାକୃତିକ ପରିବେଶ ସୃଷ୍ଟି କରାଯାଇଛି ଏହା ଦୁନିଆରେ ବିରଳ’। ସେ କହିଛନ୍ତି ଯେ ଏଠାରେ ସବୁ ପ୍ରାଣୀଙ୍କ ଆଖିରେ ଅଜବ ଚମକ ଦେଖିଛନ୍ତି। ସେମାନଙ୍କଠୁ ଏକ ଭଲ ଜୀବନର ଅନୁଭୂତି ପାଇଛନ୍ତି। ତାଙ୍କ ଶବ୍ଦରେ ଏହା ବାସ୍ତବିକ ‘ୱଣ୍ଡର ଅଫ ଦି ୱାର୍ଲଡ’।

ଉଦୟପୁରରେ ପ୍ରବାସୀ ଭାରତୀୟ ଉଦ୍ୟୋଗପତି ରାଜୁ ମଣ୍ଟେନାଙ୍କ ଝିଅ ନେତ୍ରା ମଣ୍ଟେନାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଜୁନିୟରଙ୍କ ପୁଅ ମଧ୍ୟ ଆମନ୍ତ୍ରିତ ଥିଲେ। ଏହି ବିବାହ ଉତ୍ସବର ସଙ୍ଗୀତ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ବେଳେ ଅନେକ ନାମୀଦାମୀ ହଲିଉଡ ଓ ବଲିଉଡ କଳାକାର ଯୋଗ ଦେଇଥିଲେ। ଏଥିରେ ବଲିଉଡ ଅଭିନେତା ରଣବୀର ସିଂହ ତାଙ୍କ ପ୍ରଦର୍ଶନୀରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ। ଏଥିରେ ସେ ଟ୍ରମ୍ପ ଜୁନିୟର ଓ ତାଙ୍କ ବାନ୍ଧବୀଙ୍କୁ ଡ୍ୟାନ୍ସ ଫ୍ଲୋରକୁ ଆମନ୍ତ୍ରଣ କରିଥିଲେ। ଏଠାରେ ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ଏହି ବିବାହ ସମାରୋହ ୨୪ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।