ଜୁନିଅର ଆକାଉଣ୍ଟାଣ୍ଟଙ୍କୁ ବାନ୍ଧିଲା ଭିଜିଲାନ୍ସ, ଆୟ ଠାରୁ ରଖିଥିଲେ ଅଧିକ ସମ୍ପତ୍ତି

NEWS7
pakistan-jui-f-leader-maulana-fajulur-raheman-anounce-his-plan-b-against-imran

ଭୁବନେଶ୍ୱର ୨୩।୧୨ : ଭିଜିଲାନ୍ସ ପଞ୍ଝାରେ ଜୁନିଅର ଆକାଉଣ୍ଟାଣ୍ଟ । ଆୟଠାରୁ ଅଧିକ ସମ୍ପତ୍ତି କରିଥିଲେ ଠାବ । ଯାହା ସଂପର୍କରେ ଖବର ପାଇ ଚଢାଉ କରିଛି ଭିଜିଲାନ୍ସ । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ହୋଇଥିଲା ଚଢାଉ ।

ସୂଚନାନୁଯାୟୀ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼OSCSCଲିମିଟେଡ୍ ଜୁନିୟର୍ ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ବିପୁଳ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ତାଙ୍କର ବାଲେଶ୍ଵରରେ ଗୋଟିଏ ବଡ଼ ଅଟ୍ଟାଳିକା,ମାର୍କେଟ କମ୍ପ୍ଲେକ୍ସ ଓ ଜିମ୍ ଠାବ ହୋଇଛି। କଲ୍ୟାଣ ମଣ୍ଡପ ସହ ବାଲେଶ୍ଵର ସହର ଆଖପାଖରେ ୪ଟି ଦାମୀ ପ୍ଲଟ୍ ରହିଛି। ଏହା ସହ ୧୭୫ ଗ୍ରାମର ସୁନା ଓ ୪୩ ଲକ୍ଷ ୮୧ ହଜାର ଟଙ୍କାର ଜମାରାଶି ଠାବ ହୋଇଛି। ୧୯୯୫ରେ ଜୁନିଅର ଆକାଉଣ୍ଟାଣ୍ଟ ଭାବେ ଚାକିରିରେ ଯୋଗ ଦେଇଥିଲେ ରବୀନ୍ଦ୍ର। ଭଦ୍ରକ ସିଭିଲ୍ ସପ୍ଲାଏଜ୍ ଅଫିସରେ ମାସିକ ବେତନ ପାଉଥିଲେ ୫୪୦୦ ଟଙ୍କା।